ସିନ୍ଧୁ ଜଳ ଚୁକ୍ତିକୁ ନେଇ ସାଂଘାତିକ ଖୁଲାସା କଲା ଭାରତ, କହିଲା ଯୁଦ୍ଧବେଳେ…

ନୂଆଦିଲ୍ଲୀ,୧।୬: ଭାରତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି। ଭାରତର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ପାକିସ୍ତାନ ନିଜେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଏହି ସନ୍ଧିର ଉଲ୍ଲଂଘନ କରୁଛି। ତାଜିକିସ୍ତାନର ଦୁଶାନବେଠାରେ ଅନୁଷ୍ଠିତ ପ୍ରଥମ ଜାତିସଂଘ ହିମବାହ ସମ୍ମିଳନୀରେ ସିଂହ ଏହି ମନ୍ତବ୍ୟ ରଖିଥିଲେ।

ଏହି ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ଉପରେ ସିନ୍ଧୁ ଜଳ ସନ୍ଧିକୁ ଏକତରଫା ଭାବେ ସ୍ଥଗିତ ରଖିଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଭାରତର ଏହି ପଦକ୍ଷେପ ଅବୈଧ ଏବଂ ଜଳର ଅସ୍ତ୍ରୀକରଣ ଅଟେ, ଯାହା ଲକ୍ଷାଧିକ ଲୋକଙ୍କ ଜୀବନକୁ ବିପଦରେ ପକାଇଛି। ଏହାର ଜବାବରେ ସିଂହ କହିଛନ୍ତି, ପାକିସ୍ତାନ ନିଜେ ଏହି ସନ୍ଧିର ଉଲ୍ଲଂଘନ କରୁଛି, ତେଣୁ ସେମାନେ ଭାରତ ଉପରେ ଦୋଷାରୋପ କରିବା ବନ୍ଦ କରନ୍ତୁ। ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ଏହି ବୈଜ୍ଞାନିକ ମଞ୍ଚକୁ ଅପବ୍ୟବହାର କରି ଅପ୍ରାସଙ୍ଗିକ ପ୍ରସଙ୍ଗ ଉଠାଇଛି, ଯାହାକୁ ଭାରତ ତୀବ୍ର ନିନ୍ଦା କରୁଛି।

୧୯୬୦ ମସିହାରେ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ସ୍ବାକ୍ଷରିତ ସିନ୍ଧୁ ଜଳ ସନ୍ଧି ଅନୁଯାୟୀ ସିନ୍ଧୁ ନଦୀ ଏବଂ ଏହାର ପାଞ୍ଚଟି ଉପନଦୀ ରାବି, ବିୟାସ, ସତଲେଜ, ଝେଲମ ଏବଂ ଚେନାବର ଜଳ ବଣ୍ଟନ ନିୟମ ର୍ନିଦ୍ଧାରିତ ହୋଇଥିଲା। କିନ୍ତୁ ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ଘଟିବା ପରେ ଭାରତ ଏହି ସନ୍ଧିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଯୁକ୍ତି ହେଉଛି ଯେ ପାକିସ୍ତାନର ନିରନ୍ତର ସୀମାପାର ଆତଙ୍କବାଦ ଏହି ସନ୍ଧିର କାର୍ଯ୍ୟକାରିତାକୁ ବାଧାପ୍ରଦାନ କରୁଛି।

କୀର୍ତ୍ତି ବର୍ଦ୍ଧନ ସିଂହ ତାଙ୍କ ବକ୍ତବ୍ୟରେ ଜୋର ଦେଇ କହିଛନ୍ତି ଯେ ୧୯୬୦ରେ ସନ୍ଧି ସ୍ବାକ୍ଷର ସମୟରେ ଥିବା ପରିସ୍ଥିତିରେ ଏବେ ମୌଳିକ ପରିବର୍ତ୍ତନ ହୋଇଛି। ଜଳବାୟୁ ପରିବର୍ତ୍ତନ, ହିମବାହ ଗଳନ, ଜନସଂଖ୍ୟା ବୃଦ୍ଧି ଏବଂ ପରିଷ୍କାର ଶକ୍ତିର ଆବଶ୍ୟକତା ଆଦି କାରଣରୁ ଏହି ସନ୍ଧିର ବାଧ୍ୟବାଧକତାକୁ ପୁନର୍ମୂଲ୍ୟାୟନ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଏହା ଏକ ଅସୱୀକାର୍ଯ୍ୟ ସତ୍ୟ ଯେ ସନ୍ଧି ସୱାକ୍ଷର ସମୟର ପରିସ୍ଥିତି ଏବେ ବଦଳି ଯାଇଛି।

ଶେହବାଜ ଶରିଫ କହିଛନ୍ତି ଯେ ପାକିସ୍ତାନ ସିନ୍ଧୁ ଜଳ ସନ୍ଧିକୁ ସମ୍ମାନ କରୁଛି ଏବଂ ଭାରତର ଏକତରଫା ପଦକ୍ଷେପ ଲକ୍ଷାଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ସେ ଏହାକୁ ରାଜନୈତିକ ସୱାର୍ଥ ପାଇଁ ଜଳର ଅପବ୍ୟବହାର ବୋଲି ଅଭିହିତ କରିଛନ୍ତି। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ହିଁ ସନ୍ଧିର କାର୍ଯ୍ୟକାରିତାରେ ପ୍ରମୁଖ ବାଧା ସୃଷ୍ଟି କରୁଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ପୂର୍ବରୁ କହିଛନ୍ତି, ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କରେ, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ସନ୍ଧି ସ୍ଥଗିତ ରହିବ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁଜରାଟରେ ଏକ ବକ୍ତବ୍ୟରେ କହିଛନ୍ତି ଯେ ସନ୍ଧିକୁ ସ୍ଥଗିତ ରଖିବା ମାତ୍ରେ ପାକିସ୍ତାନ ଉତ୍ତେଜନା ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?