Posted inଜାତୀୟ

ଦେଶ ବିଭାଜନ ମୃତକଙ୍କ ପାଇଁ ସଂସଦରେ ଶୋକ ପ୍ରସ୍ତାବ ଆଣନ୍ତୁ ଭାରତ-ପାକିସ୍ତାନ ସରକାର…

ଚଣ୍ଡିଗଡ଼, ୧୬।୮ : ଶ୍ରୀ ଅକାଳ ତଖତ୍‌ ସାହେବ ଜାଠେଦାର ଜ୍ଞାନୀ ହରପ୍ରୀତ ସିଂ କହିଛନ୍ତି ଯେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ବିସ୍ଥାପନର ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତ ଏବଂ ପାକିସ୍ତାନ ସରକାର ନିଜ ନିଜ ସଂସଦରେ ଶୋକ ପ୍ରସ୍ତାବ ପାରିତ କରନ୍ତୁ। ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ମୃତ୍ୟୁ ଘଟିଥିବା ପଞ୍ଜାବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ମଙ୍ଗଳବାର ଶ୍ରୀ ଅକାଳ ତଖତ୍‌ ସାହିବରେ ଏକ ସ୍ବତନ୍ତ୍ର ଆରଦାସ ସମାଗମ (ପ୍ରାର୍ଥନା ମଣ୍ଡଳୀ) ଆୟୋଜିତ ହୋଇଥିଲା।

ଅକାଳ ତଖତ୍‌ ସାହିବର ଜାଠେଦାର ଆରଦାସ ସମାଗମକୁ ସମ୍ବୋଧିତ କରି କହିଛନ୍ତି ଯେ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାବେଳେ ଉଭୟ ଦେଶର ସରକାର ଦେଶ ବିଭାଜନ ମୃତକଙ୍କୁ ସ୍ମରଣ କରିବା ଉଚିତ। ଯେଉଁମାନେ ବିସ୍ଥାପନର ଯନ୍ତ୍ରଣା ଭୋଗିଛନ୍ତି କିନ୍ତୁ ସରକାର ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରୁନାହାଁନ୍ତି।

ସେ କହିଛନ୍ତି ୧୯୪୭ ପୂର୍ବରୁ ଜନ୍ମ ହୋଇଥିବା ଲୋକଙ୍କୁ ଖୋଲା ହୃଦୟରେ ଭିଜା ଦିଆଯିବା ଉଚିତ ଯାହା ଦ୍ୱାରା ସେମାନେ ସହଜରେ ସେମାନଙ୍କର ଜନ୍ମସ୍ଥାନ, ପୈତୃକ ତଥା ଧାର୍ମିକ ସ୍ଥାନ ପରିଦର୍ଶନ କରିପାରିବେ। ୧୯୪୭ରେ ଦେଶ ବିଭାଜନରେ ଏବଂ ପରେ ପଞ୍ଜାବୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ। ସେହିପରୀ ବଙ୍ଗୀୟମାନେ ମଧ୍ୟ କ୍ଷତି ସହିଥିଲେ । ପଞ୍ଜାବ ଏବଂ ବଙ୍ଗଳା ଦୁଇ ରାଜ୍ୟର ଲୋକମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଅଧିକ ଲଢ଼ିିଥିଲେ। ତେଣୁ ସେମାନଙ୍କ ରାଜ୍ୟକୁ ଭୟଙ୍କର ଭାବରେ ବିଭାଜନ କରି ଦଣ୍ଡିତ କରାଯାଇଥିଲା। ଉଭୟ ପଞ୍ଜାବ ଏବଂ ବଙ୍ଗଳାର ସମ୍ପତ୍ତି ବିଭାଜିତ ହୋଇଥିଲା। ବ୍ରିଟିଶମାନଙ୍କ ବିରୋଧରେ ସଂଗ୍ରାମରେ ଅଧିକାଂଶ ବଳିଦାନ ହେଉଛି ପଞ୍ଜାବୀ, ଶିଖ ଏବଂ ବଙ୍ଗୀୟମାନଙ୍କର ବୋଲି ସେ କହିଛନ୍ତି।

ଏହି ଯନ୍ତ୍ରଣା ପଞ୍ଜାବୀଙ୍କ ମନରେ ଜୀବନ୍ତ ଅଛି ଏବଂ ଯେତେବେଳେ ସେମାନେ ସେମାନଙ୍କର ଜନ୍ମସ୍ଥାନ ଦେଖିବାକୁ ଚାହାଁନ୍ତି। ଯେପରି ମୁସଲମାନମାନଙ୍କୁ ହଜ ଯିବା ବନ୍ଦ କରିବା, ହିନ୍ଦୁମାନଙ୍କୁ ଶ୍ରୀ କାଟାସ ରାଜ ମନ୍ଦିରକୁ ଯିବାକୁ ବାରଣ କରିବା ଅପରାଧ, ସେହିପରି ଶିଖମାନଙ୍କୁ ପାକିସ୍ତାନରେ ଥିବା ଶ୍ରୀ ନାନକ ସାହିବ ଏବଂ ଅନ୍ୟ ଶିଖ ଧର୍ମସ୍ଥଳକୁ ଯିବା ବନ୍ଦ କରିବା ଅପରାଧ ଅଟେ।

ଉଭୟ ଦେଶର ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ ଏବଂ ସମସ୍ତ ଧର୍ମର ଲୋକଙ୍କୁ ସେମାନଙ୍କର ଧାର୍ମିକ ସ୍ଥାନ ପରିଦର୍ଶନ ପାଇଁ ଭିଜା ପ୍ରଦାନ କରିବା ପାଇଁ ଖୋଲା ହୃଦୟରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ସେ ପଞ୍ଜାବରେ ଚାଲିଥିବା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପଞ୍ଜାବର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ।

ନିଶା ସେବନ ତଥା ପ୍ରକୃତି ପ୍ରତି ଅବହେଳା ହେତୁ ପରିବେଶ ସଙ୍କଟ ଭଳି ଅମାନବୀୟ ଘଟଣା ପଞ୍ଜାବକୁ ଧ୍ୱଂସ ଆଡକୁ ନେଇଯାଉଛିନ୍‌ ପଞ୍ଜାବର ଯୁବପିଢ଼ିଙ୍କୁ ଡ୍ରଗ୍ସ ଏବଂ ପରିବେଶ ସଙ୍କଟରୁ ରକ୍ଷା କରିବା ପାଇଁ ଏକତ୍ର ହେବାକୁ ସେ ଆହ୍ବାନ ଦେଇଛନ୍ତି। ସମ୍ପ୍ରତି ବାୟୁ, ଜଳ ଏବଂ ସ୍ଥଳ ବିଷାକ୍ତ ହୋଇପଡିଛି। ଏହାକୁ ସୁରକ୍ଷିତ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଧାର୍ମିକ ବିରୋଧୀ ତଥା ସାମାଜିକ ବିରୋଧୀ ଘଟଣା ଠିକ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri