Posted inଖେଳ

IND vs SA: ଟେଷ୍ଟ କ୍ରିକେଟରେ ସବୁଠାରୁ ରୋମାଞ୍ଚକର ଦିନ, ଗୋଟିଏ ଦିନରେ ୨୩ ଉଇକେଟର ପତନ

କେପ୍‌ଟାଉନ୍‌,୩ା୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୨୩ ଉଇକେଟର ପତନ ଘଟିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଜବାବରେ ଭାରତ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ୯୮ ରନ୍‌ ପଛୁଆ ରହିବା ପରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳ ୧୭ ଓଭରରେ ୩ ଉଇକେଟ ହରାଇ ୬୨ ରନ୍‌ ସଂଗ୍ରହ କରିଛି। ହାତରେ ୭ ଉଇକେଟ ରହିଥିବା ବେଳେ ଦଳ ୩୬ ରନ୍‌ରେ ପଛୁଆ ରହିଛି।
ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଧାରଣତଃ ବ୍ୟାଟିଂ ସହାୟକ ରହୁଥିବା କେପ୍‌ଟାଉନ୍‌ ପିଚ୍‌ କିନ୍ତୁ ବୁଧବାର ବ୍ୟାଟରଙ୍କ ପାଇଁ କୌଣସି ମାଇନ୍‌ ଫିଲ୍ଡରୁ କମ୍‌ ନ ଥିଲା। ଏଭଳି ପିଚ୍‌ର ଭରପୂର ଫାଇଦା ଉଠାଇ ମହମ୍ମଦ ସିରାଜ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ଫିଗର ଅର୍ଜନ କରିଥିଲେ। ମାତ୍ର ୧୫ ରନ୍‌ ବ୍ୟୟରେ ୬ ଆଫ୍ରିକୀୟ ଖେଳାଳିଙ୍କୁ ଆଉଟ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲଆଉଟ ହୋଇ ଟେଷ୍ଟ କ୍ରିକେଟରେ ନିଜର ଦ୍ୱିତୀୟ ସର୍ବନିମ୍ନ ସ୍କୋର ରେକର୍ଡ କରିଥିଲା। ୧୯୩୨ରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪୫ ରନ୍‌ରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକାର ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିବା ବେଳେ କାଇଲ୍‌ ଭେରେୟିନ ୧୫ ଓ ଡେଭିଡ୍‌ ବେଡିଙ୍ଗହାମ୍‌ ୧୨ ରନ୍‌ କରିଥିଲେ। ସିରାଜଙ୍କ ବ୍ୟତୀତ ଯଶପ୍ରୀତ୍‌ ବୁମରା ଓ ମୁକେଶ କୁମାର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ଭାରତ ଇନିଂସ ଆରମ୍ଭ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବାରେ ବିଫଳ ହୋଇଥିଲେ। ତେବେ ଅଧିନାୟକ ରୋହିତ ଶର୍ମା(୩୯) ଓ ଶୁବମନ ଗିଲ୍‌(୩୬) ଦ୍ୱିତୀୟ ଉଇକେଟରେ ୫୫ ରନ୍‌ ଯୋଡିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଚମତ୍କାର ଫର୍ମ ବଜାୟ ରଖି ୪୬ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। କୋହଲି ୫୯ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ଏହି ୩ ଖେଳାଳିଙ୍କୁ ବାଦ ଦେଲେ ଭାରତର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଅନ୍ୟ ପକ୍ଷରେ ୭ ଜଣ ଭାରତୀୟ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଚା ପାନ ବିରତି ପୂର୍ବରୁ ଭାରତ ୪ ଉଇକେଟରେ ୧୫୩ ରନ୍‌ ସ୍କୋର କରିଥିଲା। ତେବେ ପରବର୍ତ୍ତୀ ଦୁଇ ଓଭରରେ ନାଟକୀୟ ବିପର୍ଯ୍ୟୟ ସହିତ ଦଳ ଆଉ କୌଣସି ରନ୍‌ ଯୋଡିବା ଆଗରୁ ୬ ଉଇକେଟ ହରାଇ ସମାନ ସ୍କୋରରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି, ନାନ୍ଦ୍ରେ ବର୍ଗର ଓ କାଗିସୋ ରାବାଡା ୩ଟି ଲେଖାଏ ଉଇକେଟ ନେଇଥିଲେ।
ଭାରତ ୯୮ ରନ୍‌ରେ ଆଗୁଆ ରହିବା ପରେ ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ କରିଥିଲା। ଏଡେନ୍‌ ମାରକ୍ରମ(୩୬*) ଓ ଡିନ୍‌ ଏଲଗାର(୧୨) ପ୍ରଥମ ଉଇକେଟରେ ୩୭ ରନ୍‌ ଯୋଡିଥିଲେ। ଏଲଗାର ଓ ଟୋନି ଡି ଜୋର୍ଜି(୧)ଙ୍କୁ ଆଉଟ କରିଥିଲେ ମୁକେଶ କୁମାର। ପରବର୍ତ୍ତୀ ବ୍ୟାଟର ଟ୍ରିଷ୍ଟାନ ଷ୍ଟବ୍ସ(୧)ଙ୍କୁ ଆଉଟ କରିଥିଲେ ଯଶପ୍ରୀତ୍‌ ବୁମ୍‌ରା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?