‘ଗ୍ଲୋବାଲ୍‌ ଟାଇମ୍ସ’ରେ ନୂଆ ସଂସଦ ଭବନକୁ ପ୍ରଶଂସା କଲା ଚାଇନା, ଗୁଲାମିର ପ୍ରତୀକକୁ ଅତୀତକୁ ଛାଡିଛି ଭାରତ

ବେଜିଙ୍ଗ,୩୧।୫: ନୂଆ ସଂସଦ ଭବନକୁ ପ୍ରଶଂସା କରିଛି ଚାଇନା। ଚାଇନା ସରକାରଙ୍କ ସରକାରୀ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ’ରେ ଏନେଇ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରି ଭାରତ ଦାସତ୍ୱର ପ୍ରତୀକକୁ ଅତୀତରେ ଛାଡିଦେଇଛି। ବିରୋଧି ଉଦ୍‌ଘାଟନୀକୁ ଉତ୍ସବକୁ ବିରୋଧ କରିଥିଲେ ହେଁ ଭାରତର ପଡୋଶୀ ଚାଇନା ଏହାକୁ ନିଜ ସରକାରୀ ଖବରକାଗଜରେ ଭୁରି ପ୍ରଶଂସା କରିଛି।

ମେ ୨୮ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିଛନ୍ତି। ତେବେ ବ୍ରିଟିଶ ଉପନିବେଶ ସମୟରେ ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ନିର୍ମିତ ପୁରୁଣା ସଂସଦକୁ ସଂଗ୍ରହାଳୟରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି।
ଚାଇନାର କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏକ ସମ୍ପାଦକୀୟରେ ନୂଆ ସଂସଦ ଭବନର ଉଦ୍‌ଘାଟନକୁ ‘ଡିକୋଲୋନାଇଜେଶନ’ ସହ ସାମଞ୍ଜସ୍ୟ କରାଯାଇଛି ଏବଂ ଏହାକୁ ଚାଇନା ସମର୍ଥନ କରେ ବୋଲି ଉଲ୍ଲେଖ କରାଯାଛି। ସମ୍ପାଦକୀୟରେ କୁହାଯାଇଛି, ପୂର୍ବରୁ ଗୁଲାମିରେ ଥିବା ଦେଶ ଯେବେ ରାଜନୈତିକ ଭାବରେ ସ୍ବତନ୍ତ୍ର ହେବାକୁ ଚେଷ୍ଟା କରିଥାଏ ତେବେ ତା’କୁ ଆମେ ଡିକୋଲୋନାଇଜେସନ ବା ବେ-ଉପନିବେଶିକରଣ ବୋଲି କହିଥାଉ।

ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟ ଶୀର୍ଷକରେ ‘ଆମେ ଭାରତର ଡିକୋଲୋନାଇଜେସନକୁ ନୈତିକ ଏବଂ ଭାବନାତ୍ମକ ରୂପରେ ସମର୍ଥନ କରୁଛୁ’ ବୋଲି ଉଲ୍ଲେଖ କରାଯାଇଛି। ସେହିପରି କୁହାଯାଇଛି, ଏହି ନୂଆ କୋଠାକୁ ମୋଦିଙ୍କ ଶାସନର ସେଣ୍ଟ୍ରାଲ ଭିଷ୍ଟା ରିଡେଭଲପମେଣ୍ଟ ପ୍ରୋଜେକ୍ଟର ମୁଖ୍ୟ ପ୍ରୋଜେକ୍ଟ ଭାବରେ ବିବେଚନା କରାଯାଏ। ଯାହାର ଉଦ୍ଦେଶ୍ୟ ଭାରତର ରାଜଧାନୀକୁ ଉପନିବେଶ ଯୁଗରୁ ମୁକ୍ତ କରିବା। ମୋଦି ତାଙ୍କ ଭାଷଣରେ କହିଛନ୍ତି, ‘ନୂଆ ସଂସଦ ଭବନ କେବଳ ଏକ ବିଲ୍ଡିଂ ନୁହେଁ ବରଂ ଏହା ଏକ ଆତ୍ମନିର୍ଭରଶୀଳ ଭାରତର ସୂର୍ଯ୍ୟୋଦୟର ସାକ୍ଷୀ ହେବ’। ଏହି ବିଲ୍ଡିଂର ମୂଲ୍ୟ ପ୍ରାୟ ୧୨୦ ନିୟୁତ ଡଲାର ଏବଂ ଏଥିରେ ଜାତୀୟ ପ୍ରତୀକ ରୂପେ ମୟୂର, ପଦ୍ମ ଏବଂ ବରଗଛ ସ୍ଥାନ ପାଇଛି। ଯାହା ଭାରତର ପାରମ୍ପାରିକ ଇତିହାସ ଏବଂ ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ଏହା ଭାରତ ସରକାରଙ୍କ ଡିକୋଲୋନାଇଜେସନ ଦିଗରେ ଏକ ବଡ ପଦକ୍ଷେପ।

ସମ୍ପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତରେ ଉପନିବେଶବାଦକୁ ହଟାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ପ୍ରତିଷ୍ଠିତ ବିଲ୍ଡିଂର ନାମ ପରିବର୍ତ୍ତନ କରାଯାଇ ଏହାକୁ ନୂଆ ରୂପ ଦିଆଯାଇଛି। ମୋଦି ସରକାର ଉପନିବେଶ ଇତିହାସ ସହ ଜଡିତ ବଜେଟ ପ୍ରଥାକୁ ପରିବର୍ତ୍ତନ କରିଛନ୍ତି। ଏଥିସହ ଇଂରାଜୀ ଭାଷାର ଆଧିକାରିକ ବ୍ୟକହାରକୁ ହ୍ରାସ କରି ହିନ୍ଦୀର ବ୍ୟବହାର ବୃଦ୍ଧି କରିଛନ୍ତି।

୧୯୬୮ ମସିହାରେ ଭାରତ ସରକାର ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ସମ୍ମୁଖରେ ରାଜା ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତିକୁ ହଟାଇଥିଲା। ପରେ ସେପ୍ଟେମ୍ବର ୮ ୨୦୨୨ରେ, ମୋଦି ସରକାର ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଥିବା “ରାଜପଥ”କୁ “କର୍ତ୍ତବ୍ୟ ପଥ” ଭାବରେ ନାମକରଣ କରିଥିଲେ।

ଉପନିବେଶବାଦକୁ ନିଜ ସଂସ୍କୃତି ଏବଂ ଲୋକଙ୍କ ହୃଦୟରୁ ହଟାଇବା ହେଉଛି ଭାରତ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। ଯାହା ନାମ ପରିବର୍ତ୍ତନ କରିବା ଅପେକ୍ଷା ଅଧିକ କଷ୍ଟକର। ଭାରତ ତା’ର ଲକ୍ଷ୍ୟକୁ ହାସଲ କରବା ନେଇ ସଫଳତା କାମନ କରୁଛୁ ବୋଲି ସମ୍ପାଦକୀୟରେ କୁହାଯାଇଛି। ଚାଇନାର ଖୁବ କମ୍‌ ଲୋକ ବିଶ୍ୱାସ କରନ୍ତି ଯେ, ଭାରତର ଆର୍ଥନୈତିକ ଏବଂ ସାମାଜିକ ବିକାଶ ଚୀନ ପାଇଁ ବିପଦ ହେବ। କିନ୍ତୁ ଅଧିକାଂଶ ସହମତି କରନ୍ତିି ଯେ, ଉଭୟ ଦେଶ ପାରସ୍ପରିକ ଭାବେ ସଫଳତା ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri