ଭାରତ-ୟୁଏଇ ବାଣିଜ୍ୟ ୮୮ ବିଲିୟନ ଡଲାର ଟପିବ…

ନୂଆଦିଲ୍ଲୀ,୨୨।୧୧ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ମଧ୍ୟ ଭାରତ ଆସିଛନ୍ତି। ତାଙ୍କ ସହିତ ଭାରତୀୟ ପ୍ରତିପକ୍ଷ ଏସ.ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।

ହାଇଦ୍ରାବାଦ ହାଉସରେ ହୋଇଥିବା ଏହି ବୈଠକରେ ଉଭୟ ନେତା ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଆଲୋଚନା କରିଥିଲେ। ଏଥିରେ ଟଙ୍କା ଏବଂ ଦିରହମରେ ବାଣିଜ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ୟୁଏଇରେ ବାସ କରୁଥିବା ୩.୫ ମିଲିୟନ ଭାରତୀୟ ଭାରତକୁ ଟଙ୍କା ପଠାଇବା ପାଇଁ ୟୁପିଆଇକୁ ଏକ ପେମେଣ୍ଟ ପ୍ଲାଟଫର୍ମ ଭାବରେ ବ୍ୟବହାର ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା।

ଏହି ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେଇ ଏକ ମିଳିତ  ଡକ୍ୟୁମେଣ୍ଟ ମଧ୍ୟ ଆରମ୍ଭ କରିଥିଲେ। ଏହି ମିଳିତ ଡକ୍ୟୁମେଣ୍ଟ ହେଉଛି ନୂତନ କ୍ଷେତ୍ରରେ ଆଗକୁ ବ ଢ଼ାଇବା ପାଇଁ ଏକ ରୋଡ ମ୍ୟାପ । ଏହି କ୍ଷେତ୍ରଗୁଡିକ ମଧ୍ୟରେ ଆଇଆଇଟି ସ୍ଥାପନ, ସବୁଜ ହାଇଡ୍ରୋଜେନ ସହଯୋଗ, ଉତ୍ସର୍ଗୀକୃତ ଖାଦ୍ୟ କୋରିଡର, ସ୍ବାସ୍ଥ୍ୟ ସହଯୋଗ, ଦକ୍ଷତା, ପ୍ରତିରକ୍ଷା ରପ୍ତାନି ଇତ୍ୟାଦି ଅନ୍ତର୍ଭୁକ୍ତ।

ଉଲ୍ଲେଖନୀୟ କଥା ହେଉଛି, ଭାରତ-ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ ଚଳିତ ବର୍ଷ ୮୮ ବିଲିୟନ ଡ଼ଲାର ଅତିକ୍ରମ କରିବ। ୟୁଏଇ ବର୍ତ୍ତମାନ ଆମେରିକା ଏବଂ ଚାଇନା ପରେ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ହୋଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଦ୍ୱିପାକ୍ଷିକ ବାଣିଜ୍ୟର ଆନୁମାନିକ ମୂଲ୍ୟାଙ୍କନ କରାଯାଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ୭୩ ବିଲିୟନ ଡ଼ଲାର ଅତିକ୍ରମ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?