ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା ୫୪ ତମ ସ୍ଥାନକୁ ଖସି ଆସିଛି। ଏହାପୂର୍ବରୁ ୨୦୧୯ରେ ଭାରତ ୪୬ ତମ ସ୍ଥାନ ଅଧିକାର କରିଥିଲା। ଆମେରିକା, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ସିଙ୍ଗାପୁର ଏବଂ ଇଟାଲୀ ତାଲିକାର ଶ୍ରେଷ୍ଠ ଦଶ ଦେଶ ମଧ୍ୟରେ ରହିଛନ୍ତି।

ଭ୍ରମଣ ଏବଂ ପର୍ଯ୍ୟଟନ ଉପରେ ସ୍ବିଜରଲାଣ୍ଡର କ୍ଲୋଗନୀଠାରେ ଥିବା ବିଶ୍ୱ ଅର୍ଥନୈତିକ ଫୋରମର ମୁଖ୍ୟାଳୟର ଦ୍ୱି ବର୍ଷୀୟ ଅଧ୍ୟୟନରୁ ଜଣାପଡିଛି ଯେ ମହାମାରୀ ପରେ ଭ୍ରମଣ ଏବଂ ପର୍ଯ୍ୟଟନ ର ସ୍ଥିତି ସୁଧୁରୁଛି। ତଥାପି, ଏହା ମଧ୍ୟ ସତ୍ୟ ଯେ ଏକ୍ଷେତ୍ରରେ କେତେକ ଚ୍ୟାଲେଞ୍ଜ ଏବେ ବି ରହିଛି। ଭ୍ରମଣ ଏବଂ ପର୍ଯ୍ୟଟନ ବିକାଶ ସୂଚକାଙ୍କରେ ବିଶ୍ୱର ୧୧୭ ଦେଶର ମୂଲ୍ୟାଙ୍କନ କରାଯାଇଛି। ଭ୍ରମଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାୟୀ ଏବଂ ସ୍ଥିର ଅଭିବୃଦ୍ଧି ଲାଗି ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରାଯାଇଥାଏ।

ବିଶ୍ୱ ଅଥନୈତିକ ଫୋରମର ବିମାନ ଚଳାଚଳ, ଭ୍ରମଣ ଏବଂ ପର୍ଯ୍ୟଟନ ଅଧ୍ୟକ୍ଷ ଲୈରେନ ଆପିକ୍‌ କହିଛନ୍ତି ଯେ କରୋନା ସମୟରେ ଲକ୍‌ଡାଉନ୍‌ ଜାରି ହେବା ଦ୍ୱାରା ବିଶ୍ୱର ବହୁ ଦେଶରେ ଭ୍ରମଣ ଏବଂ ପର୍ଯ୍ୟଟନ ବାଧା ପ୍ରାପ୍ତ ହୋଇଛି। କରୋନା ପରେ ଆମେରିକା ବ୍ୟତୀତ, ୟୁରୋପ ଏବଂ ଏସିଆ ପାସିଫିକ ଅଞ୍ଚଳର ଶ୍ରେଷ୍ଠ ୧୦ଟି ଦେଶ ଜାନୁଆରୀ ୨୦୨୧ତୁଳନାରେ ଜାନୁଆରୀ ୨୦୨୨ରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri