Indian Post Office  ଆରମ୍ଭ କଲା ଜବରଦସ୍ତ ସେବା, ଏବେ କେଇ ଘଣ୍ଟାରେ… 

ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଡାକ ବିଭାଗ ନିଜର ଡେଲିଭରୀ ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ, ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରୀ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ମାଧ୍ୟମରେ ଡାକ ଓ ପାର୍ସଲ ୨୪ ଘଣ୍ଟା ଓ ୪୮ ଘଣ୍ଟା ମଧ୍ୟରେ ପହଞ୍ଚାଇବାର ଗ୍ୟାରେଣ୍ଟି ଦିଆଯିବ। ଅର୍ଥାତ ଏବେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ପାର୍ସଲ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣଙ୍କ ପାର୍ସଲ ଏବେ କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ନିକଟରେ ପହଞ୍ଚିଯିବ।
ସିନ୍ଧିଆ କହିଛନ୍ତି ଯେ, ୨୪ ଘଣ୍ଟିଆ ସ୍ପିଡ୍‌ ପୋଷ୍ଟ ସେବାରେ ଯେକୌଣସି ଡାକ ଆଇଟମ ପରଦିନ ଘରେ ପହଞ୍ଚିଯିବ। ସେହିପରି ୪୮ ଘଣ୍ଟିଆ ସ୍ପିଡ୍‌ ପୋଷ୍ଟ ସେବାରେ ଦୁଇ ଦିନ ମଧ୍ୟରେ ପାର୍ସଲ ଡେଲିଭର ହେବ। ଏହା ଦ୍ୱାରା ଲୋକେ ନିଜ ଆବଶ୍ୟକତା ଅନୁଯାୟୀ ଦ୍ରୁତ କିମ୍ବା ଟିକେ ଧୀମା ଡେଲିଭରୀ ବାଛି ପାରିବେ। ଏହି ନୂଆ ସେବାଗୁଡ଼ିକ ଜାନୁଆରୀରୁ ଆରମ୍ଭ ହେବ।
ପାର୍ସଲ ଡେଲିଭରୀର ସ୍ପିଡ୍‌ ମଧ୍ୟ ଏବେ ଉନ୍ନତ ହେବ। ବର୍ତ୍ତମାନ ପାର୍ସଲ ପହଞ୍ଚିବାରେ ୩ ରୁ ୫ ଦିନ ଲାଗୁଛି, କିନ୍ତୁ ନୂଆ ସେବା ପରେ ପାର୍ସଲ ପରଦିନ ହିଁ ପହଞ୍ଚିଯିବ। ଏହା ବିଶେଷ କରି ସେହି ବ୍ୟବସାୟୀମାନଙ୍କ ପାଇଁ ଖୁସିର ଖବର, ଯେଉଁମାନେ ଶୀଘ୍ର ସାମଗ୍ରୀ ପଠାଇବା ଉପରେ ନିର୍ଭର କରନ୍ତି।
ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଭାରତୀୟ ଡାକ ବିଭାଗକୁ ଏକ ଲାଭଜନକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ବିଭାଗରେ ପରିଣତ କରିବା, ଯାହା ଉନ୍ନତ ସେବା ଯୋଗାଇବ। ଏଥିପାଇଁ ଡାକ ବିଭାଗ ନୂଆ ନୂଆ ସେବା ଓ ଉତ୍ପାଦ ଆରମ୍ଭ କରୁଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ, ମୋଟ ୮ଟି ନୂଆ ଉତ୍ପାଦ ଲଞ୍ଚ ହେବ, ଯେଉଁଥିରେ ଦ୍ରୁତ ଡେଲିଭରୀ ସେବା ମଧ୍ୟ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଗ୍ରାହକମାନଙ୍କୁ ଲାଭ ହେବା ସହ ଡାକ ବିଭାଗର ସେବାରେ ମଧ୍ୟ ଉନ୍ନତି ହେବ।

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୩୧।୧: ରାଜଧାନୀରେ ବୁଲିଲା ଖଣ୍ଡା। ରକ୍ତରେ ଭିଜିଲା ଏମ୍ସ ରୋଡ। ବଡ଼ି ଭୋର୍‌ରୁ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri