ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏପରିକି ଏହି ୩ ଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀରେ ସରକାରୀ ଓ ବେସରକାରୀ ସଂସ୍ଥା (କମ୍ପାନୀ), ଷ୍ଟାର୍ଟଅପ୍‌ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯାଇଛି। ସେହିଭଳି ଏହି ଶିଖର ସମ୍ମିଳନୀରେ ୨୦୦ ଗିଗାୱାଟ୍‌ରୁ ଅଧିକ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ ସମ୍ପର୍କରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଛି।
ଅପରପକ୍ଷରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ରି-ଇନ୍‌ଭେଷ୍ଟ ଶିଖର ସମ୍ମିଳନୀର ୪ର୍ଥ ସଂସ୍କରଣରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସେ ସ୍ବାଗତ କରିଥିଲେ ଏବଂ ଶକ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ ନୀତିର ଭବିଷ୍ୟତ ଉପରେ ଆଗାମୀ ତିନି ଦିନ ମଧ୍ୟରେ ଗମ୍ଭୀର ଆଲୋଚନା ହେବ ବୋଲି ମୋଦି ବିଶ୍ୱାସ ବ୍ୟକ୍ତ କରିଥିଲେ। ଏପରିକି ଏହି ସମ୍ମିଳନୀରୁ ଆଲୋଚନା ଓ ଶିକ୍ଷା ଯୋଗୁ ସମଗ୍ର ମାନବଜାତି ଉପକୃତ ହେବ ଏବଂ ସଫଳ ଆଲୋଚନା ପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ଗତ ୧୦୦ ଦିନ ମଧ୍ୟରେ ସବୁଜ ଶକ୍ତି କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପବନ ଶକ୍ତି ପ୍ରକଳ୍ପ ପାଇଁ ଏକ ଭୟାବିଲିଟି ଗ୍ୟାପ୍‌ ପାଣ୍ଠି ଯୋଜନା ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଭାରତ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୩୧,୦୦୦ ମେଗାୱାଟ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବିବିଧତା, ବ୍ୟାପକତା, ସାମର୍ଥ୍ୟ, କ୍ଷମତା ଏବଂ କାର୍ଯ୍ୟଦକ୍ଷତା ସବୁ ଅନନ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିଛି, କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଗତ ଏକ ମାସ ମଧ୍ୟରେ ଭାରତ ଦ୍ୱାରା ଆୟୋଜନ କରାଯାଇଥିବା ବିଶ୍ୱସ୍ତରୀୟ ଘଟଣା ବିଷୟରେ ବର୍ଣ୍ଣନା କରି ମୋଦି କହିଥିଲେ, ଗ୍ଲୋବାଲ ଫିନଟେକ୍‌ ଫେଷ୍ଟ ଚଳିତ ମାସ ପ୍ରାରମ୍ଭରେ ଆୟୋଜନ କରାଯାଇଥିଲା, ପ୍ରଥମ ଅନ୍ତର୍ଜାତୀୟ ସୌର ମହୋତ୍ସବ, ଅନ୍ତର୍ଜାତୀୟ ସେମିକଣ୍ଡକ୍ଟର ଶିଖର ସମ୍ମିଳନୀରେ ସାରା ବିଶ୍ୱର ଲୋକମାନେ ଅଂଶଗ୍ରହଣ କରିଥିଲେ, ଭାରତ ମଧ୍ୟ ଦ୍ୱିତୀୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିଲା ଏବଂ ଆଜି ଭାରତ ସବୁଜ ଶକ୍ତିର ଏକ ସମ୍ମିଳନୀ ଆୟୋଜନ କରୁଛି। ଉଲ୍ଲେଖଯୋଗ୍ୟ, ଶ୍ୱେତ ବିପ୍ଳବ, ମିଠା (ମହୁ) ବିପ୍ଳବ, ସୌର ବିପ୍ଳବର ଆରମ୍ଭ ଦେଖିଥିବା ଗୁଜରାଟ ବର୍ତ୍ତମାନ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ ଦେଖୁଥିବାରୁ ଏହା ଏକ ଖୁସିର ସୌଭାଗ୍ୟ ବୋଲି ମୋଦି କହିଥିଲେ। ଗୁଜରାଟ ଭାରତର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ନିଜର ସୌର ନୀତି ଥିଲା ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ପରେ ସୌରଶକ୍ତି ଉପରେ ଜାତୀୟ ନୀତି ଅନୁସରଣ କରାଗଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ପ୍ୟାରିସରେ ଧାର୍ଯ୍ୟ ଜଳବାୟୁ ପ୍ରତିଶ୍ରୁତି ହାସଲ କରିବାରେ ଭାରତ ହେଉଛି ପ୍ରଥମ ଜି-୨୦ ରାଷ୍ଟ୍ର, ତାହା ମଧ୍ୟ ସମୟସୀମାର ୯ବର୍ଷ ପୂର୍ବରୁ, ମୋଦି ୨୦୩୦ସୁଦ୍ଧା ୫୦୦ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ସରକାର ସବୁଜ ପରିବର୍ତ୍ତନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଗୋଆର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?