ଆମେରିକାରେ ବଢିଛି ଭାରତୀୟ ଆମ୍ବର ଚାହିଦା

ଓ୍ବାଶିଂଟନ୍‌,୨୮।୧୦: ବିଦେଶରେ ବଢିଛି ଭାରତୀୟ ଆମ୍ବର ଚାହିଦା। ଆମ୍ବ ରପ୍ତାନିକାରୀମାନଙ୍କ ମଧ୍ୟରେ ଭାରତର ସ୍ଥାନ ଅନ୍ୟତମ। ଭାରତର ମୁକେଶ ଅମ୍ବାନୀ ଏସିଆର ସର୍ବବୃହତ ଆମ୍ବ ରପ୍ତାନିକାରୀ ମଧ୍ୟରୁ ଜଣେ। ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି। ତେବେ ଭାରତୀୟ ଆମ୍ବର ଫିଭର ଘାରିଛି ଆମେରିକୀୟଙ୍କୁ। ମାତ୍ର ୫ମାସ ମଧ୍ୟରେ, ଆମେରିକା ଭାରତ ଠାରୁ ୨ହଜାର ଟନରୁ ଅଧିକ ଆମ୍ବ ଆମଦାନୀ କରିଛି।
ବାଣିଜ୍ୟ ମନ୍ତ୍ରଣାଳୟ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତରୁ ରପ୍ତାନି ହୋଇଥିବା ଆମ୍ବ ରପ୍ତାନୀ ତଥ୍ୟକୁ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଭାରତ ୨୭,୩୩୦,୦୨ଟନ ଆମ୍ବ ରପ୍ତାନି କରିଛି। ଗତ ବର୍ଷ ସମାନ ଅବଧିରେ ଭାରତ ୨୨,୯୬୩,୭୮ଟନ ଆମ୍ବ ରପ୍ତାନି କରିଥିଲା। ଯାହା ମୋଟ ୧୯ଶତକଡା ଅଭିବୃଦ୍ଧି ଦର୍ଶାଉଛି।

ଆମେରିକା ଭାରତରୁ ସର୍ବାଧିକ ଆମ୍ବ ଆମଦାନୀ କରିଛି। ଏହି ୫ମାସ ମଧ୍ୟରେ, ଭାରତରୁ ଆମେରିକାକୁ ୨୦୪୩.୬୦ଟନ ଆମ୍ବ ରପ୍ତାନି କରାଯାଇଛି। ଏହା ବ୍ୟତୀତ ଜାପାନ ଭାରତରୁ ୪୩ ଟନ ଆମ୍ବ, ନ୍ୟୁଜିଲ୍ୟାଣ୍ଡ ୧୧୧ଟନ, ଅଷ୍ଟ୍ରେଲିଆ ୫୮,୪୨ ଟନ ଏବଂ ଦକ୍ଷିଣ ଆଫ୍ରିକା ୪,୪୪ଟନ ଆମଦାନୀ କରିଛି। ଏହା ବ୍ୟତୀତ ଇରାନ, ମରିସସ, ଏବଂ ନାଇଜେରିଆ ପରି ଅନେକ ଦେଶ ଭାରତରୁ ବହୁ ପରିମାଣରେ ଆମ୍ବ ଆମଦାନୀ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri