ସୁନା କ୍ରୟରେ ଭାରତ ଦ୍ୱିତୀୟ

ଭୁବନେଶ୍ୱର,୯ା୧(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍‌ ସୁନା କିଣିଛି। କେବଳ ନଭେମ୍ବରରେ ଆର୍‌ବିଆଇ ୮ ଟନ ସୁନା କିଣିଥିବା ସୂଚନା ରହିଛି। ୨୦୨୪ ଶେଷ ସୁଦ୍ଧା ଆର୍‌ବିଆଇର ମୋଟ ସୁନା ପରିମାଣ ୮୭୬ ଟନ୍‌କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନଭେମ୍ବରରେ ଭାରତ ସୁନା କ୍ରୟ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟାଶନାଲ ବ୍ୟାଙ୍କ ଅଫ୍‌ ପୋଲାଣ୍ଡ (ଏନ୍‌ବିପି) ବିଶ୍ୱରେ ସୁନା ଭଣ୍ଡାର କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଏନ୍‌ବିପି ନଭେମ୍ବରରେ ୨୧ ଟନ୍‌ ସୁନା କିଣିଛି, ଯାହା ପରେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ଏହାର ମୋଟ ସୁନା କ୍ରୟ ୯୦ ଟନ୍‌ ହୋଇଯାଇଛି। ଏହାର ସମୁଦାୟ ସୁନା ସଂରକ୍ଷଣ ୪୪୮ ଟନ୍‌ରେ ରହିବ, ଯାହାକି ଏହାର ସମୁଦାୟ ଭଣ୍ଡାରର ୧୮ ପ୍ରତିଶତ । ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ୬ ମାସ ପରେ ସୁନା କ୍ରୟ ଆରମ୍ଭ କରିଛି ଏବଂ ଏହାର ଭଣ୍ଡାରରେ ୬ ଟନ୍‌ ଯୋଡ଼ିଛି। ନଭେମ୍ବର ପର୍ଯ୍ୟନ୍ତ ଏହା ସମୁଦାୟ ୩୪ ଟନ୍‌ ସୁନା କିଣିଛି। ଏହା ପରେ ଏହାର ମୋଟ ସୁନା ସଂରକ୍ଷଣ ୨୨୬୪ ଟନ୍‌କୁ ବୃଦ୍ଧି ପାଇଛି ଏବଂ ଏହା ଚାଇନାର ମୋଟ ସଂରକ୍ଷଣର ୫ ପ୍ରତିଶତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଉଜ୍‌ବେକିସ୍ତାନ ମଧ୍ୟ ୩ ମାସ ପରେ ସୁନା କିଣିଛି ଏବଂ ଏହା ଅଧୀନରେ ନଭେମ୍ବର ୨୦୨୪ ରେ ୯ ଟନ୍‌ ସୁନା କିଣିଛି। ଏହିପରି ନଭେମ୍ବର ୨୦୨୪ ସୁଦ୍ଧା ଏହାର ମୋଟ ସୁନା କ୍ରୟ ୧୧ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏବଂ ଏହାର ମୋଟ ସୁନା ସଂରକ୍ଷଣ ପରିମାଣ ୩୮୨ ଟନ୍‌ରେ ପହଞ୍ଚତ୍ଛି। ନ୍ୟାଶନାଲ ବ୍ୟାଙ୍କ ଅଫ୍‌ କାଜାଖସ୍ତାନ ନଭେମ୍ବରରେ ୫ ଟନ୍‌ ସୁନା କିଣିଛି ଏବଂ ଏହା ପରେ ଏହି ଦେଶର ମୋଟ ସୁନା ସଂରକ୍ଷଣ ୨୯୫ ଟନ୍‌କୁ ବୃଦ୍ଧି ପାଇଛି। ସେହିପରି ତୁର୍କୀର ସେଣ୍ଟ୍ରାଲ ବ୍ୟାଙ୍କ ୩ ଟନ୍‌ ସୁନା ଏବଂ ଚେକ୍‌ ନ୍ୟାଶନାଲ ବ୍ୟାଙ୍କ (ଚେକ୍‌ ରିପବ୍ଲିକ୍‌ର କେନ୍ଦ୍ରୀୟ ବ୍ୟାଙ୍କ) ୨ ଟନ ସୁନା କିଣିଛି। ନଭେମ୍ବରରେ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣ ସୁନା ବିକ୍ରିକରି ଏହାର ସୁନା ଭଣ୍ଡାରକୁ ୫ ଟନ୍‌ ହ୍ରାସ କରିଛି। ନଭେମ୍ବର ୨୦୨୪ ସୁଦ୍ଧା ଏହି ଦେଶ ସମୁଦାୟ ୭ ଟନ୍‌ ସୁନା ବିକ୍ରି କରିଛି ଏବଂ ସେମାନଙ୍କର ମୋଟ ସୁନାଭଣ୍ଡାର ୨୨୩ ଟନ୍‌କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri