ଝୁଲିଲା ଭାରତ, ବ୍ରିଟେନ ଏଫ୍‌ଟିଏ

ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର ଷ୍ଟୁଡେଣ୍ଟ ଭିଜା ପାଇଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୮୯% ଅଧିକ। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସ୍ବାକ୍ଷର ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ବ୍ରିଟେନର ପୂର୍ବତନ ସ୍ବରାଷ୍ଟ୍ର ସଚିବ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ସ୍ବରାଷ୍ଟ୍ର ସଚିବ ସୁଏଲା ବ୍ରାଭରମ୍ୟାନ୍‌ଙ୍କ ସଦ୍ୟ ମନ୍ତବ୍ୟ ପରେ ଏଫ୍‌ଟିଏ ଏକ ସନ୍ତୁଳିତ ଅବସ୍ଥାରେ ଝୁଲୁଛି। ଏଫ୍‌ଟିଏ ଅଧୀନରେ ଛାତ୍ରୀଛାତ୍ର ଓ ଉଦ୍ୟୋଗୀମାନଙ୍କ ପାଇଁ ନିୟମଗୁଡ଼ିକୁ ଅଧିକ ସହଜ ଓ ସରଳ କରିବା ଉପରେ ବୁଧବାର ଆପତ୍ତି ଉଠାଇ ବ୍ରାଭରମ୍ୟାନ୍‌ କହିଥିଲେ, ଏହି ଦେଶର ପ୍ରବାସନ ସ୍ଥିତିକୁ ଦେଖିଲେ ଭିଜା ଶେଷ ହେବା ପରେ ମଧ୍ୟ ରହୁଥିବା ସର୍ବାଧିକ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ୁଛି। ବ୍ରାଭରମ୍ୟାନ୍‌ ଏପରି ଆପତ୍ତି ଉଠାଇବା ପରେ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି। ଫଳରେ ଅକ୍ଟୋବର ୨୪ ଦୀପାବଳି ସୁଦ୍ଧା ଚୂଡ଼ାନ୍ତ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଧାର୍ଯ୍ୟ କରିଥିବା ଏହି ଡିଲ୍‌ ରଦ୍ଦ ହେବା ଅବସ୍ଥାକୁ ଚାଲିଆସିଥିବା କୁହାଯାଉଛି।
କ’ଣ କହିଥିଲେ ବ୍ୟାଭରମ୍ୟାନ୍‌
‘ଦି ସ୍ପେକ୍ଟାଟର’ ସାପ୍ତାହିକକୁ ସାକ୍ଷାତ୍‌କାର ଦେଇ ସୁଏଲା ବ୍ୟାଭରମ୍ୟାନ୍‌ କହିଛନ୍ତି, ବ୍ରିଟେନରେ ସର୍ବାଧିକ ବିଦେଶୀ ପ୍ରବାସୀ ହେଉଛନ୍ତି ଭାରତୀୟ। ଭିଜା ଅବଧି ଶେଷ ହେବା ପରେ ମଧ୍ୟ ଭାରତୀୟମାନେ ଏଠାରେ ବସବାସ କରୁଛନ୍ତି। ଏହି ସ୍ଥଳେ ଦୁଇ ଦେଶ ମଧ୍ୟରେ ଏଫ୍‌ଟିଏ ସ୍ବାକ୍ଷର ହେଲେ ଭାରତୀୟ ଶରଣାର୍ଥୀଙ୍କ ସଂଖ୍ୟା ଆହୁରି ବଢ଼ିଯିବ। ଭାରତ ସହ ସୀମାମୁକ୍ତ ପ୍ରବାସନ ନୀତିକୁ ନେଇ ମୁଁ ଚିନ୍ତିତ। ଲୋକେ ଏଥିପାଇଁ ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିନେଟନର ବିଚ୍ଛେଦ (ବ୍ରେକ୍‌ଜିଟ) ସପକ୍ଷରେ ଭୋଟ ଦେଇଥିଲେ ବୋଲି ମୁଁ ମନେକରୁ ନାହିଁ। ଏପରି କି ଗତବର୍ଷ ଏହା ଉପରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଆମେ ଭାରତୀୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲୁ। ଏହା ଭଲ ଭାବେ କାମ କରିନାହିଁ।
ଭାରତର ପ୍ରତିକ୍ରିୟା
ବ୍ରାଭରମ୍ୟାନ୍‌ଙ୍କ ବିବୃତିକୁ ନେଇ ଭାରତର ଚିନ୍ତା ବଢ଼ିଥିବା ଜଣାପଡ଼ିଛି। ବ୍ରିଟେନରେ ପ୍ରକାଶିତ ‘ଦି ଟାଇମ୍ସ’ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି, ବ୍ରାଭରମ୍ୟାନ୍‌ଙ୍କ ‘ଅସମ୍ମାନପୂର୍ଣ୍ଣ’ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କ ମନ୍ତ୍ରୀମାନେ ‘ସ୍ତବ୍ଧ ଓ ନିରାଶ’ ହୋଇଛନ୍ତି। ସେହିପରି ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ବେଳେ ଏଫ୍‌ଟିଏ ସ୍ବାକ୍ଷର ହୋଇ ନ ପାରେ ବୋଲି ‘ପଲିଟିକୋ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଭାରତକୁ ଆସିବାକୁ ଥିବା ବ୍ରିଟେନ ନାଗରିକମାନଙ୍କୁ ଭିଜା ପାଇଁ ଭିଜା କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ନୂଆ ନିୟମ କରିଛନ୍ତି। ବ୍ରାଭରମ୍ୟାନ୍‌ଙ୍କ ସଦ୍ୟ ଆଭିମୁଖ୍ୟ ପ୍ରତିବାଦରେ ଏପରି କରାଯାଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ବ୍ରିଟେନର ଆନୁଷ୍ଠାନିକ ଆଭିମୁଖ୍ୟ ନୁହେଁ
ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମୁଖପାତ୍ର ବୁଧବାର କହିଛନ୍ତି, ବ୍ରିଟେନ୍‌ ଏବେ ମଧ୍ୟ ଦୀପାବଳି ସୁଦ୍ଧା ଭାରତ ସହ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ସହମତ ହେବାକୁ ଚାହୁଁଛି। ବ୍ରାଭରମ୍ୟାନ୍‌ଙ୍କ ବିବୃତି ପରେ ଏହି ଡିଲ୍‌ର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ବ୍ରିଟେନ ବହିର୍ବ୍ୟାପାର ମନ୍ତ୍ରୀ ଜେମ୍ସ କ୍ଲେଭର୍ଲି କହିଛନ୍ତି, ଭାରତ ସହ ଆହୁରି ମଜଭୁତ ବାଣିଜି୍ୟକ ସମ୍ପର୍କ ରଖିବାକୁ ଆମେ ଆଗ୍ରହୀ।
କେତେ ବାଟ ଆଗେଇଥିଲା
ଗତବର୍ଷ ମେ’ରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ତତ୍କାଳୀନ ବ୍ରିଟେନ ପ୍ରତିପକ୍ଷ ପ୍ରୀତି ପଟେଲଙ୍କ ମଧ୍ୟରେ ବାଣିଜି୍ୟକ ଚୁକ୍ତି ମାଇଗ୍ରେଶନ ଆଣ୍ଡ ମୋବିଲିଟି ପାର୍ଟନରଶିପ୍‌ (ଏମ୍‌ଏମ୍‌ପି) ନେଇ ସହମତି ପ୍ରକାଶ ପାଇଥିଲା। ଉଭୟ ବ୍ରିଟେନ ଓ ଭାରତରେ ରହି କାର୍ଯ୍ୟ କରିବା ଓ ପରସ୍ପରର ସଂସ୍କୃତିକୁ ନେଇ ନୂଆ ଅନୁଭୂତି ସାଉଁବାକୁ ଚାହୁଁଥିବା ଅନେକ ହଜାର ଯୁବତୀଯୁବକଙ୍କୁ ନୂତନ ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଏହାକୁ ଦୁଇଦେଶର ସରକାରଙ୍କ ମଧ୍ୟରେ ଏକ ଐତିହାସିକ ରାଜିନାମା ରୂପେ ବିବେଚନା କରାଯାଉଥିଲା। ଦୁଇଦେଶ ମଧ୍ୟରେ ଅନ୍ତରୀଣ ଚୁକ୍ତି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି, ଲୋକଙ୍କ ଗମନାଗମନ ଏବଂ ଭାରତକୁ ସ୍କଚ୍‌ ହ୍ବିସ୍କି ଶସ୍ତାରେ ଆମଦାନୀ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଥିଲା। ବ୍ରିଟେନର ହାଇଟେକ୍ନୋଲୋଜି ଶିଳ୍ପ ଓ ଆର୍ଥିକ ବଜାରଗୁଡ଼ିକରେ ସହଜରେ ପ୍ରବେଶ କରିବା ସହ ସେଠାକୁ ଯିବା ସମୟରେ ଭିଜା ଉପରେ ଥିବା କଡ଼ା କଟକଣା ହଟାଯାଉ ବୋଲି ଭାରତ ଚାହୁଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri