Posted inଖେଳ

ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଚେଙ୍ଗଡୁ,୩୦ା୪(ପି.ଟି.): ଥୋମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌ ସି’ରେ ସ୍ଥାନ ପାଇଥିବା ଭାରତ କ୍ୱାର୍ଟରରେ ପ୍ରବେଶ କରିଛି। ପୂର୍ବରୁ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୪-୧ରେ ହରାଇଥିଲା। କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛି।
ରବିବାର ଭାରତୀୟ ସଟଲର୍‌ ଏଚ୍‌ ଏସ୍‌ ପ୍ରଣୟ ପ୍ରଥମ ମ୍ୟାଚ୍‌ରେ ୨୧-୧୫, ୨୧-୧୫ ସେଟରେ ହ୍ୟାରି ହୁଆଙ୍ଗଙ୍କୁ ପରାସ୍ତ କରି ୧-୦ରେ ଆଗୁଆ ରହିଥିଲେ। ବିଶ୍ୱ ମାନ୍ୟତାର ଏକ ନମ୍ବର ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ମ୍ୟାଚକୁ ୨୧-୧୭, ୧୯-୨୧ ଓ ୨୧-୧୫ ସେଟରେ ଜିତି ନେଇଥିଲେ। ୨୦୨୨ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜ ପଦକ ବିଜୟୀ ଯୋଡ଼ି ୧ ଘଣ୍ଟା ୫ ମିନିଟ ସମୟ ନେଇ ବେନ୍‌ ଲେନ୍‌ ଓ ସିନ୍‌ ଭେଣ୍ଡିଙ୍କୁ ପରାସ୍ତ କରିଥିଲେ। ସେହିପରି ପୂର୍ବତନ ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି କିଡାମ୍ବି ଶ୍ରୀକାନ୍ତ ୨୧-୧୬, ୨୧-୧୧ ସେଟରେ ନଦୀମ ଡାଲଭିଙ୍କୁ ହରାଇବା ସହ ଭାରତକୁ ୩-୦ରେ ଆଗୁଆ କରିଥିଲେ।
ରିଭର୍ସ ଡବଲ୍ସରେ ଭାରତ ପକ୍ଷରୁ ଏମ୍‌.ଆର. ଅର୍ଜୁନ ଓ ଧ୍ରୁବ କପିଳା ୨୧-୧୭, ୨୧-୧୯ରେ ରୋରି ଇଷ୍ଟନ ଓ ଆଲେକ୍ସ ଗ୍ରୀନଙ୍କୁ ପରାସ୍ତ କରିଥିଲେ। ସେହିପରି ଅନ୍ତିମ ସିଙ୍ଗଲ୍ସ ମ୍ୟାଚ୍‌କୁ ୨୪ ବର୍ଷୀୟ କିରଣ ଜର୍ଜ ଜିତି ନେଇଥିଲେ। ୨୧-୧୮, ୨୧-୧୨ ସେଟରେ ସେ ଚୋଲାନ କାୟାନଙ୍କୁ ପରାସ୍ତ କରିଥିଲେ। ଭାରତ ଏହାର ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ଗ୍ରୁପ୍‌ ଟପ୍ପର ଇଣ୍ଡୋନେସିଆକୁ ଭେଟିବ। ରେକର୍ଡ ୧୪ ଥର ଚାମ୍ପିୟନ ହୋଇଥିବା ଇଣ୍ଡୋନେସିଆ ସହ ମ୍ୟାଚ ପରେ ଗ୍ରୁପ୍‌ ସି’ର ପ୍ରଥମ ୨ ସ୍ଥାନ ନିର୍ଦ୍ଧାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri