Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ ଲକ୍ଷ୍ୟରେ ଭାରତ

ଇନ୍ଦୋର,୧।୩(ପି.ଟି.): ବର୍ଡର ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ବୁଧବାର ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ତୃତୀୟ ମ୍ୟାଚ ଜିତିବା ସହିତ ଆଗୁଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ଭାରତ ବର୍ଡର ଗାଭାସ୍କର ଟ୍ରଫି ଉପରେ ଆଗୁଆ କବ୍‌ଜା କରିସାରିଛି। ତେବେ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏହି ସିରିଜ୍‌ ଅନୂ୍ୟନ ୩-୦ ବା ୩-୧ରେ ବିଜୟୀ ହେବା ଆବଶ୍ୟକ। ଇନ୍ଦୋର ଟେଷ୍ଟ ଜିତିବା ସହିତ ଜୁନ୍‌ରେ ହେବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଆଗୁଆ ଯୋଗ୍ୟତା ହାସଲ କରିବା ଭାରତର ପ୍ରଥମ ଲକ୍ଷ୍ୟ ରହିବ। ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ଥିବା ବେଳେ ଲୋକେଶ ରାହୁଲ ଓ ଶୁବମାନ ଗିଲଙ୍କ ଚୟନକୁ ନେଇ ଦଳ ଦ୍ୱନ୍ଦ୍ୱରେ ରହିଛି। ରାହୁଲଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ପଦରୁ ବିଦା କରାଯାଇଥିଲେ ମଧ୍ୟ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଏକ ସୁଯୋଗ ଦେଇପାରେ। ରାହୁଲଙ୍କ ବ୍ୟାଟରୁ ଦୀର୍ଘ ଦିନ ହେବ ଏକ ବଡ ଇନିଂସ ଆସି ନ ଥିବା ବେଳେ ସେ ଅନେକ ପୂର୍ବତନ ଖେଳାଳିଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ରାହୁଲଙ୍କ ଉପରେ ଭରସା ଦେଖାଇ ପ୍ରଥମ ଦୁଇ ଟେଷ୍ଟରେ ଖେଳାଇଥିଲା। ତେବେ ରାହୁଲ ୨ ଟେଷ୍ଟର ୩ ଇନିଂସରେ ୨୦ ରନ୍‌ର ସର୍ବାଧିକ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଚଳିତ ସିରିଜରେ ଗୋଟିଏ ମାତ୍ର ଶତକ ସ୍କୋର ହୋଇଥିବା ବେଳେ ତାହା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଆସିଛି। ଇନ୍ଦୋର ପିଚ୍‌ରେ ଭାରତକୁ ପ୍ରଥମ ଇନିଂସ ବ୍ୟାଟିଂ ସୁଯୋଗ ମିଳିଲେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ବ୍ୟାଟରୁ ବଡ ସ୍କୋରର ଆଶା ରହିବ। ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଯୋଡି କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ଏହି ୩ ଖେଳାଳି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ନିମ୍ନ ମଧ୍ୟକ୍ରମରେ ଏହି ଖେଳାଳିମାନଙ୍କ ଉପରେ ନିର୍ଭର ନ କରି ଭାରତୀୟ ଟପ୍‌ ଅର୍ଡର ବ୍ୟାଟରଙ୍କୁ ରନ୍‌ ସ୍କୋର କରିବାକୁ ପଡିବ। ଅଷ୍ଟ୍ରେଲିଆ ଖେଳାଳିମାନେ ସୁଇପ୍‌ ଶଟ୍‌ ଉପରେ ଅଧିକ ନିର୍ଭର କରୁଥିବା ବେଳେ ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ପାରମ୍ପରିକ ଭାବରେ କ୍ରିକେଟିଂ ଶଟ୍‌ ଓ ଫୁଟ ମୁଭମେଣ୍ଟ ଉପରେ ଗୁରୁତ୍ୱ ଦେଇଥିଲେ। ହୋଲକାର ଷ୍ଟାଡିୟମରେ ଉଭୟ କଳା ଓ ଲାଲ ମାଟିର ପିଚ୍‌ ରହିଥାଏ। ତେବେ ତୃତୀୟ ମ୍ୟାଚ୍‌ ପାଇଁ କଳା ମାଟିର ବ୍ୟବହାର କରାଯାଉଥିବା ନେଇ କ୍ୟୁରେଟର ସୂଚନା ଦେଇଛନ୍ତି। କଳା ମାଟିରେ କମ୍‌ ଟର୍ନ ଓ ବାଉନ୍ସ ରହୁଥିବାରୁ ଦିଲ୍ଲୀ ପରି ଆଉ ଏକ ଟ୍ରାକ ଦେଖିବାକୁ ମିଳିପାରେ। ଆହତ ସମସ୍ୟାରେ ଜର୍ଜରିତ ଅଷ୍ଟ୍ରେଲିଆ ପାଇଁ ଚିନ୍ତା ବଢିବାରେ ଲାଗିଛି। ମା’ଙ୍କ ଅସୁସ୍ଥତା ପାଇଁ କୁମିନ୍ସ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କ ସ୍ଥାନରେ ସ୍ମିଥ୍‌ ଦଳର ନେତୃତ୍ୱ ନେବେ। ଏହା ବ୍ୟତୀତ ଆଷ୍ଟନ ଆଗର, ଜୋସ୍‌ ହେଜେଲଉଡ ଓ ଡେଭିଡ ଓ୍ବାର୍ନର ମଧ୍ୟ ଆହତ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉସ୍‌ମାନ ଖ୍ବାଜାଙ୍କ ସହିତ ଟ୍ରାଭିସ୍‌ ହେଡ୍‌ ଓପନ୍‌ କରିବେ। ସେହିପରି ଜାଡେଜା-ଅଶ୍ୱିନଙ୍କ ଆଗରେ ଅଷ୍ଟ୍ରେଲିଆ ବ୍ୟାଟର ପାରମ୍ପରିକ ଭାବରେ ଫୁଟଓ୍ବାର୍କର ଉପଯୋଗ କରିବାକୁ ପ୍ରୟାସ କରିବେ। ଏହା ସହିତ ପେସ୍‌ ବୋଲର ମିଚେଲ ଷ୍ଟାର୍କ ଓ ଅଲରାଉଣ୍ଡର କାମେରନ୍‌ ଗ୍ରୀନ୍‌ ମଧ୍ୟ ଦଳରେ ସ୍ଥାନ ପାଇବାର ସମ୍ଭାବନା ଅଧିକ। ୩ ସ୍ପିନର ନାଥାନ ଲିୟନ୍‌, ଟଡ୍‌ ମର୍ଫି ଓ ମାଥ୍ୟୁ କୁହନେମାନ୍‌ ଏହି ମ୍ୟାଚରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ…

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri