Indian Post Office  ଆରମ୍ଭ କଲା ଜବରଦସ୍ତ ସେବା, ଏବେ କେଇ ଘଣ୍ଟାରେ… 

ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଡାକ ବିଭାଗ ନିଜର ଡେଲିଭରୀ ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ, ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରୀ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ମାଧ୍ୟମରେ ଡାକ ଓ ପାର୍ସଲ ୨୪ ଘଣ୍ଟା ଓ ୪୮ ଘଣ୍ଟା ମଧ୍ୟରେ ପହଞ୍ଚାଇବାର ଗ୍ୟାରେଣ୍ଟି ଦିଆଯିବ। ଅର୍ଥାତ ଏବେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ପାର୍ସଲ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣଙ୍କ ପାର୍ସଲ ଏବେ କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ନିକଟରେ ପହଞ୍ଚିଯିବ।
ସିନ୍ଧିଆ କହିଛନ୍ତି ଯେ, ୨୪ ଘଣ୍ଟିଆ ସ୍ପିଡ୍‌ ପୋଷ୍ଟ ସେବାରେ ଯେକୌଣସି ଡାକ ଆଇଟମ ପରଦିନ ଘରେ ପହଞ୍ଚିଯିବ। ସେହିପରି ୪୮ ଘଣ୍ଟିଆ ସ୍ପିଡ୍‌ ପୋଷ୍ଟ ସେବାରେ ଦୁଇ ଦିନ ମଧ୍ୟରେ ପାର୍ସଲ ଡେଲିଭର ହେବ। ଏହା ଦ୍ୱାରା ଲୋକେ ନିଜ ଆବଶ୍ୟକତା ଅନୁଯାୟୀ ଦ୍ରୁତ କିମ୍ବା ଟିକେ ଧୀମା ଡେଲିଭରୀ ବାଛି ପାରିବେ। ଏହି ନୂଆ ସେବାଗୁଡ଼ିକ ଜାନୁଆରୀରୁ ଆରମ୍ଭ ହେବ।
ପାର୍ସଲ ଡେଲିଭରୀର ସ୍ପିଡ୍‌ ମଧ୍ୟ ଏବେ ଉନ୍ନତ ହେବ। ବର୍ତ୍ତମାନ ପାର୍ସଲ ପହଞ୍ଚିବାରେ ୩ ରୁ ୫ ଦିନ ଲାଗୁଛି, କିନ୍ତୁ ନୂଆ ସେବା ପରେ ପାର୍ସଲ ପରଦିନ ହିଁ ପହଞ୍ଚିଯିବ। ଏହା ବିଶେଷ କରି ସେହି ବ୍ୟବସାୟୀମାନଙ୍କ ପାଇଁ ଖୁସିର ଖବର, ଯେଉଁମାନେ ଶୀଘ୍ର ସାମଗ୍ରୀ ପଠାଇବା ଉପରେ ନିର୍ଭର କରନ୍ତି।
ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଭାରତୀୟ ଡାକ ବିଭାଗକୁ ଏକ ଲାଭଜନକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ବିଭାଗରେ ପରିଣତ କରିବା, ଯାହା ଉନ୍ନତ ସେବା ଯୋଗାଇବ। ଏଥିପାଇଁ ଡାକ ବିଭାଗ ନୂଆ ନୂଆ ସେବା ଓ ଉତ୍ପାଦ ଆରମ୍ଭ କରୁଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ, ମୋଟ ୮ଟି ନୂଆ ଉତ୍ପାଦ ଲଞ୍ଚ ହେବ, ଯେଉଁଥିରେ ଦ୍ରୁତ ଡେଲିଭରୀ ସେବା ମଧ୍ୟ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଗ୍ରାହକମାନଙ୍କୁ ଲାଭ ହେବା ସହ ଡାକ ବିଭାଗର ସେବାରେ ମଧ୍ୟ ଉନ୍ନତି ହେବ।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri