Posted inଜାତୀୟ

ନିଜସ୍ବ ଏଆଇ ମଡେଲ ପ୍ରସ୍ତୁତ କରିବ ଭାରତ

ନୂଆଦିଲ୍ଲୀ,୩୦।୧: କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥିବାବେଳେ ଭାରତ ନିଜସ୍ବ ମୌଳିକ ମଡେଲ୍‌ ପ୍ରସ୍ତୁତ କରିବା ନେଇ ଆଗ୍ରହ ପ୍ରକାଶ କରିଛି। ଷ୍ଟାର୍ଟଅପ୍‌ ଏବଂ ଗବେଷକମାନେ ଏଥିପାଇଁ ୧୮, ୬୯୩ ଗ୍ରାଫିକ୍‌ ପ୍ରୋସେସିଂ ୟୁନିଟ୍‌ (ଜିପିୟୁ)ର ସ୍ବଳ୍ପ ବ୍ୟୟସାପେକ୍ଷ ସାଧାରଣ କମ୍ପ୍ୟୁଟ୍‌ ସୁବିଧାକୁ ବ୍ୟବହାର କରିବେ। ଭାରତ ପ୍ରସ୍ତୁତ ମଡେଲ୍‌ ଚାଟ୍‌ଜିପିଟି ଏବଂ ଡିପ୍‌ସିକ୍‌ ଆର୍‌୧କୁ ଟକ୍କର ଦେଇପାରିବ ବୋଲି କୁହାଯାଇଛି। ଚାଇନା କମ୍ପାନୀ ଡିପ୍‌ସିକ୍‌ ସବୁଠୁ ଶସ୍ତା ଏଆଇ ମଡେଲ୍‌ ଆଣି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବଜାରରେ ବିପ୍ଳବ ଆଣିଥିବାବେଳେ ଏହା ଆମେରିକୀୟ ଏଆଇ କମ୍ପାନୀଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସମୟରେ ଭାରତ ନିଜସ୍ବ ଏଆଇ ପ୍ରସ୍ତୁତ ପାଇଁ ଯୋଜନା କରିଛି।

ଭାରତ ବିଶ୍ୱସ୍ତରୀୟ ମୌଳିକ ମଡେଲ୍‌ ନିର୍ମାଣ କରିବା ନେଇ ସୂଚନା ଓ ପ୍ରଯୁକ୍ତି ନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହା ବିଶ୍ୱର ସର୍ବଶ୍ରେଷ୍ଠ ମଡେଲ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେବ। ନୂଆଦିଲ୍ଲୀ ଘୋଷଣା କରିଥିବା ଏଆଇ ବ୍ଲ୍ୟୁପ୍ରିଣ୍ଟର ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ହେଲା ଜିଓ ପ୍ଲାଟ୍‌ଫର୍ମ, ସିଏମ୍‌ଏସ୍‌ କମ୍ପ୍ୟୁଟର, ଟାଟା କମ୍ୟୁନିକେଶନ୍ସ, ଇ୨ଇ ନେଟ୍‌ଓ୍ବର୍କ୍ସ, ୟୋଟ୍ଟା ଡେଟା ସର୍ଭିସେସ୍‌ ଓ ପ୍ୟାନେଲରେ ଥିବା ଅନ୍ୟ ବିଡରମାନଙ୍କ ଦ୍ୱରା ଅଫର ହୋଇଥିବା ୧୮,୬୯୩ ଜିପିୟୁ; ଏଆଇ ସୁରକ୍ଷା ଅନୁଷ୍ଠାନ ସହ ଏହା ଅଧୀନରେ ଅନୁମୋଦିତ ୮ ପ୍ରକଳ୍ପ। ଭାରତର ନିଜସ୍ବ ମୌଳିକ ଏଆଇ ମଡେଲ୍‌ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆହ୍ବାନ କରାଯାଇଛି, ଯେଉଁଥିରେ ଭାରତୀୟ ପ୍ରସଙ୍ଗ, ଭାଷା, ସଂସ୍କୃତି ରହିବ। ମୂଳତଃ ଡେଟାସେଟ୍‌ଗୁଡ଼ିକ ଆମ ଦେଶ ପାଇଁ, ଦେଶର ଏବଂ ଆମ ନାଗରିକମାନଙ୍କ ପାଇଁ ହେବ ବୋଲି କୁହାଯାଇଛି।

ଇଣ୍ଡିଆ ଏଆଇ ମିଶନ ଅଧୀନରେ ସରକାର ୧୦,୩୭୨ କୋଟି ଟଙ୍କା ମଞ୍ଜୁର କରିଥିଲେ, ଯାହା ଏଆଇ ଇକୋସିଷ୍ଟମକୁ ସୁଦୃଢ଼ କରିବ। ଏହାର ଅନ୍ୟତମ ମୁଖ୍ୟ ସ୍ତମ୍ଭ ଏଆଇ କମ୍ପ୍ୟଟ୍‌ ଭିତ୍ତିଭୂମି ପାଇଁ ୧୦,୦୦୦ ଜିପିୟୁ ସକ୍ଷମ କରାଇବ। ୧୮,୬୯୩ ଜିପିୟୁ ବୃହତ୍‌ କମ୍ପ୍ୟୁଟ୍‌ କ୍ଷମତା ଦେବ। ଡିପ୍‌ସିକ୍‌ରେ ୨,୦୦୦ ଜିପିୟୁ ବ୍ୟବହାର ହୋଇଥିବାବେଳେ ଚାଟ୍‌ଜିପିଟିର ଭର୍ସନ-୪ରେ ୨୫,୦୦୦ ଜିପିୟୁ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ଅଢ଼େଇ ବର୍ଷର ଝିଆରୀଙ୍କୁ ବଳାତ୍କାର କଲେ ଦାଦା, ଆଉ ତା’ପରେ…

ପିଲିଭିଟ୍‌(ୟୁପି),୭ା୨: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ୨୫ ବର୍ଷର ଦାଦା ନିଜର ଅଢ଼େଇ ବର୍ଷର ଝିଆରୀକୁ ବଳାତ୍କାର କରିବା ପରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା…

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

India-US Trade Deal: ‘ବନ୍ଧୁ ଆଉ ବନ୍ଧୁ ହୋଇ ରହିଲେ ନାହିଁ…’, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାତୀୟ ରାଜନୀତିକୁ ଉଷ୍ମ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ…

କାନ୍ଦିଲାଣି ପାକିସ୍ତାନ, ଚିନ୍ତାରେ ଚାଇନା! ଆମେରିକାର ଜବାବକୁ ନେଇ…

ନୂଆଦିଲ୍ଲୀ,୭।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମ୍ପ୍ରତି ପିଓକେର ମାଟିରୁ ‘କଶ୍ମୀର ପାକିସ୍ତାନ ହେବ’ ସ୍ଲୋଗାନ ଦେଇଥିଲେ। ମଞ୍ଚ ପ୍ରସ୍ତୁତ ଥିଲା, କରତାଳି ହୋଇଥିଲା, ଏବଂ ଇସଲାମାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri