Posted inଜାତୀୟ

ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ

ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ଇଣ୍ଡିଆ ମେଣ୍ଟ ଏହାକୁ ବିରୋଧ କରୁଥିବାବେଳେ ଶାସକ ଭାଜପା ସମେତ କିଛି ସେଲିବ୍ରେଟି ଓ ଖେଳାଳୀ ଏହାକୁ ସମର୍ଥନ କରିଛନ୍ତି।

ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିବାବେଳେ କିଛି ଆଇନ ବିଶେଷଜ୍ଞମାନେ ଏପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସମ୍ବିଧାନରେ ଏନେଇ କିଛି ଧାରା ଅଛି କି ନାହିଁ କିମ୍ବା ଇଣ୍ଡିଆକୁ ଭାରତରେ ପରିବର୍ତ୍ତନ କରାଯାଇ ପାରିବ କି ନାହିଁ ସେ ସମ୍ବନ୍ଧରେ ଉଲ୍ଲେଖ ଅଛି ବୋଲି ପ୍ରକାଶ କରିଛନ୍ତି। ଦେଶର ସମ୍ବିଧାନ ଅନୁଯାୟୀ, ଇଣ୍ଡିଆକୁ ଭାରତ ଭାବରେ ମଧ୍ୟ ଲେଖାଯାଇପାରିବ। ଏଥିପାଇଁ କୌଣସି ସାମ୍ବିଧାନିକ ସଂଶୋଧନ କରିବାର ଆବଶ୍ୟକତା ନାହିଁ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏମ.ଏଲ କହିଛନ୍ତି, ଇଣ୍ଡିଆ ନାମ ହଟାଇ ଭାରତ କରିବା ପ୍ରସଙ୍ଗରେ ସମ୍ବିଧାନର ଧାରା ୧ରେ ବର୍ଣ୍ଣନା କରାଯାଇଛି। ଧାରା ୧ନୁସାରେ ଇଣ୍ଡିଆ ଦ୍ୟାଟ ଇଜ୍‌ ଭାରତ। ଇଣ୍ଡିଆ ବଦଳରେ ଭାରତୀୟ ନାଗରିକ ଭାରତ ମଧ୍ୟ ବ୍ୟବହାର କରିପାରିବେ। ସେହିପରି ଭାବରେ, ଯଦି ଭାରତ ସରକାର ଯେକୌଣସି ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ଭାରତ ଲେଖନ୍ତି ତେବେ ଏହାକୁ ମଧ୍ୟ ସମ୍ପୂର୍ଣ୍ଣ ଅନୁମତି ଦିଆଯାଇଛି।

ସେହିପରି ସୁପ୍ରିମକୋର୍ଟର ଆଉ ଜଣେ ଆଇନଜୀବୀ ଜୟନନ୍ତ ସିଂ ସ୍ପଷ୍ଟ କରିଛନ୍ତି, ଭାରତ ଶଦ୍ଦର ଇଂରାଜୀ ଅନୁବାଦ ଇଣ୍ଡିଆ ନୁହେଁ। କିନ୍ତୁ କେନ୍ଦ୍ର ସରକାର ଚାହିଁଲେ ଦୁଇଟି ଶଦ୍ଦକୁ କେଉଁଠି ବି ବ୍ୟବହାର କରିପାରିବେ। ସ୍ବାଧୀନତା ପରେ ଭାରତ ସରକାର କିମ୍ବା ଗମେଣ୍ଟ ଅଫ୍‌ ଇଣ୍ଡିଆ ଲେଖାଯାଉଛି। ତଥାପି, ଏହାକୁ ପରିବର୍ତ୍ତନ କରାଯାଇପାରିବ ଏବଂ ଏଥିରେ ଆମ ସମ୍ବିଧାନିକ ବାଧା ଦେଇପାରିବ ନାହିଁ।
ଯଦି ଭାରତର ଇଂରାଜୀ ଅନୁବାଦ ଇଣ୍ଡିଆ ହୋଇଥାନ୍ତା, ତେବେ ଦେଶରେ ସବୁଠାରେ ଇଣ୍ଡିଆ ଭାରତ ଲେଖିବା ବାଧ୍ୟତାମୂଳକ ହୋଇଥାନ୍ତା। ଧାରା ୧ ଅନୁଯାୟୀ, ଉଭୟ ଭାରତ ଏବଂ ଇଣ୍ଡିଆ ଯେକୌଣସି ସ୍ଥାନରେ ଲେଖାଯାଇପାରିବ।
ସେ ଆହୁରି କହିଛନ୍ତି, ସମ୍ବିଧାନ ସଭାରେ ଏକ ବିତର୍କ ବେଳେ ଏଚ ଭି କାମାଥ ଏକ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ଇଣ୍ଡିଆକୁ ଭାରତର ଇଂରାଜୀ ଅନୁବାଦ ଭାବରେ ବିବେଚନା କରାଯିବା ଉଚିତ, କିନ୍ତୁ ଏହି ପ୍ରସ୍ତାବକୁ ସେତେବେଳେ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ତେବେ ଲୋକସଭାର ପୂର୍ବତନ ସେକ୍ରେଟେରୀ ଜେନେରାଲ ପିଡିଟି ଆଚାର୍ଯ୍ୟଙ୍କ ଭିନ୍ନ ମତ ରହିଛି। ସେ କହିଛନ୍ତି, ଧାରା ୫୨ଅନୁଯାୟୀ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଶବ୍ଦ ବ୍ୟବହାର କରାଯାଇଛି। ଏଭଳି ପରିସ୍ଥିତିରେ ଇଣ୍ଡିଆ ବଦଳରେ ଭାରତ ଲେଖିବା କୌଣସି ପ୍ରକାରେ ଠିକ ନୁହେଁ।ପ୍ରେସିଡେଣ୍ଟ ଅଫ୍‌ ଭାରତ ଶଦ୍ଦ ସମ୍ବିଧାନରେ ବ୍ୟବହାର କରାଯାଏ ନାହିଁ।

ବରିଷ୍ଠ ଆଇନଜୀବୀ ଏମ.ଏଲ ଲୋହିତ କହିଛନ୍ତି, ଯଦି ସରକାର ପ୍ରସ୍ତାବରେ ଓ୍ବି ଦ ପିପୁଲ ଅଫ୍‌ ଇଣ୍ଡିଆ ବଦଳରେ ଭାରତ ଶବ୍ଦକୁ ଯୋଡିବାକୁ ଚାହୁଁଛନ୍ତି ତେବେ ପୁଣିଥରେ ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ। ଏଥିସହ ଏହି ପ୍ରସ୍ତାବକୁ ଉଭୟ ସଂସଦ ଗୃହରେ ପାରିତ କରିବାକୁ ପଡ଼ିବ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ପ୍ରସ୍ତାବକୁ ପରିବର୍ତ୍ତନ କରାଯାଇପାରିବ କି? ଏହି ପ୍ରସ୍ତାବି ସମ୍ବିଧାନର ପ୍ରାଣ ଓ ମୌଳିକ ଗଠନର ଏକ ଅଂଶ ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଯଦି ପ୍ରସ୍ତାବରେ କୌଣସି ପରିବର୍ତ୍ତନ କରାଯାଏ, ତେବେ ଏହି ମାମଲା ନ୍ୟାୟିକ ତଦାରଖ ଅଧୀନରେ ଆସିବ। କେସବାନନ୍ଦ ଭାରତୀ ମାମଲାରେ ୧୩ ଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟରେ କହିଛନ୍ତି ଯେ ସମ୍ବିଧାନକୁ ସଂଶୋଧନ କରାଯାଇପାରିବ କିନ୍ତୁ ଏହାର ମୌଳିକ ଗଠନରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri