Posted inଜାତୀୟ

ଭାରତରେ ପହଞ୍ଚିଲେ ଜର୍ମାନୀ ବୈଦେଶିକ ମନ୍ତ୍ରୀ, କହିଲେ ଭାରତ ଏକ ବିକଶିତ ହେଉଥିବା ଆର୍ଥିକ ଶକ୍ତି…

ନୂଆଦିଲ୍ଲୀ,୫।୧୨ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ ଅନେକ ନେତାଙ୍କୁ ଭେଟିବେ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ କହିଥିଲେ ଯେ ଭାରତ ହେଉଛି ବିକଶିତ ହେଉଥିବା ଏକ ଅଥନୈତିକ ଶକ୍ତି ଏବଂ ସୁଦୃଢ଼ ଗଣତନ୍ତ୍ର। ସେ ଅନେକ ଦେଶ ପାଇଁ ଭାରତ ଏକ ଆଦର୍ଶ ପାଲଟିଛି।

ଏନାଲେନା କହିଛନ୍ତି ଯେ ସମସ୍ତ ଆଭ୍ୟନ୍ତରୀଣ ତଥା ସାମାଜିକ ଆହ୍ବାନ ସତ୍ତ୍ୱେ ଭାରତ ବିଶ୍ୱର ଅନେକ ଦେଶ ପାଇଁ ସମନ୍ବୟର ଏକ ସେତୁ ସାଜିଛି। ଭାରତ ମଧ୍ୟ ଜର୍ମାନୀର ଏକ ପ୍ରାକୃତିକ ଅଂଶୀଦାର।

ଏନାଲେନା ଟୁଇଟ କରି କହିଛନ୍ତି, ଜି-୭ର ଜର୍ମାନୀର ଅଧ୍ୟକ୍ଷତାର ଶେଷ ମାସରେ ମୁଁ ଭାରତ ଗସ୍ତ କରୁଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଛି। ମୋର ଆଲୋଚନା ଆମ ସମୟର ସବୁଠାରୁ ଜରୁରୀ କାର୍ଯ୍ୟ ଉପରେ କେନ୍ଦ୍ରୀତ ହେବ।

ଭାରତ ଏବଂ ଜର୍ମାନୀ ଦୁଇ ଦେଶ ମିଳିତ ଭାବେ ଜଳବାୟୁ ସଙ୍କଟକୁ ମୁକାବିଲା କରିବା ଏବଂ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରିବେ। ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଭାରତ ଦର୍ଶାଇଛି ଯେ ଏହା ବିଶ୍ୱସ୍ତରରେ ନିଜର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଜି -୨୦ ଶିଖର ସମ୍ମିଳନୀରେ ଭାରତ ସ୍ପଷ୍ଟ କରିଛି ଯେ ଏହା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରେ। ଏଥିପାଇଁ ଭାରତକୁ ଧନ୍ୟବାଦ ଜଣାଉଛି ବୋଲି ଏନାଲେନା କହିଛନ୍ତି।

ଏହାପୂର୍ବରୁ ଜର୍ମାନ ଦୂତାବାସ କହିଛି ଯେ ଭାରତର ବହିର୍ବ୍ୟପାର ମନ୍ତ୍ରୀ ସୁବ୍ରହ୍ମଣ୍ୟମ ଜୟଶଙ୍କରଙ୍କ ସହ ଏନାଲେନାଙ୍କ ଆଲୋଚନା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାର ଆଶା ରହିଛି। ବର୍ଲିନରେ ଜର୍ମାନୀର ଫେଡେରାଲ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ଦୁଇ ଦିନିଆ ଗସ୍ତ ସମୟରେ ତୈଳ, କୋଇଲା ଏବଂ ଗ୍ୟାସ ବ୍ୟତୀତ ଶକ୍ତି କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri