Posted inଜାତୀୟ

Video: ଆରବ ସାଗରରେ ଦମ୍‌ ଦେଖାଇଲା ଭାରତୀୟ ନୌସେନା, ସମୁଦ୍ର ଲୁଟେରାଙ୍କ ବିରୋଧରେ କରାଗଲା ବଡ଼ ଅପରେଶନ

ନୂଆଦିଲ୍ଲୀ,୧୬।୩: ଭାରତୀୟ ନୌସେନା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ଆରବ ସାଗର ମଧ୍ୟଭାଗରେ ସମୁଦ୍ର ଲୁଟେରାମାନଙ୍କ କବଳରୁ ବାଲାଂଦେଶର ଏକ ଜାହାଜକୁ ରକ୍ଷା କରିବାରେ ସଫଳ ହୋଇଛି। ଶନିବାର ଲୁଟେରାମାନେ ଏମ୍‌ଭି ରୁଏନ୍‌ ନାମକ ଜାହାଜକୁ ଅପହରଣ କରି ନେଇଥିଲେ। ହେଲେ ନୌସେନା ପକ୍ଷରୁ ସମୁଦ୍ର ମଝିରେ ଜାହାଜକୁ ରୋକାଯାଇ କବ୍ଜାରେ ଥିବା ଚାଳକଦଳର ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି।

ଭାରତୀୟ ନୌସେନା ସୂଚନା ଦେଇଛି ଯେ, ଆରବ ସାଗର ମଧ୍ୟରେ ଏକ୍ସ-ଏମ୍‌ଭି ରୁଏନ ଜାହାଜକୁ ବ୍ୟବହାର କରି ଡକାୟତି ଉଦ୍ୟମକୁ ସଫଳତାର ସହ ରୋକାଯାଇଛି। ଡିସେମ୍ବର ୧୪, ୨୦୨୩ ରେ ସୋମାଲି ଡକାୟତମାନଙ୍କ ଦ୍ୱାରା ଜାହାଜକୁ ଅପହରଣ କରାଯାଇଥିଲା। ନୌସେନା ଜାହାଜକୁ ଘେରିଯିବା ପରେ ଡକାୟତମାନେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରକୁ ଗୁଳି ଚଳାଇଥିଲେ। ପରେନୌସେନା ଅଧିକାରୀମାନେ ସେମାନଙ୍କୁ ଉଚିତ ଜବାବ ଦେଇଥିଲେ।

ଅପହରଣ ହୋଇଥିବା ଜାହାଜ ଏବଂ ଡକାୟତି ବିରୁଦ୍ଧରେ ତଥା ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରଭାବଶୂନ୍ୟ କରିବା ପାଇଁ ନୌସେନା ବର୍ତ୍ତମାନ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ଏଭଳି ଏକ ଜାହାଜ ଥିଲା ଯାହାକୁ ସୋମାଲି ଡକାୟତମାନେ ବ୍ୟବହାର କରୁଥିଲେ। ଜାହାଜକୁ ରୋକା ଯିବା ପରେ ଲୁଟେରାମାନେ ନୌସେନାର ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିଥିଲେ। ଯାହାକୁ ସେନା ପକ୍ଷରୁ ଉପଯୁକ୍ତ ଜବାବ ଦିଆଯାଇଥିଲା। ଏବେ ଡକାୟତମାନଙ୍କ ବିରୋଧରେ ନୌସେନାର ଏହି ଅପରେଶନର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନୌସେନା କହିଛି ଯେ, ଜାହାଜରେ ଥିବା ଡକାୟତମାନଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ କ୍ରୁ ସଦସ୍ୟମାନଙ୍କୁ ମୁକ୍ତ କରିବାକୁ ଉଦ୍ୟମ ଚାଲିଛି। ନିଜର ସାମୁଦ୍ରିକ ସୀମା ସୁରକ୍ଷା ପାଇଁ ନୌସେନା ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଭାରତୀୟ ନୌସେନା ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଏବଂ ନାବିକଙ୍କ ସୁରକ୍ଷା ଲାଗି ନୌସେନା ପ୍ରତିବଦ୍ଧ।

ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ଭାରତୀୟ ନୌସେନା ସୋମାଲି ଲୁଟେରାଙ୍କଠାରୁ ବାଂଲାଦେଶୀ ଜାହାଜକୁ ଉଦ୍ଧାର କରିଥିଲା। ବାଂଲାଦେଶୀ ବାଣିଜ୍ୟ ଜାହାଜ ଅବଦୁଲ୍ଲା ମୋଜାମ୍ବିକରୁ ସଂଯୁକ୍ତ ଆରବ ଏମିରେଟ୍ସ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଏହି ଜାହାଜକୁ ମାର୍ଚ୍ଚ ୧୨ରେ ୧୫ ରୁ ୨୦ ଡକାୟତ ଆକ୍ରମଣ କରିଥିଲେ। ଏହି ଜାହାଜରେ ୨୩ ଜଣ କ୍ରୁ ସଦସ୍ୟ ଥିଲେ। ଏହି ଅପହରଣ ବିଷୟରେ ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲା ଏବଂ ଜାହାଜଟି ଡକାୟତମାନଙ୍କଠାରୁ ଉଦ୍ଧାର କରାଯାଇଥିଲା। ବାଂଲାଦେଶୀ ବାଣିଜ୍ୟ ଜାହାଜରେ ୫୫ ହଜାର ଟନ୍‌ କୋଇଲା ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri