Posted inଖେଳ

ବୋଲିଂରେ ସୁଧାର ଆଣିବ ଭାରତ

ଥିରୁଭାନନ୍ତପୁରମ,୨୬।୧୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ୨ ଉଇକେଟ ଜିତିବା ପରେ ରବିବାର ଥିରୁଭାନନ୍ତପୁରମ୍‌ରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତୀୟ ବୋଲର ନିଜ ଫର୍ମ ସୁଧାରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ବ୍ୟାଟରଙ୍କ ଅବଦାନ ଅଧିକ ରହିଥିଲା। ଭାରତୀୟ ବୋଲର ୨୦୮ ରନ୍‌ ବ୍ୟୟ କରିଥିବା ବେଳେ କେବଳ ମୁକେଶ କୁମାର ଓ ଅକ୍ଷର ପଟେଲ ପ୍ରଭାବ ବିସ୍ତାର କରିପାରିଥିଲେ। ଉଭୟ ବୋଲର ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ରନଗତି ରୋକିବାରେ ସମର୍ଥ ହୋଇଥିଲେ। ତେବେ କେରଳର ଗ୍ରୀନ୍‌ ଫିଲ୍ଡ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ମଧ୍ୟ ଆଉ ଏକ ରନ୍‌ ଭୋଜି ଦେଖିବାକୁ ମିଳିବ। ତେଣୁ ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ଫର୍ମକୁ ଫେରିବାକୁ ପ୍ରୟାସ କରିବେ। ମୁକେଶ କୁମାର ଯେଉଁଭଳି ଭାବେ ନିଜର ଲାଇନ୍‌, ଲେନ୍ଥ ପରିବର୍ତ୍ତନ କରୁଥିଲେ ଓ ୟର୍କର ପକାଉଥିଲେ ଅନ୍ୟ ଭାରତୀୟ ବୋଲର ତାଙ୍କଠାରୁ ଶିଖିବା ଆବଶ୍ୟକ। ତେବେ ଏହି ଦଳର ଥିବା ଏକାଧିକ ବୋଲର ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଖାସ୍‌ କରି ରବି ବିଷ୍ଣୋଇଙ୍କ ବୋଲିଂରେ ଏହା ସ୍ପଷ୍ଟ ନଜର ଆସୁଛି।
ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ମଧ୍ୟ ଅପରିବର୍ତ୍ତିତ ରହିବ। ପ୍ରଥମ ମ୍ୟାଚ୍‌ରେ ଜୟସ୍ବାଲ ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରି ପାରି ନ ଥିଲେ। ଅନ୍ୟପକ୍ଷରେ ଋତୁରାଜ ଗାଏକ୍ୱାଡ୍‌ ଦୁର୍ଭାଗ୍ୟଜନକ ଭାବରେ ରନ୍‌ ଆଉଟ ହୋଇଥିଲେ। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସମାନ ଲାଇନଅପ୍‌ ସହିତ ଓହ୍ଲାଇବାର ସମ୍ଭାବନା ଅଧିକ। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ୍‌ଙ୍କ ବ୍ୟାଟିଂ ଚମତ୍କାର ରହିଥିବା ବେଳେ ରିଙ୍କୁ ସିଂଙ୍କ ଫିନିଶ ଅତ୍ୟନ୍ତ ଚମତ୍କାର ରହିଥିଲା। ଅନ୍ତିମ ଓଭରରେ ୩ ବ୍ୟାଟର ରନ୍‌ ଆଉଟ ହୋଇଥିଲେ ମଧ୍ୟ ରିଙ୍କୁ ଯେଉଁଭଳି ଭାବରେ ବ୍ୟାଟିଂ କରିଥିଲେ ତାହା ପ୍ରଶଂସନୀୟ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତତମ ଶତକ ହାସଲ କରିଥିବା ଜୋଶ ଇଂଲିଶଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଓପନ କରାଇବାର ରଣନୀତି ଫେଲ୍‌ ମାରିଥିବା ବେଳେ ଅନ୍ୟ ବିକଳ୍ପ ଉପରେ ନଜର ପକାଇବ ଅଷ୍ଟ୍ରେଲିଆ। ସେହିପରି ତନଭୀର ସାଂଘାଙ୍କ ସ୍ଥାନରେ ଆଡାମ ଜାମ୍ପାଙ୍କୁ ଖେଳାଇପାରେ ଅଷ୍ଟ୍ରେଲିଆ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri