ନୂଆଦିଲ୍ଲୀ, ୧୫ା୭ (ପି.ଟି.): ଭାରତର ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ଟୁର୍ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସହ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏହାପରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଓପନିଂ ମ୍ୟାଚ ଡର୍ବାନଠାରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ଅନ୍ତର୍ଜାତୀୟ ଟି୨୦ ଡିସେମ୍ବର ୧୨ ଓ ୧୪ରେ ଯଥାକ୍ରମେ ଜିକ୍ୱେବର୍ହା ଓ ଜୋହାନ୍ସବର୍ଗଠାରେ ହେବ। ଜୋହାନ୍ସବର୍ଗରେ ଆହୁରି ମଧ୍ୟ ଡିସେମ୍ବର ୧୭ରୁ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ପରେ ଡିସେମ୍ବର ୧୯ ଓ ୨୧ରେ ଜିକ୍ୱେବରହା ଓ ପାର୍ଲରେ ଯଥାକ୍ରମେ ଅନୁଷ୍ଠିତ ହେବ। ଟେଷ୍ଟ ମ୍ୟାଚଗୁଡ଼ିକ ଫ୍ରିଡମ୍ ସିରିଜ ଗାନ୍ଧୀ-ମଣ୍ଡେଲା ଟ୍ରଫି ନାମରେ ପରିଚିତ ହେବ। ଏହା ଯଥାକ୍ରମେ ସେଞ୍ଚୁରିଅନ ଓ କେପ୍ ଟାଉନଠାରେ ଡିସେମ୍ବର ୨୬-୩୦ ଓ ଜାନୁୟାରୀ ୩-୭ରେ ଖେଳାଯିବ। ଗତଥର ଭାରତ ୨୦୨୧-୨୨ରେ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ ୨୦୨୧-୨୨ରେ ଖେଳିଥିଲା। ସେମାନେ ୧-୨ରେ ହାରିଯାଇଥିଲେ। ସେତେବେଳେ ତତକାଳୀନ ଅଧିନାୟକ ବିରାଟ କୋହଲି ଅପ୍ରତ୍ୟାଶିତ ଭାବେ ପଦ ତ୍ୟାଗ କରିଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ଲାଗି ପଥ ପରିଷ୍କାର ହୋଇଯାଇଥିଲା। ଗତ ଟୁର୍ରେ ଭାରତ ସେଞ୍ଜୁରିଅନ୍ଠାରେ ଓପନିଂ ଟେଷ୍ଟ ୧୧୩ ରନରେ ବିଜୟୀ ହୋଇଥିଲା। ମାତ୍ର ପରବର୍ତ୍ତୀ ଦୁଇ ଟେଷ୍ଟ ହାରିଯାଇଥିଲା। ଏହାଛଡ଼ା ସେତେବେଳେ ଖେଳାଯାଇଥିବା ଦିନିକିଆ ସିରିଜ ୦-୩ରେ ପରାସ୍ତ ହୋଇଥିଲା।
ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…
କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ
ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…
ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍ ଆରମ୍ଭ ପୂର୍ବରୁ ହଇଚଇ
ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…
ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର
ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…
ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…
ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…
ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ
ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…
ପୁଣି କିମ୍ ଯଙ୍ଗ୍ ଉନ୍ ବିଜୟୀ
ପୋଙ୍ଗୟାଙ୍ଗ୍ ,୧୯ା୩: ଉତ୍ତର କୋରିଆ ଶାସକ କିମ୍ ଯଙ୍ଗ୍ ଉନ୍ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…
ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍ଟା ଓ ଗୋଜୋରେ ହେବ। ଉଦ୍ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…
Archives

