Posted inଖେଳ

ବିନା ମ୍ୟାଚ୍‌ ଖେଳି ବିଶ୍ୱରେକର୍ଡ କଲା ଭାରତ: ୨୦୦ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫିରେ ବ୍ୟସ୍ତ ଅଛି। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛନ୍ତି। ଏହି ସିରିଜର ଶେଷ ମ୍ୟାଚ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ଆସନ୍ତା ବର୍ଷ ଜୁନ୍‌ରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ। ଯେଉଁଠାରେ ଦୁଇ ଦଳ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯିବ। ବିଶ୍ୱ ସିରିଜ ଚାମ୍ପିଅନସିପ ଫାଇନାଲ ପରେ ଏହି ସିରିଜ ଆରମ୍ଭ ହେବ। ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯେ ଏହାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ବର୍ମିଂହାମରେ ଖେଳାଯିବ, ଯେଉଁଥିପାଇଁ ପ୍ରଥମ ୪ ଦିନର ସମସ୍ତ ଟିକେଟ ବିକ୍ରି ହୋଇସାରିଛି।

ଭାରତ ବନାମ ଇଂଲଣ୍ଡ ବର୍ମିଂହାମ ଟେଷ୍ଟ ମ୍ୟାଚ ୨ ଜୁଲାଇ ୨୦୨୫ରେ ଆରମ୍ଭ ହେବ। ଏହି ମ୍ୟାଚ୍‌ ପାଇଁ ୨୦୩ ଦିନ ବାକି ଅଛି। ପ୍ରାୟ ୭ ମାସ ପୂର୍ବେ ବିକ୍ରି ହୋଇଥିବା ଟିକେଟ୍‌ ହେଉଛି ପ୍ରମାଣ ଯେ ଇଂଲଣ୍ଡ ଏବଂ ଭାରତରେ କ୍ରିକେଟ ପାଇଁ କ୍ରେଜ ଭିନ୍ନ ସ୍ତରରେ ଅଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ସିରିଜକୁ ପଟୌଦି ଟ୍ରଫି ରଖାଯାଇଛି, ଯାହାର ପ୍ରଥମ ମ୍ୟାଚ ୨୦ ଜୁନରୁ ଲିଡ୍ସରେ ଖେଳାଯିବ। ବର୍ମିଂହାମ୍‌ରେ ହେବାକୁ ଥିବା ମ୍ୟାଚର ପ୍ରଥମ ଚାରି ଦିନ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଏବେ ଯଦି ଅନ୍ୟ କେହି ଦ୍ୱିତୀୟ ଟେଷ୍ଟକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେ କେବଳ ପଞ୍ଚମ ଦିନ ପାଇଁ ଟିକେଟ କିଣିପାରିବେ।

ଏଜବାଷ୍ଟନ ଷ୍ଟାଡିୟମର ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି ଯେ,ପ୍ରଥମ ଚାରି ଦିନ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଏଠାରେ ଟିକେଟ ମୂଲ୍ୟ ୨୭୦୦ ରୁ ଆରମ୍ଭ ହୋଇ ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ଯାଏ। ଯେତେବେଳେ କି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଟିକେଟ ମୂଲ୍ୟ ୧୦ ପାଉଣ୍ଡରେ ରଖାଯାଇଛି। ଯଥା ପ୍ରାୟ ୧,୦୮୦ ଟଙ୍କା। ଆଶେସ ସିରିଜ୍‌କୁ ବାଦ୍‌ ଦେଇ ପ୍ରଥମ ଥର ପାଇଁ ମ୍ୟାଚର ପ୍ରଥମ ଚାରି ଦିନ ପାଇଁ ଟିକେଟ ଆଗରୁ ବିକ୍ରି ହୋଇଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଟିକେଟ ୭ ମାସ ପୂର୍ବରୁ ବିକ୍ରି ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?