Posted inଜାତୀୟ

ବିଶ୍ୱର ସବୁଠୁ ବଡ଼ ମୁସଲମାନ ଦେଶ ହୋଇଯିବ ଭାରତ! ଜାଣନ୍ତୁ ହିନ୍ଦୁମାନଙ୍କ ସ୍ଥିତି କୋଉଠି

ନୂଆଦିଲ୍ଲୀ,୧୨।୭: ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ଭାବରେ ଉଭା ହୋଇଛି। ବିଶ୍ୱରେ ଖ୍ରୀଷ୍ଟିଆନ ଜନସଂଖ୍ୟା ହ୍ରାସ ପାଇଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶିତ ହୋଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବାଧିକ ମୁସଲମାନ ଥିବା ଦେଶ ହେବ। ରିପୋର୍ଟ ଅନୁଯାୟୀ, ମୁସଲମାନ ଜନସଂଖ୍ୟା ୩୪୭ ନିୟୁତ ବୃଦ୍ଧି ପାଇଛି। ଏହି ବୃଦ୍ଧି ସମସ୍ତ ଧର୍ମର ମିଳିତ ଅଭିବୃଦ୍ଧି ଅପେକ୍ଷା ଅଧିକ।

ବିଶ୍ୱ ସ୍ତରରେ ମୁସଲମାନଙ୍କ ଅଂଶ ୨୦୧୦ରେ ୨୩.୯ ପ୍ରତିଶତରୁ ୨୦୨୦ରେ ୨୫.୬ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ୟୁର ବରିଷ୍ଠ ଜନସଂଖ୍ୟା ବିଶାରଦ ହାକେଟ କହିଛନ୍ତି, ମୁସଲମାନଙ୍କ ମଧ୍ୟରେ ଶିଶୁ ଜନ୍ମହାର ମୃତ୍ୟୁହାର ଅପେକ୍ଷା ଅଧିକ।

ହିନ୍ଦୁମାନଙ୍କର ସ୍ଥିତି କ’ଣ?

ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ହିନ୍ଦୁ ଜନସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇଛି, ଯାହା ବିଶ୍ୱ ଜନସଂଖ୍ୟା ବୃଦ୍ଧି ସହିତ ପ୍ରାୟ ସମାନ। ୨୦୨୦ ମସିହାରେ ହିନ୍ଦୁଙ୍କ ସଂଖ୍ୟା ୧.୨ ବିଲିୟନ ଥିଲା, ଯାହା ବିଶ୍ୱ ଜନସଂଖ୍ୟାର ୧୪.୯ ପ୍ରତିଶତ। ଭାରତରେ ହିନ୍ଦୁ ଜନସଂଖ୍ୟା ୨୦୧୦ରେ ୮୦ ପ୍ରତିଶତରୁ ହ୍ରାସ ପାଇ ୨୦୨୦ ମସିହାରେ ୭୯ ପ୍ରତିଶତରେ ପହଞ୍ଚିଥିଲା। ସେହିପରି ମୁସଲମାନ ଜନସଂଖ୍ୟା ୧୪.୩ ପ୍ରତିଶତରୁ ୧୫.୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଭାରତରେ ମୁସଲମାନ ଜନସଂଖ୍ୟା ୩୫.୬ ନିୟୁତ ବୃଦ୍ଧି ପାଇଛି।

ବିଶ୍ୱରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨.୧୮ ବିଲିୟନରୁ ୨.୩୦ ବିଲିୟନକୁ ବୃଦ୍ଧି ପାଇଛି, କିନ୍ତୁ ବିଶ୍ୱ ଅଂଶ ୩୦.୬ ପ୍ରତିଶତରୁ ୨୮.୮ ପ୍ରତିଶତକୁ ହ୍ରାସ ପାଇଛି। ଏହି ହ୍ରାସ ମୁଖ୍ୟତଃ ଧର୍ମ ପରିତ୍ୟାଗ କରିବା ଯୋଗୁ ହୋଇଛି, ବିଶେଷକରି ୟୁରୋପ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ଲୋକ ରହିଛନ୍ତି। ନାସ୍ତିକଙ୍କ ସଂଖ୍ୟା ୨୭୦ ନିୟୁତ ବୃଦ୍ଧି ପାଇ ୧.୯ ବିଲିୟନ ହୋଇଛି, ଯାହା ବିଶ୍ୱ ଜନସଂଖ୍ୟାର ୨୪.୨ ପ୍ରତିଶତ। ମୁସଲମାନମାନଙ୍କ ପରେ ଏହି ଗୋଷ୍ଠୀ ଦ୍ୱିତୀୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୋଷ୍ଠୀ। ନାସ୍ତିକ ଜନସଂଖ୍ୟାର ୭୮.୩ ପ୍ରତିଶତ କେବଳ ଚାଇନାରେ ବାସ କରନ୍ତି।

ମୁସଲମାନ ସମ୍ପ୍ରଦାୟରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିର କାରଣ ହେଉଛି ସେମାନଙ୍କର ହାରାହାରି ଯୁବ ଜନସଂଖ୍ୟା ଏବଂ ଉଚ୍ଚ ପ୍ରଜନନ ହାର। ୨୦୧୦ରେ, ବିଶ୍ୱର ମୋଟ ମୁସଲମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ୧୫ ବର୍ଷରୁ କମ ବୟସର ଥିଲେ। ଏହା ଅନ୍ୟ କୌଣସି ଧାର୍ମିକ ଗୋଷ୍ଠୀ ତୁଳନାରେ ସର୍ବାଧିକ ଥିଲା। ୨୦୧୫-୨୦୨୦ର ତଥ୍ୟ ଆଧାରରେ, ଜଣେ ମୁସଲମାନ ମହିଳା ହାରାହାରି ୨.୯ ପିଲା ଜନ୍ମ କରନ୍ତି, ଯେତେବେଳେ ଜଣେ ଅଣ-ମୁସଲମାନ ମହିଳାଙ୍କ ପାଇଁ ଏହି ସଂଖ୍ୟା ୨.୨ ପ୍ରତିଶତ। ଏହା ବ୍ୟତୀତ, ମୁସଲମାନ ଜନସଂଖ୍ୟାର ଏକ ତୃତୀୟାଂଶ ୧୫ ବର୍ଷରୁ କମ ବୟସର, ଯାହା ଭବିଷ୍ୟତରେ ବୃଦ୍ଧିର ସମ୍ଭାବନାକୁ ବୃଦ୍ଧି କରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?