ଖାଇବେ ଭାରତର, ଗାଇବେ ପାକିସ୍ତାନର

ଖୋର୍ଦ୍ଧା/ବାଣପୁର,୨୪ା୫(ପ୍ରଭାତ ପାଣିଗ୍ରାହୀ/ଦିଲୀପ ସ୍ବାଇଁ):ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଯୋଗୀ ଆଦିତ୍ୟନାଥ ଯୋଗଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଥିଲେ, ଓଡ଼ିଶା ସରକାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜାଇଦେଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶକ୍ତି ଦିଅନ୍ତୁ ଯେପରି ଓଡ଼ିଶାରେ ଭାଜପା ଡବଲ ଇଞ୍ଜିନ ସରକାର ଗଢ଼ିବ। ଯେଉଁ ଦଳ ହାରୁଛି, ସେହିଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ଅପେକ୍ଷା ଜିତିବା ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ। ଏଠାରେ ବାବୁମାନଙ୍କ ଘେରାବନ୍ଦୀରେ ନବୀନ ସରକାର ରହିଛନ୍ତି। ଯେଉଁଠି ବାବୁରାଜ ଚାଲେ ସେଠାରେ ଜନତା ହଇରାଣ ହୁଅନ୍ତି। ଜନସାଧାରଣଙ୍କ ପାଇଁ ସରକାର ଚାଲିବା ଆବଶ୍ୟକ। ବାବୁମାନଙ୍କ ଘେରାବନ୍ଦୀରେ ରହିଥିବା ଏହି ସରକାର ଓଡ଼ିଶାର ସଂସ୍କୃତି, ପରମ୍ପରାକୁ ନଷ୍ଟ କରୁଛନ୍ତି। ଡବଲ ଇଞ୍ଜିନ ସରକାର କିପରି ଚାଲୁଛି ଉତ୍ତରପ୍ରଦେଶ ଆସନ୍ତୁ ଦେଖିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିଛନ୍ତି। ଦେଶରେ ମୋଦି ଶାସନ ଚାଲିଛି। ଯିଏ ବଦ୍‌ମାସୀ କରିବ, ତାଙ୍କୁ ସାବାଡ୍‌ କରାଯିବ। ଓଡ଼ିଶାରେ ଖଣି, ବାଲି, ଗୋ’ମାଫିଆମାନଙ୍କୁ ସାବାଡ୍‌ କରାଯିବ। ଉତ୍ତରପ୍ରଦେଶ ଭଳି ବୁଲ୍‌ଡୋଜର ଚାଲିବ। ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ବୋଲି ସେ କହିଛନ୍ତି।
ଯୋଗୀ ଆହୁରି କହିଥିଲେ ଯେ, କଂଗ୍ରେସ ଓ ବିଜେଡିର ନୀତି ଜନବିରୋଧୀ। କଂଗ୍ରେସକୁ ର୍ଟାଗେଟ କରି କହିଥିଲେ, ଭାରତରେ ଏମିତି ବି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର। ଭାରତର ଯଦି ବନ୍ଦନା କରି ନ ପାରିବ ତେବେ ଭାରତରୁ ଚାଲିଯାଅ। ମୋଦିଙ୍କ ନେତୃତ୍ୱରେ ଦେଶର ସୁରକ୍ଷା, ବିକାଶ ସବୁ ହୋଇଛି। ଭାରତର ସୀମାକୁ ସୁରକ୍ଷିତ କରାଯାଇଛି। ଆତଙ୍କବାଦକୁ ସାବାଡ୍‌ କରାଯାଇଛି। ମୋଦିଙ୍କ ବିକାଶମୂଳକ ଯୋଜନା ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ବାନ ଦେଇଥିଲେ। ଭାଜପାର ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ବିଜୟୀ କରି ସଂସଦକୁ ପଠାନ୍ତୁ। ସେ ମଧ୍ୟ ପୁରୀକୁ ଅଯୋଧ୍ୟା ଭଳି ଭବ୍ୟ ଓ ଆଧ୍ୟାତ୍ମିକ ସହରଭାବେ ଗଢ଼ିତୋଳିବେ। ଚିଲିକାର ବିକାଶ ପାଇଁ ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭୋଟଦେବାକୁ ଯୋଗୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସମାବେଶରେ ଛତିଶଗଡ଼ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବ୍ରଜମୋହନ ଅଗ୍ରଓ୍ବାଲ, ଭାଜପାର ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର, ଚ଼ିଲିକା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ ହରିଚ଼ନ୍ଦନ, ପୂର୍ବତନ ବିଧାୟକ ଡା. ବିଭୂତି ଭୂଷଣ ହରିଚ଼ନ୍ଦନ, ଶଙ୍କର୍ଷଣ ପରିଡ଼ା, ବିକାଶ ଚ଼ନ୍ଦ୍ର ପଟ୍ଟନାୟକ, ଦୁଷ୍ମନ୍ତ ହରିଚ଼ନ୍ଦନ, ଅମରେନ୍ଦ୍ର ରଣସିଂହ, ଜ୍ୟୋତ୍ସ୍ନା ବେହେରାଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri