Posted inଖେଳ

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର ରୋମାଞ୍ଚ ପୂର୍ବରୁ ଏଠାରେ ‘ସାପ’କୁ ନେଇ ଆତଙ୍କ ଦେଖାଦେଇଛି। ପୁଣିଥରେ ଷ୍ଟାଡିୟମରେ ଏକ ବିଷଧର ସାପ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଛି।

ଫେବୃଆରୀ ୧୪ ତାରିଖରେ ପାକିସ୍ତାନୀ ଦଳ ଅଭ୍ୟାସ ପାଇଁ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ଠିକ ସେମାନଙ୍କ ଡଗଆଉଟ୍‌ (ଖେଳାଳି ବସିବା ସ୍ଥାନ) ପାଖରେ ଏକ ବଡ଼ ସାପ ଦେଖାଯାଇଥିଲା। ସାପଟି ବେଶ ବିଷଧର ଜଣାପଡୁଥିଲା। ସୌଭାଗ୍ୟବଶତଃ, ଖେଳାଳିମାନେ ପହଞ୍ଚିବା ପୂର୍ବରୁ ସୁରକ୍ଷାକର୍ମୀ ଓ ଗ୍ରାଉଣ୍ଡ ଷ୍ଟାଫ ସାପଟିକୁ ଦେଖି ଦେଇଥିଲେ ଏବଂ ଅତି ସାବଧାନତାର ସହ ତାକୁ ଧରି ବାହାରକୁ ନେଇଯାଇଥିଲେ। ଯଦି ସାପଟି କେଉଁଠି ଲୁଚି ରହିଥାନ୍ତା, ତେବେ ମ୍ୟାଚ ସମୟରେ ଖେଳାଳିଙ୍କ ପାଇଁ ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା।

ପ୍ରେମଦାସା ଷ୍ଟାଡିୟମରେ ସାପ ବାହାରିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ସାପ ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି। ଗତ ଜୁଲାଇ ୩ରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଦିନିକିଆ ମ୍ୟାଚ ଚାଲିଥିବା ବେଳେ ବାଂଲାଦେଶ ଇନିଂସର ତୃତୀୟ ଓଭରରେ ଏକ ବଡ଼ ସାପ ପଡ଼ିଆ ଭିତରକୁ ପଶି ଆସିଥିଲା, ଯାହା ଫଳରେ କିଛି ସମୟ ପାଇଁ ମ୍ୟାଚ ବନ୍ଦ ରହିଥିଲା। ଲଙ୍କା ପ୍ରିମିୟର ଲିଗ (LPL) ୨୦୨୪ରେ ଅନେକ ଥର ସାପ ଷ୍ଟାଡିୟମରେ ପ୍ରବେଶ କରିଥିବାର ଦେଖାଯାଇଥିଲା।

ଏହି ଷ୍ଟାଡିୟମ ଚାରିପାଖରେ ଅଧିକ ବୁଦା ଏବଂ ଜଳାଶୟ ଥିବାରୁ ଏଠାରେ ପ୍ରାୟତଃ ସାପ ଦେଖାଯାନ୍ତି। ଗ୍ରାଉଣ୍ଡ ଷ୍ଟାଫ୍ମାନେ ସବୁବେଳେ ସଜାଗ ରହିଥିଲେ ମଧ୍ୟ ସାପମାନେ ପଡ଼ିଆ ଭିତରକୁ ପଶି ଆସିବା ଆୟୋଜକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri