Posted inଜାତୀୟ

ସୁନା ଭଣ୍ଡାର ବଢାଇଲା ଭାରତ: ବିଶ୍ୱରେ ଆରବିଆଇ ୧ ନମ୍ବର

ନୂଆଦିଲ୍ଲୀ,୬।୧୨:ଅକ୍ଟୋବରରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ୬୦ ଟନ ସୁନା କିଣିଛନ୍ତି। ବିଶ୍ୱ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୭ ଟନ ସୁନା କ୍ରୟ କରି ଆଗରେ ରହିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମାସିକ ରିପୋର୍ଟକୁ ଆଧାର କରି ଏହି ଡବ୍ଲ୍ୟୁଜିସି ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଭାରତ ଏହାର ସୁନା ଭଣ୍ଡାରକୁ ୨୭ ଟନ ବୃଦ୍ଧି କରି ଚଳିତ ବର୍ଷ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୭୭ ଟନ ନେଇଛି।
ଡବ୍ଲୁଜିସି କହିଛି ଯେ, ଆରବିଆଇ ଦ୍ୱାରା ଏହି ସୁନା କ୍ରୟ ଗତ ବର୍ଷ ସମାନ ସମୟ ତୁଳନାରେ ପାଞ୍ଚ ଗୁଣ ବୃଦ୍ଧି ହୋଇଛି। ତଥ୍ୟ ଦର୍ଶାଉଛି ଯେ ଏହି କ୍ରୟ ସହିତ ଭାରତର ମୋଟ ସୁନା ଭଣ୍ଡାର ବର୍ତ୍ତମାନ ୮୮୨ ଟନ୍‌ରେ ପହଞ୍ଚିଛି, ସେଥିମଧ୍ୟରୁ ୫୧୦ ଟନ ଭାରତରେ ଅଛି।
ଡବ୍ଲୁଜିସି କହିଛି ଯେ ଉଦୀୟମାନ ବଜାରର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁନା କିଣିବା ପ୍ରସଙ୍ଗରେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି। ଜାନୁଆରୀ-ଅକ୍ଟୋବର ୨୦୨୪ ମଧ୍ୟରେ ତୁର୍କୀ ଏବଂ ପୋଲାଣ୍ଡ ସେମାନଙ୍କର ସୁନା ଭଣ୍ଡାରକୁ ଯଥାକ୍ରମେ ୭୨ ଟନ ଏବଂ ୬୯ ଟନ ବୃଦ୍ଧି କରିଛନ୍ତି। ଏଥିରେ କୁହାଯାଇଛି, କେବଳ ଏହି ତିନୋଟି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ ସମୁଦାୟ ବିଶ୍ୱସ୍ତରୀୟ ନିଟ କ୍ରୟର ୬୦ ପ୍ରତିଶତ କ୍ରୟ କରିଛନ୍ତି।

ଡିସେମ୍ବର ୪ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟିର ବୈଠକ ଶେଷ ହୋଇଛି। ଏଥର ମଧ୍ୟ ଆରବିଆଇ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ...

ନିର୍ବାଚନ ପୂର୍ବରୁ ଜୀବନରୁ ମାରିଦେବାକୁ ଯୋଜନା, କେଜ୍‌ରିଓ୍ବାଲ କହିଲେ- ‘ଯେଉଁ ଦିନ ଲାଇଫଲାଇନ୍‌ ସରିଯିବ ସେଦିନ…’

ନୂଆଦିଲ୍ଲୀ,୧୫।୧: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ...

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ...

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’...

ସାଧ୍ୱୀ ହର୍ଷାଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, କହିଲେ ଏତେ ସୁନ୍ଦରୀ ହେବାର…

ନୂଆଦିଲ୍ଲୀ,୧୫।୧: ପ୍ରୟାଗରାଜର ମହାକୁମ୍ଭରେ ଚର୍ଚ୍ଚାର ବିଷୟ ପାଲଟିଥିବା ମଡେଲ ଏବଂ ଆଙ୍କର ହର୍ଷା ରିଚାରିଆଙ୍କୁ ନେଇ ଏବେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି। ମହାକୁମ୍ଭ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ...

ସାମ୍ନାକୁ ଆସିଲା ସୁନ୍ଦରୀ ସ୍ବାଧୀ ହର୍ଷାଙ୍କ ସତ! ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri