Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ ଲକ୍ଷ୍ୟରେ ଭାରତ

ଇନ୍ଦୋର,୧।୩(ପି.ଟି.): ବର୍ଡର ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ବୁଧବାର ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ତୃତୀୟ ମ୍ୟାଚ ଜିତିବା ସହିତ ଆଗୁଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ଭାରତ ବର୍ଡର ଗାଭାସ୍କର ଟ୍ରଫି ଉପରେ ଆଗୁଆ କବ୍‌ଜା କରିସାରିଛି। ତେବେ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏହି ସିରିଜ୍‌ ଅନୂ୍ୟନ ୩-୦ ବା ୩-୧ରେ ବିଜୟୀ ହେବା ଆବଶ୍ୟକ। ଇନ୍ଦୋର ଟେଷ୍ଟ ଜିତିବା ସହିତ ଜୁନ୍‌ରେ ହେବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଆଗୁଆ ଯୋଗ୍ୟତା ହାସଲ କରିବା ଭାରତର ପ୍ରଥମ ଲକ୍ଷ୍ୟ ରହିବ। ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ଥିବା ବେଳେ ଲୋକେଶ ରାହୁଲ ଓ ଶୁବମାନ ଗିଲଙ୍କ ଚୟନକୁ ନେଇ ଦଳ ଦ୍ୱନ୍ଦ୍ୱରେ ରହିଛି। ରାହୁଲଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ପଦରୁ ବିଦା କରାଯାଇଥିଲେ ମଧ୍ୟ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଏକ ସୁଯୋଗ ଦେଇପାରେ। ରାହୁଲଙ୍କ ବ୍ୟାଟରୁ ଦୀର୍ଘ ଦିନ ହେବ ଏକ ବଡ ଇନିଂସ ଆସି ନ ଥିବା ବେଳେ ସେ ଅନେକ ପୂର୍ବତନ ଖେଳାଳିଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ରାହୁଲଙ୍କ ଉପରେ ଭରସା ଦେଖାଇ ପ୍ରଥମ ଦୁଇ ଟେଷ୍ଟରେ ଖେଳାଇଥିଲା। ତେବେ ରାହୁଲ ୨ ଟେଷ୍ଟର ୩ ଇନିଂସରେ ୨୦ ରନ୍‌ର ସର୍ବାଧିକ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଚଳିତ ସିରିଜରେ ଗୋଟିଏ ମାତ୍ର ଶତକ ସ୍କୋର ହୋଇଥିବା ବେଳେ ତାହା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଆସିଛି। ଇନ୍ଦୋର ପିଚ୍‌ରେ ଭାରତକୁ ପ୍ରଥମ ଇନିଂସ ବ୍ୟାଟିଂ ସୁଯୋଗ ମିଳିଲେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ବ୍ୟାଟରୁ ବଡ ସ୍କୋରର ଆଶା ରହିବ। ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଯୋଡି କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ଏହି ୩ ଖେଳାଳି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ନିମ୍ନ ମଧ୍ୟକ୍ରମରେ ଏହି ଖେଳାଳିମାନଙ୍କ ଉପରେ ନିର୍ଭର ନ କରି ଭାରତୀୟ ଟପ୍‌ ଅର୍ଡର ବ୍ୟାଟରଙ୍କୁ ରନ୍‌ ସ୍କୋର କରିବାକୁ ପଡିବ। ଅଷ୍ଟ୍ରେଲିଆ ଖେଳାଳିମାନେ ସୁଇପ୍‌ ଶଟ୍‌ ଉପରେ ଅଧିକ ନିର୍ଭର କରୁଥିବା ବେଳେ ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ପାରମ୍ପରିକ ଭାବରେ କ୍ରିକେଟିଂ ଶଟ୍‌ ଓ ଫୁଟ ମୁଭମେଣ୍ଟ ଉପରେ ଗୁରୁତ୍ୱ ଦେଇଥିଲେ। ହୋଲକାର ଷ୍ଟାଡିୟମରେ ଉଭୟ କଳା ଓ ଲାଲ ମାଟିର ପିଚ୍‌ ରହିଥାଏ। ତେବେ ତୃତୀୟ ମ୍ୟାଚ୍‌ ପାଇଁ କଳା ମାଟିର ବ୍ୟବହାର କରାଯାଉଥିବା ନେଇ କ୍ୟୁରେଟର ସୂଚନା ଦେଇଛନ୍ତି। କଳା ମାଟିରେ କମ୍‌ ଟର୍ନ ଓ ବାଉନ୍ସ ରହୁଥିବାରୁ ଦିଲ୍ଲୀ ପରି ଆଉ ଏକ ଟ୍ରାକ ଦେଖିବାକୁ ମିଳିପାରେ। ଆହତ ସମସ୍ୟାରେ ଜର୍ଜରିତ ଅଷ୍ଟ୍ରେଲିଆ ପାଇଁ ଚିନ୍ତା ବଢିବାରେ ଲାଗିଛି। ମା’ଙ୍କ ଅସୁସ୍ଥତା ପାଇଁ କୁମିନ୍ସ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କ ସ୍ଥାନରେ ସ୍ମିଥ୍‌ ଦଳର ନେତୃତ୍ୱ ନେବେ। ଏହା ବ୍ୟତୀତ ଆଷ୍ଟନ ଆଗର, ଜୋସ୍‌ ହେଜେଲଉଡ ଓ ଡେଭିଡ ଓ୍ବାର୍ନର ମଧ୍ୟ ଆହତ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉସ୍‌ମାନ ଖ୍ବାଜାଙ୍କ ସହିତ ଟ୍ରାଭିସ୍‌ ହେଡ୍‌ ଓପନ୍‌ କରିବେ। ସେହିପରି ଜାଡେଜା-ଅଶ୍ୱିନଙ୍କ ଆଗରେ ଅଷ୍ଟ୍ରେଲିଆ ବ୍ୟାଟର ପାରମ୍ପରିକ ଭାବରେ ଫୁଟଓ୍ବାର୍କର ଉପଯୋଗ କରିବାକୁ ପ୍ରୟାସ କରିବେ। ଏହା ସହିତ ପେସ୍‌ ବୋଲର ମିଚେଲ ଷ୍ଟାର୍କ ଓ ଅଲରାଉଣ୍ଡର କାମେରନ୍‌ ଗ୍ରୀନ୍‌ ମଧ୍ୟ ଦଳରେ ସ୍ଥାନ ପାଇବାର ସମ୍ଭାବନା ଅଧିକ। ୩ ସ୍ପିନର ନାଥାନ ଲିୟନ୍‌, ଟଡ୍‌ ମର୍ଫି ଓ ମାଥ୍ୟୁ କୁହନେମାନ୍‌ ଏହି ମ୍ୟାଚରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri