Posted inଖେଳ

ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ରିଙ୍କୁ ସିଂ। ୯୫ ବଲରେ ୧୯୦ ରନର ଭାଗିଦାରୀ କରି ଆଫଗାନିସ୍ଥାନ ଆଗରେ ବଡ଼ ଟାର୍ଗେଟ ରଖିଥିଲେ। ଦୁହେଁ ଭାରତୀୟ ଟିମକୁ ଆଗେଇ ନେଉଥିଲା ବେଳେ ଶେଷ ଓଭରରେ ୩୬ ରନ୍ ଯୋଡ଼ିଥିଲେ।

ଆଫଗାନିସ୍ତାନ ପାଇଁ ‘କରିମ ଜନତ’ ଶେଷ ଓଭର ବୋଲିଂ କରୁଥିଲା ବେଳେ ପ୍ରଥମ ବଲରେ ରୋହିତ ଚୌକା ମାରିଥିଲେ, ଦ୍ୱିତୀୟ ବଲ୍ ନୋ ହୋଇଥିଲା ବେଳେ ଏହାକୁ ରୋହିତ ଛକ୍କା ମାରିଥିଲେ, ଫ୍ରି ହିଟ୍ ବଲକୁ ମଧ୍ୟ ରୋହିତ ଛକାରେ ପରିଣତ କରିଥିଲେ। ତୃତୀୟ ବଲରେ ରୋହିତ ସିଙ୍ଗିଲ ଦେଇଥିଲେ। ଏହାପରେ ଶେଷ ତିନି ବଲରେ ରିଙ୍କୁ ସିଂ ତିନୋଟି ବିଶାଳ ଛକା ମାରିଥିଲେ।

ମ୍ୟାଚରେ ଖରାପ ଆରମ୍ଭ ପରେ ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ ବଳରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଆଫଗାନିସ୍ତାନ ଆଗରେ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ରୋହିତ ୬୯ ବଲରେ ୧୧ ଚୌକ ଓ ୮ ଛକା ସହ ୧୨୧ ରନ ସ୍କୋର କରି ଅପରାଜିତ ରହିଥିଲେ। ସେହିଭଳି ରିଙ୍କୁ ସିଂ ମାତ୍ର ୩୯ ବଲରେ ୬୯ ରନ୍ ସଂଗ୍ରହ କରିଥିଲେ। ରିଙ୍କୁ ୨ଟି ଚୌକ ଓ ଛକା ମାରିଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri