ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ

ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ ବୟାନ ପରେ ତୁରନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସଓ୍ବାଲ ଗୁରୁବାର କହିଛନ୍ତି, ଭାରତ ଏହାର ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ତେଲ ଏବଂ ଗ୍ୟାସ ଆମଦାନୀ କରେ।

ଭାରତୀୟ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଆମର ପ୍ରାଥମିକତା। ଆମର ଆମଦାନୀ ନୀତିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଏହା ଉପରେ ଆଧାରିତ। ସ୍ଥିର ଶକ୍ତି ମୂଲ୍ୟ ଏବଂ ସୁରକ୍ଷିତ ଯୋଗାଣ ସୁନିଶ୍ଚିତ କରିବା ଆମର ଶକ୍ତି ନୀତିର ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ। ଏଥିପାଇଁ ଆମେ ଆମର ଶକ୍ତି ଉତ୍ସଗୁଡ଼ିକୁ ଆହୁରି ବଢ଼ାଉଛୁ ଏବଂ ବଜାର ଆବଶ୍ୟକତା ସହିତ ଅନେକ ପରିବର୍ତ୍ତନ ବି କରୁଛୁ।

ବୁଧବାର ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲେ। ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଆଉ ରୁଷିଆରୁ ତେଲ କ୍ରୟ କରିବ ନାହିଁ। ଭାରତ ବାରମ୍ବାର ସ୍ପଷ୍ଟ କରିଛି ଯେ, ଏହା ନିଜ ଲୋକଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ ରୁଷିଆରୁ ତେଲ କ୍ରୟ ଜାରି ରଖିବ। ବୈଦେଶିକ ମନ୍ତ୍ରଣାଳୟର ଏପରି ସ୍ପଷ୍ଟତା ପରେ ଟ୍ରମ୍ପଙ୍କ ମିଛ ପୁଣି ଥରେ ଧରା ପଡ଼ିଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଶେଷ ହେଲା ଯୁଦ୍ଧ! ପ୍ରଥମଥର ପାଇଁ ଇରାନ ନେଇଛି ଏହି ପ୍ରମୁଖ ପଦକ୍ଷେପ… ଅକାମୀ ହୋଇଗଲାଣି ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା…

ଜେରୁଜେଲମ,୧୬।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଇରାନର IRGC (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ…

ଇରାନକୁ କଟାକ୍ଷ କଲେ ଟ୍ରମ୍ପ, ପୂର୍ବାବସ୍ଥାକୁ ଫେରିବା ପାଇଁ ୧୦ ବର୍ଷ….

ଓ୍ବାଶିଂଟନ,୧୬।୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକାର ଆକ୍ରମଣ ଇରାନର ସେନା ଉପରେ ଏତେ ପରିମାଣର କ୍ଷତି କରିଛି ଯେ ଦେଶକୁ ପୁନଃନିର୍ମାଣ କରିବାକୁ…

ଯୁଦ୍ଧର ସଙ୍କଟ ରୁଷିଆ ପାଇଁ ପାଲଟିଛି ସୁଯୋଗ! ‘ତେଲର ଖେଳ’ରେ କୋଟି କୋଟି ଡଲାର ଲାଭ କରୁଛି…

ମସ୍କୋ,୧୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୭ତମ ଦିନ। ଫଳସ୍ବରୂପ, ବିଶ୍ୱ ବଜାରରେ…

ଟ୍ରମ୍ପଙ୍କ ସହ ଯିବାକୁ ସିଧା ମନାକଲା ଜାପାନ! ଜାଣନ୍ତୁ କାହିଁକି…

ଟୋକିଓ,୧୬।୩: ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସଂସଦରେ କହିଛନ୍ତି ଯେ ଟୋକିଓ ବର୍ତ୍ତମାନ ହରମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା…

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri