Posted inଖେଳ

ଶ୍ରୀଲଙ୍କା ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ

ମୁମ୍ବାଇ, ୨।୧୧:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଗୁରୁବାର ଏହାର ୭ମ ମ୍ୟାଚ ଖେଳିବ। ଏଥର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଶ୍ରୀଲଙ୍କା। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି ଟିମ୍‌ ଇଣ୍ଡିଆ। ମୋମେଣ୍ଟମ ବଜାୟ ରଖି ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ ରୋହିତ ଶର୍ମାଙ୍କ ଦଳର ମୁଖ୍ୟ ଲକ୍ଷ୍ୟ। ୧୨ ପଏଣ୍ଟ ପାଇ ସାରିଥିବା ଭାରତ ଆଗାମୀ ମ୍ୟାଚ ଜିତିଲେ ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇଯିବ। ଅନ୍ୟପକ୍ଷରେ ପରାଜିତ ହେଲେ ଶ୍ରୀଲଙ୍କାର ବିଶ୍ୱକପ୍‌ ଅଭିଯାନ ଏକପ୍ରକାର ଶେଷ ହେବ। ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ଶେଷ ଥର ପାଇଁ ୨୦୧୯ ବିଶ୍ୱକପ୍‌ରେ ଉଭୟ ଦଳ ମଧ୍ୟରେ ମୁକାବିଲାରେ ମଧ୍ୟ ଭାରତ ବାଜି ମାରିଥିଲା। ତେଣୁ ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତ ଫେଭରାଇଟ ବିବେଚିତ ହୋଇଛି। ତେବେ ଅତ୍ୟଧିକ ଆତ୍ମବିଶ୍ୱାସ ଦଳକୁ କ୍ଷତି ପହଞ୍ଚାଇପାରେ ବୋଲି ମଧ୍ୟ ଭାରତୀୟ ଦଳକୁ ମନେ ରଖିବାକୁ ହେବ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ଏକଦା ୨ ରନ ମଧ୍ୟରେ ୩ ଉଇକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିଲା। ସେହିପରି ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷରେ ଦଳୀୟ ଇନିଂସ ୨୨୯/୯ରେ ଶେଷ ହୋଇ ଯାଇଥିଲା।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ମହମ୍ମଦ ଶାମି ନିଜ ଚୟନକୁ ଯଥାର୍ଥ ସାବ୍ୟସ୍ତ କରିଛନ୍ତି। ସେ ୨ଟି ମ୍ୟାଚରେ ଥରେ ୫ ଉଇକେଟ ସହ ୯ ଉଇକେଟ ହାସଲ କରି ସାରିଛନ୍ତି। ଆଗକୁ ବଡ଼ ମୁକାବିଲା ଆସୁଛି। ତେଣୁ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ସତେଜ ରଖିବା ଦିଗରେ କୋଚ୍‌ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମାଙ୍କୁ ଚିନ୍ତା କରିବାକୁ ହେବ। କାରଣ ନେଦରଲାଣ୍ଡ୍ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଆଶା ନାହିଁ। ଉଭୟ ଶୁବମନ ଗିଲ୍‌ ଓ ଶ୍ରେୟସ ଆୟର ଦିନିକିଆରେ ସ୍ଥିର ପ୍ରଦର୍ଶନ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଉଭୟଙ୍କ ବ୍ୟାଟ୍‌ରୁ ସେପରି ଇନିଂସ ଦେଖିବାକୁ ମିଳିନାହିଁ। ଡେଙ୍ଗୁରେ ଆକ୍ରାନ୍ତ ଯୋଗୁ ଭାରତର ପ୍ରଥମ ୨ଟି ମ୍ୟାଚ ଖେଳିପାରି ନ ଥିବା ଗିଲ୍‌ ଅବଶିଷ୍ଟ ମ୍ୟାଚଗୁଡ଼ିକରେ ବ୍ୟାଟିଂ କରିଥିଲେ ହେଁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରି ପାରିଛନ୍ତି। ଏବେ ବଡ଼ ଇନିଂସ ଖେଳିବା ସମୟ ଆସିଯାଇଛି ବୋଲି ଗିଲ୍‌ ନିଶ୍ଚିତ ଅନୁଭବ କରୁଥିବେ। ଆୟର ମଧ୍ୟ ୬ ଇନିଂସରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଚେଜ୍‌ ସମୟରେ ୫୩ ରନରେ ଅପରାଜିତ ରହି ପ୍ରଶଂସାର ପାତ୍ର ହୋଇଥିଲେ ଆୟର। ମାତ୍ର ଅନେକ ସମୟରେ ବଡ଼ ଇନିଂସ ଖେଳି ମ୍ୟାଚକୁ ଫିନିଶ୍‌ କରିବାର ସୁଯୋଗ ସେ ହାତଛଡ଼ା କରିଛନ୍ତି। ଆଗାମୀ ମ୍ୟାଚ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ଆୟରଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ରୋହିତ, ସୂର୍ଯ୍ୟକୁମାର ଯାଦବ ଓ ଶାର୍ଦ୍ଦୂଳ ଠାକୁରଙ୍କର ମଧ୍ୟ ଏହା ଘରୋଇ ପଡ଼ିଆ। ଚଳିତ ବିଶ୍ୱକପ୍‌ରେ ଗୋଟିଏ ଶତକ, ୨ଟି ଅର୍ଦ୍ଧଶତକ ସହ ୬୬.୩୩ ଆଭରେଜରେ ୩୯୮ ରନକରି ଭାରତର ଅଗ୍ରଣୀ ସ୍କୋରର ଥିବା ରୋହିତ ସ୍ଥାନୀୟ ଦର୍ଶକଙ୍କ ସମ୍ମୁଖରେ ନିଜ ବ୍ୟାଟ୍‌ର ଯାଦୁଦେଖାଇ ଇନିଂସକୁ ସ୍ମରଣୀୟ କରିବାକୁ ନିଶ୍ଚିତ ଆଶା ରଖିଥିବେ।
କ୍ୱାଲିଫିକେଶନ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ଦଳର ପ୍ରଦର୍ଶନ ମୁଖ୍ୟ ଟୁର୍ନାମେଣ୍ଟରେ ଦେଖିବାକୁ ମିଳିନାହିଁ। ଆହତ ସମସ୍ୟା ଏବଂ ଦଳରେ କେତେକ ମୁଖ୍ୟ ଖେଳାଳିଙ୍କ ଅନୁପସ୍ଥିତି ଦଳରେ ଗୁରୁତର ଅନୁଭବ ହୋଇଛି। କେତେକ ଯୁବ ଖେଳାଳି ନିଜ ପ୍ରଦର୍ଶନ ମାଧ୍ୟମରେ ଯଦିଓ ପ୍ରଭାବିତ କରିଛନ୍ତି ତେବେ ତାହା ଦଳର ଅଗ୍ରଗତି ପାଇଁ ପର୍ଯ୍ୟାପ୍ତ ହୋଇନାହିଁ। ସଦିରା ସମରବିକ୍ରମା ୬ ଗେମ୍‌ରେ ୩୩୧ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ। ସେ ଏପର୍ଯ୍ୟନ୍ତ ଶ୍ରୀଲଙ୍କାର ଅଗ୍ରଣୀ ରନ୍‌ ସ୍କୋରର ରହିଛନ୍ତି। ଭାରତର ଶୁବମନ ଗିଲ୍‌ଙ୍କ ପରେ ଦ୍ୱିତୀୟ ଖେଳାଳିଭାବେ ଚଳିତ ସିଜନରେ ଦିନିକିଆରେ ୧୦୦୦ ରନ ପୂରଣ କରିଥିବା ପଥୁମ ନିସଙ୍କା ମଧ୍ୟ ବିଶ୍ୱକପ୍‌ରେ ଭଲ ଖେଳିଛନ୍ତି। ୪ଟି ଅର୍ଦ୍ଧଶତକ ହାସଲ କରିସାରିଥିବା ନିସଙ୍କାଙ୍କ ଉପରେ ବିପକ୍ଷ ଦଳଗୁଡ଼ିକର ନଜର ରହିଛି। ସେ ଚଳିତ ସିଜନରେ ୨୬ ମ୍ୟାଚରେ ୪୮.୧୭ ଆଭରେଜରେ ୧,୧୦୮ ରନ ସ୍କୋର କରିଛନ୍ତି। ଏହା ମଧ୍ୟରେ ୨ ଶତକ ଓ ୯ ଅର୍ଦ୍ଧଶତକ ସାମିଲ। ଅଧିନାୟକ କୁସାଲ ମେଣ୍ଡିସ ଓ ଆଞ୍ଜେଲୋ ମାଥ୍ୟୁସଙ୍କଠାରୁ ମ୍ୟାଚ ବିଜୟୀ ପ୍ରଦର୍ଶନ ଆଶା କରାଯାଉଛି। ଅଭିଜ୍ଞ ବୋଲରଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା ଯୁବ ବୋଲରମାନେ ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚେଷ୍ଟା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri