Posted inଖେଳ

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ କ୍ରିକେଟ ସହିତ ରାଜନୀତିର ସମ୍ମିଶ୍ରଣ ହୋଇଥିଲା ଏବଂ ଭାରତ ବିପକ୍ଷ ମ୍ୟାଚକୁ ପାକିସ୍ତାନ ବର୍ଜନ କରିବ ବୋଲି କହିବାରୁ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି), ବାଂଲାଦେଶ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ହସ୍ତକ୍ଷେପ ପରେ ପାକିସ୍ତାନ ୟୁଟର୍ନ ମାରିବାସହ ଖେଳିବାକୁ ରାଜି ହେବାପରେ ଏହି ହାଇପ୍ରୋଫାଇଲ ମ୍ୟାଚ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ଭାରତ-ପାକିସ୍ତାନ ମ୍ୟାଚରେ ଉଭୟ ଦଳର ଖେଳାଳି ଅତ୍ୟଧିକ ଚାପଗ୍ରସ୍ତ ଥାଆନ୍ତି। ଫଳରେ ମ୍ୟାଚ ସ୍ୱାଭାବିକ ଉତ୍ତେଜନାପୂର୍ଣ୍ଣ ହୋଇଥାଏ। ଦର୍ଶକଙ୍କ ହୃଦ୍‌ସ୍ପନ୍ଦନ ମଧ୍ୟ ବଢ଼ିଥାଏ। ତେଣୁ ସବୁ ଆଇସିସି ଇଭେଣ୍ଟରେ ଏହା ଏକ ନିଆରା ମ୍ୟାଚଭାବେ ପରିଗଣିତ ହୋଇଥାଏ। ମ୍ୟାଚ ପାଇଁ ଶେଷ ପ୍ରସ୍ତୁତିଲାଗି ଉଭୟ ଦଳ ଶନିବାର ନେଟ୍ସ ସେସନରେ ଝାଳ ବୁହାଇଛନ୍ତି। ହା୍ୟଣ୍ଡସେକ୍‌ପରି ଅନେକ ବିବାଦୀୟ ପ୍ରସଙ୍ଗ ଆଗକୁ ରହିଥିଲେ ହେଁ ଏବେ ମ୍ୟାଚ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ଅଭିଷେକ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌ ଥିବାରୁ ଆଗାମୀ ମ୍ୟାଚରେ ଖେଳିବା ସମ୍ଭାବନା ବଢ଼ିଛି। ପାକସ୍ଥଳୀରେ ସଂକ୍ରମଣ ଯୋଗୁ ସେ ନାମ୍ୱିୟା ବିପକ୍ଷ ମ୍ୟାଚ ଖେଳିପାରି ନ ଥିଲେ। ଯଦି ସେ ସମ୍ପୂର୍ଣ୍ଣ ଫିଟ୍‌ ନ ହୁଅନ୍ତି ତେବେ ସଞ୍ଜୁ ସାମସନଙ୍କୁ ଅପରିବର୍ତ୍ତିତ ରଖାଯାଇପାରେ କିମ୍ୱା ଓ୍ୱାଶିଂଟନ ସୁନ୍ଦର ଇନ୍‌ଫର୍ମ ଇଶାନ କିଶନଙ୍କ ସହ ଇନିଂସ ଓପନ କରିପାରନ୍ତି। ପ୍ରେମଦାସା ପିଚ୍‌ ସ୍ଲୋ ବୋଲରଙ୍କୁ ସୁହାଇବା ପୂର୍ୱାନୁମାନ କରାଯାଉଥିବାରୁ
ଭାରତ-ପାକିସ୍ତାନ …
ଏଥିରେ ସୁନ୍ଦର ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବାକୁ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିପାରେ। ଯଦି କୁଲଦୀପଙ୍କୁ ସୁଯୋଗ ମିଳେ ତେବେ ଜଣେ ବ୍ୟାଟର ବାହାରେ ବସିପାରନ୍ତି। ରିଙ୍କୁ ସିଂ ଏହାର ଶିକାର ହୋଇପାରନ୍ତି। ଏବେ ଭାରତକୁ କେବଳ ମିଡିଲ ଅର୍ଡରରେ ସ୍ଥିର ପ୍ରଦର୍ଶନ ଦେବାକୁ ହେବ। ଆମେରିକାର ବିପକ୍ଷ ମ୍ୟାଚରେ ଭାରତ ଏକଦା ୭୭ ରନ ମଧ୍ୟରେ ୬ ଉଇକେଟ ହରାଇଥିଲା। ସେହିପରି ନାମ୍ୱିୟା ବିପକ୍ଷ ଡେଥ୍‌ ଓଭରରେ ଦଳ ଶୀଘ୍ର ୫ ଉଇକେଟ ହରାଇଥିଲା। ପ୍ରଥମ ୨ଟି ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିଛନ୍ତି। ମାତ୍ର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତକୁ ଦଳଗତ ପ୍ରଦର୍ଶନ ଦେବାକୁ ହେବ।
ପାକିସ୍ତାନ ଟୁର୍ନାମେଣ୍ଟ ଆରମ୍ଭରୁ କଲମ୍ୱୋରେ ଖେଳି ଆସୁଛି। ତେଣୁ ଏଠାକାର ପିଚ୍‌ ଓ ପରିବେଶ ସହିତ ଏହି ଦଳ ଅଧିକ ଅଭ୍ୟସ୍ତ ହୋଇଛି। ପାକିସ୍ତାନ ଦଳରେ ଉସମାନ ତାରିକ, ସଇମ ଆୟୁବ, ଆବ୍ରାର ଅହମଦ, ଶାଦବ ଖାଁ ଓ ମହମ୍ମଦ ନଓ୍ୱାଜଙ୍କ ରୂପରେ ୫ ଜଣ ଦକ୍ଷ ସ୍ପିନର ଅଛନ୍ତି। ସେହିପରି ବ୍ୟାଟିଂ ବିଭାଗରେ ଶାହିବଜାଦା ଫରହାନ, ଆୟୁବ ଓ ଅଲ୍‌ରାଉଣ୍ଡର ଫହିମ ଅଶ୍ରଫ ଭଲ ଫର୍ମରେ ଅଛନ୍ତି। ନେଦରଲାଣ୍ଡ୍ସ ଓ ଆମେରିକା ବିପକ୍ଷରେ ବିଜୟୀ ହୋଇଥିବା ପାକିସ୍ତାନ କିନ୍ତୁ ଭାରତ ବିପକ୍ଷରେ କ୍ୱାଲିଟି ବୋଲିଂର ସମ୍ମୁଖୀନ ହେବ। ଯଶପ୍ରୀତ୍‌ ବୁମ୍‌ରାଙ୍କଠାରୁ ଆରମ୍ଭ କରି ବରୁଣ ଚକ୍ରବର୍ତ୍ତୀଙ୍କ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆରେ ଅନେକ ମ୍ୟାଚ ବିଜୟୀ ବୋଲର ଅଛନ୍ତି। ଏପରି କି ଶିବମ ଦୁବେଙ୍କ ବୋଲିଂରେ ମଧ୍ୟ ଅନେକ ଉନ୍ନତି ଘଟିଛି। ଏହା ଦଳରେ ସନ୍ତୁଳନ ଆଣିବ।
ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଥିବାନେଇ ଶ୍ରୀଲଙ୍କା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଫଳରେ ଖେତରାମା ଅଞ୍ଚଳରେ ବର୍ଷା ହେବାର ୭୦ ପ୍ରତିଶତ ସମ୍ଭାବନା ଥିବା ପୂର୍ୱାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri