ଭାରତ ପାଖରେ ବଡ଼ ସୁଯୋଗ

ସେଣ୍ଟ ଲୁସିଆ, ୨୫।୬: ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ଅପରାଜେୟ ରହିଛି ଟିମ୍‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୫ ରନ କରିଥିବାବେଳେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିବାକୁ ସକ୍ଷମ ହୋଇଥିଲା। ୨୦୦୭ରେ ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ ଭାରତ ୨୦୧୪ରେ ରନରଅପ୍‌ ହୋଇଥିଲା ଏବଂ ୨୦୧୬ ଓ ୨୦୨୨ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଏଥର ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ। ମ୍ୟାଚଟି ୨୭ ତାରିଖରେ ଗୁଏନାରେ ଅନୁଷ୍ଠିତ ହେବ। ୨୦୨୨ ସେମିଫାଇନାଲରେ ଭାରତ ୧୦ ଉଇକେଟରେ ଇଂଲଣ୍ଡଠାରୁ ହାରି ବିଦାୟ ନେଇଥିଲା। ଏହାର ମଧୁର ପ୍ରତିଶୋଧ ନେବାକୁ ଭାରତ ନିକଟରେ ସୁଯୋଗ ଆସିଛି।

ସୂଚନା ଥାଉକି, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରି ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପହଞ୍ଚିଛି।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଦମ୍‌ଦାର ୯୨ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୫ ରନ୍‌ କରିଥିଲେ। ଯବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ମିଳିତ ଅବଦାନ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri