Posted inଖେଳ

IND vs SA: ଟେଷ୍ଟ କ୍ରିକେଟରେ ସବୁଠାରୁ ରୋମାଞ୍ଚକର ଦିନ, ଗୋଟିଏ ଦିନରେ ୨୩ ଉଇକେଟର ପତନ

କେପ୍‌ଟାଉନ୍‌,୩ା୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୨୩ ଉଇକେଟର ପତନ ଘଟିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଜବାବରେ ଭାରତ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ୯୮ ରନ୍‌ ପଛୁଆ ରହିବା ପରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳ ୧୭ ଓଭରରେ ୩ ଉଇକେଟ ହରାଇ ୬୨ ରନ୍‌ ସଂଗ୍ରହ କରିଛି। ହାତରେ ୭ ଉଇକେଟ ରହିଥିବା ବେଳେ ଦଳ ୩୬ ରନ୍‌ରେ ପଛୁଆ ରହିଛି।
ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଧାରଣତଃ ବ୍ୟାଟିଂ ସହାୟକ ରହୁଥିବା କେପ୍‌ଟାଉନ୍‌ ପିଚ୍‌ କିନ୍ତୁ ବୁଧବାର ବ୍ୟାଟରଙ୍କ ପାଇଁ କୌଣସି ମାଇନ୍‌ ଫିଲ୍ଡରୁ କମ୍‌ ନ ଥିଲା। ଏଭଳି ପିଚ୍‌ର ଭରପୂର ଫାଇଦା ଉଠାଇ ମହମ୍ମଦ ସିରାଜ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ଫିଗର ଅର୍ଜନ କରିଥିଲେ। ମାତ୍ର ୧୫ ରନ୍‌ ବ୍ୟୟରେ ୬ ଆଫ୍ରିକୀୟ ଖେଳାଳିଙ୍କୁ ଆଉଟ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲଆଉଟ ହୋଇ ଟେଷ୍ଟ କ୍ରିକେଟରେ ନିଜର ଦ୍ୱିତୀୟ ସର୍ବନିମ୍ନ ସ୍କୋର ରେକର୍ଡ କରିଥିଲା। ୧୯୩୨ରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪୫ ରନ୍‌ରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକାର ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିବା ବେଳେ କାଇଲ୍‌ ଭେରେୟିନ ୧୫ ଓ ଡେଭିଡ୍‌ ବେଡିଙ୍ଗହାମ୍‌ ୧୨ ରନ୍‌ କରିଥିଲେ। ସିରାଜଙ୍କ ବ୍ୟତୀତ ଯଶପ୍ରୀତ୍‌ ବୁମରା ଓ ମୁକେଶ କୁମାର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ଭାରତ ଇନିଂସ ଆରମ୍ଭ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବାରେ ବିଫଳ ହୋଇଥିଲେ। ତେବେ ଅଧିନାୟକ ରୋହିତ ଶର୍ମା(୩୯) ଓ ଶୁବମନ ଗିଲ୍‌(୩୬) ଦ୍ୱିତୀୟ ଉଇକେଟରେ ୫୫ ରନ୍‌ ଯୋଡିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଚମତ୍କାର ଫର୍ମ ବଜାୟ ରଖି ୪୬ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। କୋହଲି ୫୯ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ଏହି ୩ ଖେଳାଳିଙ୍କୁ ବାଦ ଦେଲେ ଭାରତର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଅନ୍ୟ ପକ୍ଷରେ ୭ ଜଣ ଭାରତୀୟ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଚା ପାନ ବିରତି ପୂର୍ବରୁ ଭାରତ ୪ ଉଇକେଟରେ ୧୫୩ ରନ୍‌ ସ୍କୋର କରିଥିଲା। ତେବେ ପରବର୍ତ୍ତୀ ଦୁଇ ଓଭରରେ ନାଟକୀୟ ବିପର୍ଯ୍ୟୟ ସହିତ ଦଳ ଆଉ କୌଣସି ରନ୍‌ ଯୋଡିବା ଆଗରୁ ୬ ଉଇକେଟ ହରାଇ ସମାନ ସ୍କୋରରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି, ନାନ୍ଦ୍ରେ ବର୍ଗର ଓ କାଗିସୋ ରାବାଡା ୩ଟି ଲେଖାଏ ଉଇକେଟ ନେଇଥିଲେ।
ଭାରତ ୯୮ ରନ୍‌ରେ ଆଗୁଆ ରହିବା ପରେ ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ କରିଥିଲା। ଏଡେନ୍‌ ମାରକ୍ରମ(୩୬*) ଓ ଡିନ୍‌ ଏଲଗାର(୧୨) ପ୍ରଥମ ଉଇକେଟରେ ୩୭ ରନ୍‌ ଯୋଡିଥିଲେ। ଏଲଗାର ଓ ଟୋନି ଡି ଜୋର୍ଜି(୧)ଙ୍କୁ ଆଉଟ କରିଥିଲେ ମୁକେଶ କୁମାର। ପରବର୍ତ୍ତୀ ବ୍ୟାଟର ଟ୍ରିଷ୍ଟାନ ଷ୍ଟବ୍ସ(୧)ଙ୍କୁ ଆଉଟ କରିଥିଲେ ଯଶପ୍ରୀତ୍‌ ବୁମ୍‌ରା।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri