Posted inଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌

ଜୋହାନ୍ସବର୍ଗ, ୧୫ା୧୧ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଏଠାରେ ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ରିଙ୍କୁ ସିଂଙ୍କ ଫର୍ମ ଓ ବ୍ୟାଟିଂ ପୋଜିଶନ ଭ୍ରମଣକାରୀ ଦଳ ପାଇଁ ଏବେ ଏକ ଚିନ୍ତାର ବିଷୟ ହୋଇଛି। ସଞ୍ଜୁ ସାମସନ ଓ ତିଲକ ବର୍ମା ଇତିମଧ୍ୟରେ ଶତକ ହାସଲ କରିଛନ୍ତି। ଏହା ସତ୍ତ୍ୱେ ୩-୧ରେ ସିରିଜ ଜିତିବାକୁ ହେଲେ ଶୁକ୍ରବାର ମ୍ୟାଚରେ ଦଳଗତ ପ୍ରଦର୍ଶନର ଆବଶ୍ୟକତା ରହିଛି। ଦି ଓ୍ବାଣ୍ଡରର୍ସ ‘ବୁଲ୍‌ ରିଙ୍ଗ’ ପିଚ୍‌ ସବୁବେଳେ ଭାରତୀୟ ଦଳକୁ ସୁହାଇ ଆସିଛି। ଏଠାରେ ୨୦୦୭ରେ ପାକିସ୍ତାନକୁ ହରାଇ ଭାରତ ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତିଥିଲା। ବର୍ଷକ ପୂର୍ବେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଟି୨୦ ସିରିଜ ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ଷ୍ଟାଡିୟମରେ ଏକ ଶତକ ହାସଲ କରିଥିଲେ। ଦଳର ବିଜୟରେ ଏହା ସହାୟକ ହୋଇଥିଲା।

ଭାରତୀୟ ଅଧିନାୟକଙ୍କ ବିଜୟ ପ୍ରତିଶତ ୮୧.୨୫ ରହିଛି। ଦଳ ଗତ ୧୬ଟି ମ୍ୟାଚରୁ ୧୩ଟିରେ ବିଜୟ ହାସଲ କରିଛି। ଗତ ସରିଜ ୧-୧ରେ ଡ୍ର ରହିଥିଲା। ଗୋଟିଏ ମ୍ୟାଚ ବର୍ଷା ଯୋଗୁ ବାତିଲ କରାଯାଇଥିଲା। ଟି୨୦ କ୍ରିକେଟର ଅନ୍ୟତମ ଦକ୍ଷ ଖେଳାଳି ବିବେଚନା କରାଯାଉଥିବା ରିଙ୍କୁ ଭଲ ଖେଳିପାରୁ ନ ଥିବାରୁ କ’ଣ କରାଯାଇପାରିବ ସେ ନେଇ ଦଳ ଚିନ୍ତିତ। ଗତ କିଛି ମାସ ହେଲା ତାଙ୍କଠାରୁ ଆଶାନୁରୂପ ପ୍ରଦର୍ଶନ ଦେଖିବାକୁ ମିଳୁନି। ତାଙ୍କୁ ବର୍ତ୍ତମାନ ୬ଷ୍ଠ କିମ୍ବା ୭ମ ସ୍ଥାନରେ ବ୍ୟାଟିଂ ପାଇଁ ପଠାଯାଉଛି।

ଆଲିଗଡ଼ର ଏହି ଖେଳାଳିଙ୍କୁ ହୁଏତ ଏହି ପୋଜିଶନ ସୁହାଉ ନ ଥିବା ଅନେକେ କହୁଛନ୍ତି। ପରବର୍ତ୍ତୀ ବିଶ୍ୱକପ୍‌ ୨୦୨୬ରେ ହେବ। ଏହା ପୂର୍ବରୁ ରିଙ୍କୁଙ୍କୁ ସେଟ୍‌ କରିବା ଲାଗି ଅଧିନାୟକ ସୂର୍ଯ୍ୟକୁମାରଙ୍କ ନିକଟରେ ଯଥେଷ୍ଟ ସମୟ ଅଛି। ଚଳିତ ସିରିଜରେ ରିଙ୍କୁ ଦୁଇଟି ଗେମ୍‌ରେ ୬ ନମ୍ବର ଏବଂ ଅନ୍ୟଟିରେ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ମୋଟ (୧୧, ୨, ୮) ୩୪ ବଲ୍‌ରେ ୨୮ ରନ ସଂଗ୍ରହ କରିଛନ୍ତି। ରିଙ୍କୁ ହେଉଛନ୍ତି ଜଣେ ଫିନିଶର ସ୍ପେଶାଲିଷ୍ଟ। ଯେତେବେଳେ ବ୍ୟାଟିଂ ଅର୍ଡରରେ ତାଙ୍କୁ ୫ମ ସ୍ଥାନରେ ପଠାଯାଇଛି, ସେ ଭଲ ପ୍ରଦର୍ଶନ କରିଥିବା ପରିଲକ୍ଷିତ ହୋଇଛି। କିନ୍ତୁ ସଞ୍ଜୁ ସାମସନ ଇତିମଧ୍ୟରେ ଜଣେ ଓପନର ଭାବେ ସେଟ୍‌ ହୋଇସାରିଛନ୍ତି। ତିଲକ ବର୍ମା ୩ନମ୍ବର ସ୍ଥାନର ପ୍ରକୃତ ଦାବିଦାର ଭାବେ ସାବ୍ୟସ୍ତ କରିପାରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅତିକ୍ରମ କରି ରିଙ୍କୁ ଆଗକୁ ଯାଇପାରିବେ ନାହିଁ।ଏହି ସମସ୍ୟାର ଯେତେଶୀଘ୍ର ସମାଧାନ କରାଯାଇପାରିବ ସେଦିଗରେ ଟିମ୍‌ ମ୍ୟାନେଜମେଣ୍ଟ ଧ୍ୟାନଦେବା ଉଚିତ।

ସିରିଜ ପାଇଁ ମନୋନୀତ ୧୫ ଖେଳାଳିଙ୍କ ମଧ୍ୟରେ ୧୨ଜଣ ପ୍ରଥମ ୩ଟି ମ୍ୟାଚରେ ଖେଳିସାରିଛନ୍ତି। ପିଚ୍‌ ପେସ୍‌ ବୋଲିଂକୁ ସୁହାଉଥିବା କୁହାଯାଉଥିବାରୁ ଏଥର ଯଦି ଦଳ ପରିବର୍ତ୍ତନ କରାଯାଏ ତେବେ ଦୁଇଜଣ ନୂଆ ପେସ୍‌ ବୋଲର ୟସ ଚୋପ୍ରା ଓ ଭିସାଖ ବିଜୟ କୁମାରଙ୍କ ମଧ୍ୟରୁ ଜଣଙ୍କୁ ଖେଳିବା ସୁଯୋଗ ମିଳିପାରେ।

ଏହି ମ୍ୟାଚ୍‌ ଭାରତୀୟ ସମୟ ୮.୩୦ରେ ଆରମ୍ଭ ହେବ। Sports18ରେ ଏହି ମ୍ୟାଚ୍‌ର ଲାଇଭ୍‌ ଦେଖିପାରିବେ। ଏହା ସହ ଜିଓ ଜିନେମାରେ ଏହି ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?