Posted inଜାତୀୟ

ବିଶ୍ୱର ସବୁଠୁ ବଡ଼ ମୁସଲମାନ ଦେଶ ହୋଇଯିବ ଭାରତ! ଜାଣନ୍ତୁ ହିନ୍ଦୁମାନଙ୍କ ସ୍ଥିତି କୋଉଠି

ନୂଆଦିଲ୍ଲୀ,୧୨।୭: ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ଭାବରେ ଉଭା ହୋଇଛି। ବିଶ୍ୱରେ ଖ୍ରୀଷ୍ଟିଆନ ଜନସଂଖ୍ୟା ହ୍ରାସ ପାଇଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶିତ ହୋଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବାଧିକ ମୁସଲମାନ ଥିବା ଦେଶ ହେବ। ରିପୋର୍ଟ ଅନୁଯାୟୀ, ମୁସଲମାନ ଜନସଂଖ୍ୟା ୩୪୭ ନିୟୁତ ବୃଦ୍ଧି ପାଇଛି। ଏହି ବୃଦ୍ଧି ସମସ୍ତ ଧର୍ମର ମିଳିତ ଅଭିବୃଦ୍ଧି ଅପେକ୍ଷା ଅଧିକ।

ବିଶ୍ୱ ସ୍ତରରେ ମୁସଲମାନଙ୍କ ଅଂଶ ୨୦୧୦ରେ ୨୩.୯ ପ୍ରତିଶତରୁ ୨୦୨୦ରେ ୨୫.୬ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ୟୁର ବରିଷ୍ଠ ଜନସଂଖ୍ୟା ବିଶାରଦ ହାକେଟ କହିଛନ୍ତି, ମୁସଲମାନଙ୍କ ମଧ୍ୟରେ ଶିଶୁ ଜନ୍ମହାର ମୃତ୍ୟୁହାର ଅପେକ୍ଷା ଅଧିକ।

ହିନ୍ଦୁମାନଙ୍କର ସ୍ଥିତି କ’ଣ?

ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ହିନ୍ଦୁ ଜନସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇଛି, ଯାହା ବିଶ୍ୱ ଜନସଂଖ୍ୟା ବୃଦ୍ଧି ସହିତ ପ୍ରାୟ ସମାନ। ୨୦୨୦ ମସିହାରେ ହିନ୍ଦୁଙ୍କ ସଂଖ୍ୟା ୧.୨ ବିଲିୟନ ଥିଲା, ଯାହା ବିଶ୍ୱ ଜନସଂଖ୍ୟାର ୧୪.୯ ପ୍ରତିଶତ। ଭାରତରେ ହିନ୍ଦୁ ଜନସଂଖ୍ୟା ୨୦୧୦ରେ ୮୦ ପ୍ରତିଶତରୁ ହ୍ରାସ ପାଇ ୨୦୨୦ ମସିହାରେ ୭୯ ପ୍ରତିଶତରେ ପହଞ୍ଚିଥିଲା। ସେହିପରି ମୁସଲମାନ ଜନସଂଖ୍ୟା ୧୪.୩ ପ୍ରତିଶତରୁ ୧୫.୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଭାରତରେ ମୁସଲମାନ ଜନସଂଖ୍ୟା ୩୫.୬ ନିୟୁତ ବୃଦ୍ଧି ପାଇଛି।

ବିଶ୍ୱରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨.୧୮ ବିଲିୟନରୁ ୨.୩୦ ବିଲିୟନକୁ ବୃଦ୍ଧି ପାଇଛି, କିନ୍ତୁ ବିଶ୍ୱ ଅଂଶ ୩୦.୬ ପ୍ରତିଶତରୁ ୨୮.୮ ପ୍ରତିଶତକୁ ହ୍ରାସ ପାଇଛି। ଏହି ହ୍ରାସ ମୁଖ୍ୟତଃ ଧର୍ମ ପରିତ୍ୟାଗ କରିବା ଯୋଗୁ ହୋଇଛି, ବିଶେଷକରି ୟୁରୋପ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ଲୋକ ରହିଛନ୍ତି। ନାସ୍ତିକଙ୍କ ସଂଖ୍ୟା ୨୭୦ ନିୟୁତ ବୃଦ୍ଧି ପାଇ ୧.୯ ବିଲିୟନ ହୋଇଛି, ଯାହା ବିଶ୍ୱ ଜନସଂଖ୍ୟାର ୨୪.୨ ପ୍ରତିଶତ। ମୁସଲମାନମାନଙ୍କ ପରେ ଏହି ଗୋଷ୍ଠୀ ଦ୍ୱିତୀୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୋଷ୍ଠୀ। ନାସ୍ତିକ ଜନସଂଖ୍ୟାର ୭୮.୩ ପ୍ରତିଶତ କେବଳ ଚାଇନାରେ ବାସ କରନ୍ତି।

ମୁସଲମାନ ସମ୍ପ୍ରଦାୟରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିର କାରଣ ହେଉଛି ସେମାନଙ୍କର ହାରାହାରି ଯୁବ ଜନସଂଖ୍ୟା ଏବଂ ଉଚ୍ଚ ପ୍ରଜନନ ହାର। ୨୦୧୦ରେ, ବିଶ୍ୱର ମୋଟ ମୁସଲମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ୧୫ ବର୍ଷରୁ କମ ବୟସର ଥିଲେ। ଏହା ଅନ୍ୟ କୌଣସି ଧାର୍ମିକ ଗୋଷ୍ଠୀ ତୁଳନାରେ ସର୍ବାଧିକ ଥିଲା। ୨୦୧୫-୨୦୨୦ର ତଥ୍ୟ ଆଧାରରେ, ଜଣେ ମୁସଲମାନ ମହିଳା ହାରାହାରି ୨.୯ ପିଲା ଜନ୍ମ କରନ୍ତି, ଯେତେବେଳେ ଜଣେ ଅଣ-ମୁସଲମାନ ମହିଳାଙ୍କ ପାଇଁ ଏହି ସଂଖ୍ୟା ୨.୨ ପ୍ରତିଶତ। ଏହା ବ୍ୟତୀତ, ମୁସଲମାନ ଜନସଂଖ୍ୟାର ଏକ ତୃତୀୟାଂଶ ୧୫ ବର୍ଷରୁ କମ ବୟସର, ଯାହା ଭବିଷ୍ୟତରେ ବୃଦ୍ଧିର ସମ୍ଭାବନାକୁ ବୃଦ୍ଧି କରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri