Posted inଜାତୀୟ

‘ତିହାର ଜେଲ୍‌ରେ ଆପଣଙ୍କୁ ସ୍ବାଗତ’…କେଜ୍‌ରିଓ୍ବାଲଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୨୩।୩: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜେଲରୁ ୫ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ ସେ ‘କେଜ୍‌ରିଓ୍ବାଲ ଆପଣଙ୍କୁ ତିହାର କ୍ଲବ୍‌ରେ ସ୍ବାଗତ’ ବୋଲି ଲେଖିଛନ୍ତି। ତାଙ୍କର ୩ ଭାଇ ଏବେ ତିହାଡ଼ କ୍ଲବ ଚଳାଇବାକୁ ଆସିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

ଠକ ସୁକେଶ ଏକ ଚିଠି ଲେଖି କହିଛନ୍ତି, ସର୍ବଦା ସତ୍ୟର ବିଜୟ ହୋଇଥାଏ। ଏହା ନୂଆ ଭାରତର ଶକ୍ତିର ଉଦାହରଣ, ଯେଉଁଠାରେ କେହି ଆଇନରୁ ଊର୍ଦ୍ଧ୍ୱରେ ନାହାନ୍ତି। ଅରବିନ୍ଦ କେଜ୍‌ରିଓ୍ବାଲ ସର୍ବପ୍ରଥମେ ମୁଁ ଆପଣଙ୍କୁ ସ୍ବାଗତ କରୁଛି, ତିହାର କ୍ଲବ୍‌ର ମାଲିକ। ତେବେ ଆପଣଙ୍କର କଠୋର ସଚ୍ଚୋଟ ବ୍ୟକ୍ତିମାନଙ୍କ ସମସ୍ତ ନାଟକ ସମାପ୍ତ ହୋଇଛି। ମୁଁ ବହୁତ ଭାଗ୍ୟବାନ ଯେ ଆପଣ ମୋର ଜନ୍ମଦିନର ତିନି ଦିନ ପୂର୍ବରୁ ଗିରଫ ହୋଇଛନ୍ତି, ଆପଣଙ୍କର ଗିରଫଦାରୀ ହେଉଛି ମୋର ସର୍ବଶ୍ରେଷ୍ଠ ଜନ୍ମଦିନ ଉପହାର। ଆପଣ ଜାଣି ନାହାନ୍ତି ଯେ ସତ୍ୟକୁ ଅଧିକ ସମୟ ଲୁଚାଇହେବ ନାହିଁ। ମୁଁ ବହୁତ ଖୁସି ଯେ ମୋର ତିନି ଭାଇ ବର୍ତ୍ତମାନ ତିହାର କ୍ଲବ ଚଳାଇବାକୁ ଆସିଛନ୍ତି।

ଏହାଛଡ଼ା ତିନି ନେତାଙ୍କୁ ଏହି ପଦବୀ ପ୍ରଦାନ କରିବାବେଳେ ସୁକେଶ କହିଛନ୍ତି ଯେ ଏ ଚେୟାରମ୍ୟାନ ବିଗ ବସ୍‌- ଏ- ଅରବିନ୍ଦ କେଜ୍‌ରିଓ୍ବାଲ, ବି-ସିଇଓ- ମନୀଷ ସିସୋଡିଆ, ସି-ସିଓଓ- ସତ୍ୟେନ୍ଦ୍ର ଜୈନ। ଏହାଛଡ଼ା ତାଙ୍କୁ କଟାକ୍ଷ କରି କହିଥିଲେ ଯେ ଭାଇ କେଜ୍‌ରିୱାଲ ଜୀ, ଆପଣଙ୍କର ସମସ୍ତ ଦୁର୍ନୀତି ଲୋକଲୋଚନକୁ ଆସିବ। ଆପଣ ମୁଖ୍ୟମନ୍ତ୍ରୀ ଥିବାବେଳେ ଅତିକମରେ ୧୦ ଭିନ୍ନ ଭିନ୍ନ ଘୋଟାଲା କରିଛନ୍ତି। ସେଥିରେ ଦିଲ୍ଲୀର ଗରିବ ଲୋକଙ୍କୁ ଲୁଟ୍‌ କରାଯାଇଛି। ସୁକେଶ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ତୁମର ୪ଟି ଘୋଟାଲା ଦେଖିଛି ଏବଂ ମୋ ପାଖରେ ମଧ୍ୟ ପ୍ରମାଣ ଅଛି। ମୁଁ ଆପଣଙ୍କ ମୁହଁରୁ ପରଦା ହଟାଇବି ଏବଂ ସରକାରୀ ସାକ୍ଷୀ ମଧ୍ୟ ହେବି। ଦିଲ୍ଲୀର ଅବକାରୀ ପ୍ରସଙ୍ଗ କେବଳ ଆରମ୍ଭ ବୋଲି ସୁକେଶ ଆହୁରୀ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri