Posted inଜାତୀୟ

୧୦୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୨ା୧୦: ‘କନ୍‌ସର୍ନ ଓ୍ବାଲର୍‌ଡଓ୍ବାଇଡ୍‌’ ଏବଂ ‘ଓ୍ବେଲ୍‌ଥ ହଙ୍ଗର ଲାଇଫ୍‌’ ପକ୍ଷରୁ ମିଳିତ ଭାବେ ବିଶ୍ୱବ୍ୟାପୀ କ୍ଷୁଧା ସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବା ପରେ ଶୁକ୍ରବାର ୧୯ତମ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ସିରିଜ୍‌ ପ୍ରକାଶ ପାଇଛି। କେଉଁ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ କ୍ଷେତ୍ରରେ ସର୍ବାଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ, ତାହା ଉପରେ ଉକ୍ତ ବାର୍ଷିକ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ଭାରତର ସ୍କୋର ୨୭.୩ ରହିଛି। କ୍ଷୁଧା ସମ୍ପର୍କିତ ସର୍ବେକ୍ଷଣ ପାଇଁ ପଦ୍ଧତି ଓ ସମୀକ୍ଷା ଡେଟାରେ ପରିବର୍ତ୍ତନ ଅଣାଯାଇଥିବାରୁ ୨୦୨୪ର ରିପୋର୍ଟକୁ ୨୦୨୩ ରିପୋର୍ଟ ସହିତ ପ୍ରତ୍ୟକ୍ଷ ଭାବେ ତୁଳନା କରାଯାଇପାରିବ ନାହିଁ। ତଥାପି ବିଗତ ବର୍ଷଗୁଡ଼ିକରେ କୁପୋଷଣ ଦେଇ ଗତି କରୁଥିବା ଭାରତର ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଜିଏଚ୍‌ଆଇ-୨୦୨୪ରେ ଦର୍ଶାଯାଇଛି। ଜିଏଚ୍‌ଆଇ-୨୦୧୬ ରେ ଭାରତର ସ୍କୋର ୨୯.୩ ରହିଥିଲା, ଯାହାକି ଗମ୍ଭୀର ସ୍ଥିତିକୁ ଦର୍ଶାଉଥିଲା। ଏହା ପୂର୍ବରୁ ୨୦୦୦ ଓ ୨୦୦୮ ମସିହାରେ ଭାରତର ସ୍ଥିତି ଯଥାକ୍ରମେ ୩୮.୪ ଓ ୩୫.୨ ରହିଥିଲା।
ଶିଶୁ କୁପୋଷଣରେ ଭାରତ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ବିଶ୍ୱରେ ଦୁର୍ବଳ ସ୍ବାସ୍ଥ୍ୟଜନିତ ଶିଶୁଙ୍କ ମୃତ୍ୟୁ ଆଶଙ୍କା (ଚାଇଲ୍ଡ ଓ୍ବେଷ୍ଟିଂ) ହାର ୧୮.୭% ଥିବାବେଳେ ଷ୍ଟନିଂ ରେଟ୍‌ ବା କୁପୋଷଣ ଯୋଗୁ ବୟସ ତୁଳନାରେ ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବା ହାର ୩୫% ରହିଛି। ସେହିପରି ୫ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁହାର ୨.୯ ପ୍ରତିଶତ ରହିଥିବାବେଳେ କୁପୋଷଣ ହାର ୧୩.୭% ରହିଛି। ଭାରତରେ ଶିଶୁ ମୃତ୍ୟୁ ହାର ୨୦୦୦ ମସିହା ତୁଳନାରେ ବର୍ତ୍ତମାନ ବିଶେଷ ଉନ୍ନତି ଆସିପାରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୩୦ ସୁଦ୍ଧା କ୍ଷୁଧାମୁକ୍ତି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱରେ ୨୦୧୬ର କ୍ଷୁଧାହାର ହ୍ରାସ ପାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରୁ ଜଣାପଡ଼ିଛି। ୧୨୭ଟି ଦେଶକୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଭାରତର ସ୍ଥାନ ୧୦୫ରେ ରହିଛି। ନେପାଳ ୬୮, ଶ୍ରୀଲଙ୍କା ୫୬ ଓ ବାଂଲାଦେଶ ୮୪ତମ ସ୍ଥାନରେ ରହିଛି। ଏହି ଦେଶଗୁଡ଼ିକର ସ୍ଥିତି ଭାରତଠାରୁ ଅପେକ୍ଷାକୃତ ଭଲ ରହକିଛି। ଅନ୍ୟପକ୍ଷେ ୧୦୯ତମ ସ୍ଥାନରେ ଥିବା ପାକିସ୍ତାନ ସମେତ ୪୨ଟି ରାଷ୍ଟ୍ର ଏବେ ମଧ୍ୟ ଅତ୍ୟନ୍ତ ଗମ୍ଭୀର ସ୍ତରରେ ରହିଛି। କ୍ଷୁଧା, ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ଅସମାନତା, ଲିଙ୍ଗଗତ ହିଂସା ଆଦି ଯୋଗୁ କୁପୋଷଣ ଦୂର କରିବା ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଥିବାରୁ କ୍ଷୁଧାମୁକ୍ତି ଲକ୍ଷ୍ୟ ହାସଲ କରାଯାଇପାରି ନ ଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri