Posted inଖେଳ

ଆଜି IND vs PAK ମହାମୁକାବିଲା: ମାଗଣାରେ କେବେ, କେଉଁଠି ଦେଖିବେ ଏସିଆ କପ୍‌ର ଫାଇନାଲ…

ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲରେ ରବିବାର ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସଲମାନ ଅଲି ଆଗାଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ ସହ ମୁହାଁମୁହିଁ ହେବ। ମେନ ଇନ ବ୍ଲୁ ଏହି ଟୁର୍ନାମେଣ୍ଟରେ ମେନ ଇନ ଗ୍ରିନ ଉପରେ ୨-୦ର ଲିଡ ବଜାୟ ରଖିଛନ୍ତି ଏବଂ ଦୁଇ ଦଳ ତୃତୀୟ ଥର ପାଇଁ ପ୍ରସ୍ତୁତ। ପୂର୍ବରୁ ଖେଳାଯାଇଥିବା ଦୁଇଟି ଯାକ ମୁକାବଲାରେ ଟିମ ଇଣ୍ଡିଆ ପାକିସ୍ତାନଙ୍କ ବିରୁଦ୍ଧରେ ଏକପାଖିଆ ବିଜୟ ହାସଲ କରିଛି ଏବଂ ଫାଇନାଲରେ ମଧ୍ୟ ଦଳ ବାଜିମାତ କରିବ ବୋଲି ଆଶା କରାଯାଉଛି।

ଭାରତ ଏସିଆ କପ ୨୦୨୫ରେ ଏବେ ପର୍ଯ୍ୟନ୍ତ ଅଜେୟ ରହିଛି, ଯଦିକି ଅନ୍ୟପଟେ ପାକିସ୍ତାନଙ୍କୁ ଦୁଇ ଥର ପରାଜୟର ସାମ୍ନା କରିବାକୁ ପଡ଼ିଛି। ଭାରତର ଲକ୍ଷ୍ୟ ପାକିସ୍ତାନଙ୍କ ବିରୁଦ୍ଧରେ ବିଜୟର ହ୍ୟାଟ୍ରିକ ଲଗାଇବା ଉପରେ ରହିବ। ଯଦି ଆପଣ ଏହି ମୁକାବଲାକୁ ଦେଖିବାକୁ ଚାହୁଁଛନ୍ତି, ତେବେ ଏହା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣି ନିଅନ୍ତୁ।

କେବେ ହେବ ଫାଇନାଲ ମୁକାବଲା :
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍‌ର ଫାଇନାଲ ମୁକାବଲା ରବିବାର, ୨୮ ସେପ୍ଟେମ୍ବରରେ ଖେଳାଯିବ।

କେଉଁଠାରେ ହେବ ମୁକାବିଲା?
ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ, ଦୁବାଇରେ ଖେଳାଯିବ।

-କେତେଟାରେ ଆରମ୍ଭ ହେବ?
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ର ଫାଇନାଲ ମୁକାବଲା ରାତି ୮ଟାରେ ଆରମ୍ଭ ହେବ, ଯଦିକି ଏହାର ଟସ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ ୭.୩୦ଟାରେ ହେବ।

ଟିଭିରେ କେଉଁଠାରେ ଦେଖିବେ ଫାଇନାଲ ମୁକାବଲା?
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍‌ର ଫାଇନାଲ ମୁକାବଲାକୁ ଆପଣ ଟିଭିରେ ସୋନି ସ୍ପୋଟର୍‌ସ ନେଟର୍ୱାର୍କରେ ଦେଖିପାରିବେ। ଏହାର ହିନ୍ଦୀ କମେଣ୍ଟ୍ରୀ ସ୍ପୋଟର୍‌ସ ଟେନ୍‌-୩ ଚ୍ୟାନେଲ୍‌ରେ ଦେଖାଯାଇପାରିବ।

**ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖିବେ ?

ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ମୁକାବଲାର ଲାଇଭ ଷ୍ଟ୍ରିମିଂ ସୋନି ଲାଇଭ ଆପ୍‌ରେ ଦେଖାଯାଇପାରିବ।

**ମାଗଣା କେଉଁଠାରେ ଦେଖିବେ?
ଯଦି ଆପଣ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ମୁକାବଲାକୁ କୌଣସି ସବ୍‌ସ୍କ୍ରିପସନ ବିନା ମାଗଣା ଦେଖିବାକୁ ଚାହୁଁଛନ୍ତି, ତେବେ ଏହାକୁ ଡିଡି ଫ୍ରି ଡିଶ୍ର ଡିଡି ସ୍ପୋଟର୍‌ସ ଚ୍ୟାନେଲ୍‌ରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ସହି ପାରୁନାହାଁନ୍ତି ମୋଦି! ତାମିଲନାଡୁରେ ବିଜୟଙ୍କ TVKକୁ ସମର୍ଥନ କରିବା ନେଇ ଗର୍ଜିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ମେ’୧୦ରେ ଚେନ୍ନାଇର ନେହେରୁ ଷ୍ଟାଡିୟମରେ, ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୬୭ ପରଠାରୁ ସେ ଡିଏମକେ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା…

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

ମା’ ରାମଚଣ୍ଡୀଙ୍କୁ ଜମି ଦାନ ଦେଇଥିଲେ ରାଜା, ଭୋଗ କରୁଛନ୍ତି ଜବରଦଖଲକାରୀ, ପାଉଣା ଦେବାର ନାଁ ଧରୁନାହାନ୍ତି

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୭୩୭ ମସିହାଠାରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ମୌଜାରେ ମା’ ରାମଚଣ୍ଡୀ ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ…

ଭାଜପା ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ହିମନ୍ତ ବିଶ୍ୱ ଶର୍ମା ହେବେ….

ଗୁଆହାଟି,୧୦।୫: ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜେପି ନଡ୍ଡା ହିମନ୍ତ ବିଶ୍ୱଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri