Posted inଖେଳ

ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଷ୍ଟାଡିୟମ ଦେଖି ଛି ଛି…; କଡ଼ା ଭାଷାରେ ସମାଲୋଚନା କଲେ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଷ୍ଟାଡିୟମର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଡେନମାର୍କର ଷ୍ଟାର ଖେଳାଳି ମିଆ ବ୍ଲିଚଫେଲ୍ଡ। ଖେଳ ପଡ଼ିଆର ଅପରିଷ୍କାର ପରିବେଶ ଏବଂ ଅସ୍ୱାସ୍ଥ୍ୟକର ସ୍ଥିତିକୁ ସେ ‘ଅପ୍ରଫେସନାଲ’ ବୋଲି ଦର୍ଶାଇଛନ୍ତି।

ମିଆ ବ୍ଲିଚଫେଲ୍ଡ ଅଭିଯୋଗ କରିଛନ୍ତି ଯେ, ୱାର୍ମ-ଅପ୍ କୋର୍ଟ ଭିତରେ ପକ୍ଷୀମାନେ ଉଡ଼ୁଛନ୍ତି ଏବଂ ସେଠାରେ ପକ୍ଷୀଙ୍କ ମଳ ପଡ଼ି ରହିଛି, ଯାହା ଖେଳାଳିଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ଏହାଛଡ଼ା ଷ୍ଟାଡିୟମ ଭିତରେ ପ୍ରବଳ ଶୀତ ଯୋଗୁଁ ଖେଳାଳିମାନଙ୍କୁ ଜ୍ୟାକେଟ୍, ଗ୍ଲୋଭସ୍ ଓ ଟୋପି ପିନ୍ଧି ପ୍ରସ୍ତୁତ ହେବାକୁ ପଡ଼ୁଛି। ସେ କହିଛନ୍ତି, “ଏଭଳି ପରିବେଶରେ ଜଣେ ପ୍ରଫେସନାଲ ଖେଳାଳି ଶରୀରକୁ ଫ୍ଲେକ୍ସିବଲ୍ କରିବା ବା ଖେଳ ପାଇଁ ପ୍ରସ୍ତୁତ ହେବା କଷ୍ଟକର।”

ଚଳିତ ବର୍ଷ ଶେଷ ଆଡ଼କୁ ଏହି ଭେନ୍ୟୁରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଥିବାରୁ, ବ୍ଲିଚଫେଲ୍ଡ ବିଶ୍ୱ ବ୍ୟାଡମିଣ୍ଟନ ସଂଘ (BWF) କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଯଦି ପରିସ୍ଥିତିରେ ସୁଧାର ନଆସେ, ତେବେ ଖେଳାଳିମାନେ ଆହତ କିମ୍ବା ଅସୁସ୍ଥ ହେବାର ଭୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

କେବଳ ମିଆ ନୁହଁନ୍ତି, କାନାଡାର ମିସେଲ୍ ଲି ଏବଂ ପୂର୍ବତନ ବିଶ୍ୱ ଚାମ୍ପିଅନ ରତଚାନୋକ୍ ଇଣ୍ଟାନନ ମଧ୍ୟ ଷ୍ଟାଡିୟମର ଅତ୍ୟଧିକ ଶୀତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଣ୍ଟାନନ କହିଛନ୍ତି ଯେ, କୋର୍ଟ ଭିତରେ ଖେଳାଳିଙ୍କୁ ଗରମ ରଖିବା ପାଇଁ ହିଟରର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ୍‌ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣ ପଶିଲେ ଭାରତୀୟ ଖେଳାଳି

ମୁମ୍ବାଇ,୪।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପୂର୍ବରୁ, ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଆଶୀର୍ବାଦ ନେବାକୁ ଯାଇଥିଲେ। ମାର୍ଚ୍ଚ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କମାଲ୍‌ କରିଦେଲା ଭାରତ: ଥରିବ ପାକିସ୍ତାନ, ଆମେରିକା ମଧ୍ୟ ହୋଇଯିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୩: ବିଶ୍ୱ ବର୍ତ୍ତମାନ ଶସ୍ତା କିନ୍ତୁ ଘାତକ ଡ୍ରୋନ ଯୁଦ୍ଧର ପ୍ରଭାବ ଦେଖୁଛି। ଇରାନର କମ ମୂଲ୍ୟର ଶାହେଦ-୧୩୬ ଆତ୍ମଘାତୀ ଡ୍ରୋନ ଏବଂ ଆମେରିକାର LUCAS ଡ୍ରୋନ…

ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣ, ଜାଣନ୍ତୁ କେତେ ଲାଗିଲା ଫାଇନ?

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ରାଞ୍ଚିର ରାଜକୁମାର, କ୍ୟାପ୍ଟେନ କୁଲ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣଣ ।…

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ବର୍ଷା ହେଲେ କାହାକୁ ମିଳିବ ଫାଇନାଲ ଟିକେଟ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ ତାରିଖରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri