‘ଭାରତ ଡ୍ରୋନ୍‌ ଟେକ୍ନୋଲୋଜିର କେନ୍ଦ୍ର ହେବ’

ନୂଆଦିଲ୍ଲୀ,୭।୧୨: ଭାରତ ଡ୍ରୋନ୍‌ ଟେକ୍ନୋଲୋଜିର ଏକ ବୃହତ୍‌ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତକୁ ଅତି କମ୍‌ରେ ୧ ଲକ୍ଷ ଡ୍ରୋନ୍‌ ପାଇଲଟ୍‌ଙ୍କର ଆବଶ୍ୟକତା ପଡ଼ିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଚେନ୍ନାଇଠାରେ ‘ଡ୍ରୋନ୍‌ ଯାତ୍ରା ୨.୦’ କୁ ଉଦ୍‌ଘାଟନ କରି ଏହା କହିଛନ୍ତି। ସେହିଭଳି ଉଦ୍‌ଘାଟନୀ ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ , ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ମଧ୍ୟ ହୋଇପଡିଛି। କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେହିପରି ସେ କହିଥିଲେ, ଏକ ବିଲିୟନରୁ ଅଧିକ ଲୋକ ବସବାସ କରୁଥିବା ଦେଶ ଭାବେ ଭାରତ ଆଗରେ ରହିବା ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ତା’ର ଲାଭ ଉଠାଉଛି। ଏପରିକି ଭାରତରେ ଡ୍ରୋନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଷୟରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ବିଶେଷକରି ବିଟିଂ ରିଟ୍ରିଟ୍‌ ସମୟରେ ଆଇଆଇଟିର ପୂର୍ବତନ ଛାତ୍ରମାନଙ୍କ ନେତୃତ୍ୱରେ ଭାରତୀୟ ଷ୍ଟାର୍ଟ-ଅପ୍‌ ‘ବ୍ଲୋଟ୍ୟାବ୍‌ ଡାଇନାମିକ୍ସ’ ଦ୍ୱାରା ଭାରତରେ ପ୍ରସ୍ତୁତ ୧୦୦୦ ଡ୍ରୋନ୍‌ର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶ ଆଶ୍ଚର୍ଯ୍ୟଚକିତ ହୋଇଥିଲା। ସ୍ବାମିତ୍ୱ ଯୋଜନାର ଏକ ଅଂଶ ଭାବରେ ଗ୍ରାମଗୁଡିକରେ ଡ୍ରୋନ୍‌ ମାଧ୍ୟମରେ ଜମି ଏବଂ ଘର ଉପରେ ସର୍ଭେ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି। ଗ୍ରାମାଞ୍ଚଳର ଜମିରେ କୀଟନାଶକ ଏବଂ ନାନୋ ସାର ସିଞ୍ଚନ ପାଇଁ ଡ୍ରୋନ୍‌କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା କିଷାନ ଡ୍ରୋନ୍‌ ଯାତ୍ରାର ଏକ ଅଂଶ ଭାବେ କୀଟନାଶକ ସିଞ୍ଚନ କରିବା ପାଇଁ ୧୦୦ଟି କିଷାନ ଡ୍ରୋନ୍‌ ଦେଶର ବିଭିନ୍ନ ଗ୍ରାମକୁ ପଠାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri