‘୨୦୩୧ ସୁଦ୍ଧା ବିଶ୍ୱର ୨ୟ ସର୍ବବୃହତ୍‌ ଅର୍ଥନୀତି ହେବ ଭାରତ’

ନୂଆଦିଲ୍ଲୀ,୧୪।୮: ଭାରତ ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଅର୍ଥନୀତି ହେବାର କ୍ଷମତା ରଖିଛି। ଏପରିକି ୨୦୬୦ ସୁଦ୍ଧା ଚାଇନାକୁ ଟପି ଭାରତ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ହେବା ସମ୍ଭାବନା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଡ. ମାଇକେଲ ଦେବବ୍ରତ ପାତ୍ର ମତବ୍ୟକ୍ତ କରିଛନ୍ତି। ଶନିବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାତ୍ର କହିଛନ୍ତି, ୨୦୪୦ରୁ ୫୦ ମସିହା ମଧ୍ୟରେ ଦେଶର ଅଭିବୃଦ୍ଧି ୪ରୁ ୫%କୁ ହ୍ରାସ ପାଇଲେ ମଧ୍ୟ ୨୦୬୦ ସୁଦ୍ଧା ଭାରତ ବିଶ୍ୱର ବୃହତ୍ତମ ଅର୍ଥନୀତି ହେବା ସମ୍ଭାବନା ରହିଛି। ଭାରତ ବର୍ତ୍ତମାନ ବିଶ୍ୱର ୬ଷ୍ଠ ବୃହତ୍‌ ଅର୍ଥନୀତି। କିନ୍ତୁ କ୍ରୟ ଶକ୍ତି ସମତା (ପିପିପି) ଆଧାରରେ ଚାଇନା ଓ ଆମେରିକା ପରେ ବିଶ୍ୱ ଜିଡିପିର ୭% ଅଂଶୀଦାର ସହ ଭାରତ ବର୍ତ୍ତମାନ ବିଶ୍ୱର ୩ୟ ବୃହତ୍‌ ଅର୍ଥନୀତି ହୋଇପାରିଛି। ସେହିପରି ଭାରତ ୨୦୨୭ରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ୍‌ ମହାମାରୀ ଯୋଗୁ ଜିଡିପି ୬.୬% କୁ ହ୍ରାସ ପାଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୮.୭% କୁ ଫେରିଛି। ଜିଡିପିର ପୂର୍ବ ମହାମାରୀ ସ୍ତରଠାରୁ ୧.୫% ଅଧିକ ରହିଛି ବୋଲି ସେ କହିଥିଲେ। ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ୭.୨% ବୃଦ୍ଧି ପାଇବ ବୋଲି ଆର୍‌ବିଆଇ ପକ୍ଷରୁ ଆକଳନ କରାଯାଇଥିବା ପାତ୍ର କହିଛନ୍ତି।
ଅପରପକ୍ଷରେ ଓଇସିଡି ଆକଳନ ଅନୁସାରେ ୨୦୪୮ ସୁଦ୍ଧା ଭାରତ ଆମେରିକା ଅର୍ଥନୀତିକୁ ଟପିପାରେ ବୋଲି ଆକଳନ କରାଯାଇଛି। ଏପରିକି ଚାଇନା ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ହେବ। ଭାରତ ନିଜର ଡେମୋଗ୍ରାଫିକ ଡିଭିଡେଣ୍ଡ, ମାନୁଫାକ୍ଚରିଂ, ରପ୍ତାନି ଓ ଆନ୍ତର୍ଜାତିକୀକରଣ ଜରିଆରେ ଏହି ଲକ୍ଷ୍ୟ ହାସଲ କରିପାରିବ। ତେବେ ଏହି ଲକ୍ଷ୍ୟ ହାସଲରେ ଅନେକ ପ୍ରତିବନ୍ଧକ ଏବେ ମଧ୍ୟ ରହିଛି। ମହାମାରୀର ମାନ୍ଦାବସ୍ଥା ଯୋଗୁ ଲୋକଙ୍କ ଜୀବନ ଜୀବିକା ଓ ଉତ୍ପାଦନ ବ୍ୟାପକ ପ୍ରଭାବିତ ହୋଇଛି। ସେସବୁରେ ସୁଧାର ସାଙ୍ଗକୁ ଅର୍ଥନୀତିର ପୂର୍ବ ସ୍ଥିତିକୁ ଫେରିବାକୁ ଭାରତ ପ୍ରାୟ ୧୦ବର୍ଷ ଲାଗିଯିବ। ସେହିଭଳି ଭିତ୍ତିଭୂମି ନିବେଶରେ ଭାରତ ବିଶ୍ୱରେ ବହୁ ପଛରେ ରହିଛି। ଏପରିକି ଭାରତୀୟ ଶ୍ରମବଳର କେବଳ ୪୬.୨% ନିଯୁକ୍ତିକ୍ଷମ, ଯାହାକି ଅର୍ଥିନୀତି ବିକାଶରେ ଏହା ଏକ ବଡ ପ୍ରତିବନ୍ଧକ। ଆର୍‌ବିଆଇ ପକ୍ଷରୁ ଆକଳନ କରାଯାଇଛି ଯେ ଭାରତ ଏ ସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ। ତେବେ ଆଗାମୀ ଦଶନ୍ଧିରେ ୧୧% ହାରରେ ବିକାଶ କରିପାରିଲେ ଭାରତ ୨୦୪୮ ନୁହେଁ ବଂର ୨୦୩୧ରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଅର୍ଥନୀତିରେ ପରିଣତ ହେବ ଏବଂ ୨୦୬୦ ସୁଦ୍ଧା ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ହେବା ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?