Posted inଖେଳ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ୨୭ ହଜାର ଦର୍ଶକ ଦିବାରାତ୍ର ଟେଷ୍ଟ ଦେଖିବେ

ସିଡନୀ,୧୧।୧୧(ପି.ଟି.): ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବା- ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଡିସେମ୍ବର ୧୭ ତାରିଖରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟକୁ ୨୭ ହଜାର ଦର୍ଶକ ଦେଖିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ମଙ୍ଗଳବାର ପ୍ରକାଶ କରାଯାଇଛି। । ଷ୍ଟାଡିୟମର କ୍ଷମମତାକୁ ଦେଖିଲେ ଏହି ସଂଖ୍ୟାର ଦର୍ଶକ ପ୍ରାୟ ୫୦ ପ୍ରତିଶତ ହେବେ।
ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଏବେ କ୍ରିକେଟ ମ୍ୟାଚ୍‌ଗୁଡିକ ଫାଙ୍କା ଷ୍ଟାଡିୟମରେ କଡ଼ାକଡ଼ି ନିୟମରେ ଜୈବ ସୁରକ୍ଷିତ ପରିବେଶ ବା ବାୟୋ- ବବଲରେ ଖେଳାଯାଉଛି। ତେବେ ଏହା ସତ୍ତ୍ୱେ ଭାରତ- ଅଷ୍ଟ୍ରେଲିଆ ସିରିଜରେ କିଛି ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ଦିଆଯିବ। ଏହି ହାଇପ୍ରୋଫାଇଲ ଗସ୍ତରେ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୭ ତାରିଖରୁ ଏହି ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନିକିଆ ସିଡ୍‌ନୀରେ ଖେଳାଯିବ। ସେହିପରି ଟେଷ୍ଟ ସିରିଜ ଆଡିଲେଡରେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ।
ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ୫୦ ପ୍ରତିଶତ କ୍ଷମତା ଅର୍ଥାତ ୨୭,୦୦୦ ଟିକେଟ୍‌ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। ଏହି ଦିବାରାତ୍ର ଟେଷ୍ଟରେ ପ୍ରତ୍ୟେକ ଦିନ ଏହି ପରିମାରଣ ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ। ସିରିଜର ଏହି ଏକମାତ୍ର ଦିବାରାତ୍ର ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳିବେ। ତେବେ ସେ ଏହାପରେ ପିତୃତ୍ୱ ଛୁଟିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜାନୁୟାରୀ ପ୍ରାରମ୍ଭରେ ମା ହେବାର ସୌଭାଗ୍ୟ ଲାଭ କରିବେ। ତେଣୁ କୋହଲି ସିରିଜର ବାକି ୩ଟି ଟେଷ୍ଟ ଖେଳି ପାରିବେ ନାହିଁ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯିବ। ପୂର୍ବରୁ ଅଷ୍ଟ୍ରେଲିଆ ଅବଶ୍ୟ ଆଡିଲେଡ୍‌ରେ ୪ଟି ଦିବାରାତ୍ର ଟେଷ୍ଟ ଆୟୋଜନ କରିଛି। ତେବେ ଭାରତ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଏକମାତ୍ର ଦିବାରାତ୍ର ଟେଷ୍ଟ ଖେଳିଥିଲା ଓ ଏଥିରେ ବିଜୟ ହାସଲ କରିଥିଲା।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଡିସେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌କୁ ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକ ଦେଖିପାରିବେ। ସେହିପରି ଚତୁର୍ଥ ଟେଷ୍ଟ ବ୍ରିସ୍‌ବେନ୍‌ରେ ଆୟୋଜନ ହେବ। ଏହାକୁ ଷ୍ଟାଡିୟମ କ୍ଷମତାର ୭୫ ପ୍ରତିଶତ ଅର୍ଥାତ୍‌ ୩୦,୦୦୦ ଦର୍ଶକ ଦେଖିପାରିବେ। କୋଭିଡ୍‌-୧୯ ସ୍ଥିତିରେ ଉନ୍ନତି ଆସୁଥିବାରୁ ମ୍ୟାଚ୍‌ ଖେଳାଯିବା ବେଳକୁ ଆହୁରି ଅଧିକ ଟିକେଟ ବିକ୍ରି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହାକୁ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ଅର୍ଥାତ ୨୩,୦୦୦ ଦର୍ଶକ ଉପଭୋଗ କରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri