Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

କାନପୁର, ୨୭ା୯ (ପି.ଟି.):ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ସିରିଜ କ୍ଲିନ୍‌ ସୁଇପ୍‌ କରିବାକୁ ହେଲେ ଭାରତ ଏହାର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କଠାରୁ ପ୍ରଭାବୀ ବ୍ୟାଟିଂ ଆଶା କରୁଛି। ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବାଂଲାଦେଶ ପେସ୍‌ ବୋଲରଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଶୁବମନ ଗିଲ୍‌ଙ୍କ ଉପଯୋଗୀ ଶତକ ଏବଂ ରିଷଭ ପନ୍ତଙ୍କ ଦୃଢ଼ ପ୍ରତ୍ୟାବର୍ତ୍ତନ ଯୋଗୁ ଭାରତ ସହଜ ବିଜୟ ହାସଲ କରିପାରିଥିଲା। ବିଶେଷ କରି ଘରୋଇ ଗ୍ରାଉଣ୍ଡରେ ପ୍ରତ୍ୟାବର୍ତ୍ତନ କରି ଭାରତ ଯେପରି ଟେଷ୍ଟ କ୍ରିକେଟରେ ଏହାର ଆଧିପତ୍ୟ ଜାହିର କଲା ଏଥିରୁ ମନେହେଉଛି ଦଳ ନିଜ ଦେଶରେ କ୍ରମାଗତ ୧୮ ସିରିଜ ବିଜୟ ସହ ଏହାର ରେକର୍ଡ ସଂଖ୍ୟାକୁ ବୃଦ୍ଧି କରିବା ପଥରେ ଅଗ୍ରସର ହେଉଛି।

ହ୍ବାଇଟବଲ୍‌ କ୍ରିକେଟକୁ ପ୍ରତ୍ୟାବର୍ତ୍ତନରେ ସଫଳ ହୋଇଥିବା ପନ୍ତ ପୁଣି ପ୍ରମାଣ କରି ଦେଖାଇବାକୁ ହେବ ଯେ, ଟେଷ୍ଟ କ୍ରିକେଟରେ ସେ କେ ଧୁରନ୍ଧର। ସିରିଜ ଓପନରରେ ବାଂଲାଦେଶ ପେସ୍‌ ବୋଲର ହସନ ମେହମୁଦ ଓ ତସ୍କିନ ଅହମଦଙ୍କ ଲାଇନ୍‌ ଲେନ୍ଥ ବୋଲିଂ ଆଗରେ ଉଭୟ ରୋହିତ ଓ ବିରାଟଙ୍କ ବ୍ୟାଟ୍‌ ନୀରବ ରହିଥିଲା। ଆଗକୁ ଏକ ଲମ୍ବା ଟେଷ୍ଟ ସିଜନ ରହିଥିବା ବେଳେ ଦଳର ଏହି ଦୁଇ ପ୍ରମୁଖ ବ୍ୟାଟରୁ ରନ୍‌କୁ ଅପେକ୍ଷା କରାଯାଇଛି। ଗ୍ରୀନ୍‌ପାର୍କ ଉଇକେଟ ହେଉଛି ପାରମ୍ପରିକ ଏକ ନିଚା ଆଣ୍ଡ୍‌ ଧିମା ଟ୍ରାକ୍‌ ପ୍ରଥମାବସ୍ଥାରେ ଏହା କିଛି ପରିମାଣରେ ଫାଷ୍ଟ ବୋଲରଙ୍କୁ ଏବଂ ପରେ ଏହା ସ୍ପିନ ବୋଲରଙ୍କୁ ସୁହାଇବ। ଏପରି ସ୍ଥଳେ ଭାରତ ହୁଏତ ୩ ପେସରଙ୍କ ସ୍ଥାନରେ ୩ ସ୍ପିନରଙ୍କୁ ନେଇପାରେ। ଆକାଶ ଦୀପ୍‌ଙ୍କ ସ୍ଥାନରେ କୁଲଦୀପଙ୍କୁ ଦଳରେ ସ୍ଥାନ ମିଳିପାରେ। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଯଦି ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦିଏ ତେବେ ଘରୋଇ ପିଚ୍‌ର ହିରୋ ବୋଲି କୁହାଯାଉଥିବା କୁଲଦୀପଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ନିଆଯାଇପାରେ। ଗତ ୧୮ମାସ ହେଲା ଅକ୍ଷରଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। ଗ୍ରୀନ୍‌ପାର୍କରେ ଶେଷ ଥର ପାଇଁ ଏକ ଟେଷ୍ଟ ମ୍ୟାଚ ୨୦୨୧ରେ ଖେଳାଯାଇଥିଲା। ସେଥର ଭାରତ ୩ଜଣ ସ୍ପିନର ଅଶ୍ୱିନ, ଜାଡେଜା ଓ ଅକ୍ଷରଙ୍କୁ ଖେଳାଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ ରୋମାଞ୍ଚକ ଡ୍ର ଭାବେ ଶେଷ ହୋଇଥିଲା।

ଏହି ମ୍ୟାଚ୍‌ର ସିଧାପ୍ରସାରଣ Sports18 and Colors Cineplex TV ଚ୍ୟାନେଲରେ ଦେଖିପାରିବେ। ୯.୩୦ରେ ମ୍ୟାଚ୍‌ରେ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଲେ ପ୍ରମିଳା: ଦଳ ଫିଲଟର ହେଉଛି, ସବୁ ଅଳିଆ…

ଭୁବନେଶ୍ୱର,୨୦।୩: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଆମେରିକା-ଇସ୍ରାଏଲ ପରେ ଏସବୁ ଦେଶକୁ ଧମକ ଦେଲା ଇରାନ, ବିଶ୍ୱରେ ଚହଳ…

ତେହରାନ,୨୦।୩: ଇରାନ ବ୍ରିଟେନକୁ ଏକ କଠୋର ଚେତାବନୀ ଦେଇଛି। ଏହା କହିଛି ଯେ ଯଦି ବ୍ରିଟେନ ଆମେରିକାକୁ ତାର ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦିଏ,…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

‘ତୁମର ସ୍ବାମୀ ମରିଯିବ…’, ଏମିତି କହି ତିନି ବର୍ଷ ଧରି ମହିଳାଙ୍କୁ ବଳାତ୍କାର କଲେ ‘କ୍ୟାପ୍ଟେନ’, ପେନ ଡ୍ରାଇଭରେ ମିଳିଲା ୫୮ଟି ଭିଡିଓ

ନାସିକ,୨୦।୩: ମହାରାଷ୍ଟ୍ରର ନାସିକରେ, ପୋଲିସ ଗୁରୁବାର ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅଶୋକ କୁମାର ଖରାଟଙ୍କୁ ଗିରଫ କରିଛି। ଅଶୋକଙ୍କ ବିରୋଧରେ ତିନି ବର୍ଷରୁ ଅଧିକ ସମୟ…

ବଢିଲା ଯୁଦ୍ଧ ଭୟ! ଆମେରିକାକୁ ଆଖି ଦେଖାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୦।୩: ଇରାନ, ବର୍ତ୍ତମାନ ମୁସଲିମ ବିଶ୍ୱରେ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସଂସଦକୁ ସୂଚନା ଦେଇଛନ୍ତି…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri