Posted inଖେଳ

ଟପ୍‌ ଅର୍ଡର ଚିନ୍ତାରେ ଭାରତ

ନୂଆଦିଲ୍ଲୀ,୧୭ା୨(ପି.ଟି):ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହେବ। ଭାରତ ଏହି ମ୍ୟାଚ୍‌ ପାଇଁ ଫେଭରିଟ୍‌ ରହିଥିବା ବେଳେ ଟପ୍‌ ଅର୍ଡର ବ୍ୟାଟିଂକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି। ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରି ଫର୍ମକୁ ଫେରିଥିଲେ ମଧ୍ୟ ଲୋକେଶ ରାହୁଲଙ୍କ ଫର୍ମ ଭାରତୟ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ନାଗପୁରର ଧିମା ଟ୍ରାକ୍‌ରେ ଚମତ୍କାର ଧୈର୍ଯ୍ୟର ପରିଚୟ ଦେଇ ରୋହିତ ଶର୍ମା ଶତକ ହାସଲ କରିଥିଲେ। ତେବେ ଟପ୍‌ ଅର୍ଡରରେ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। ୩ ନେଟ୍‌ ବୋଲର ସୌରଭ କୁମାର, ପୁଲକିତ ନାରଙ୍ଗ ଓ ହ୍ରିତିକ ଶୋକିନଙ୍କୁ କୋହଲି ବୁଧବାର ଖେଳିଥିଲେ। ଭାରତୀୟ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ସେସନ୍‌ ପାଇଁ ପିଚ୍‌ରେ ରଫ୍‌ ମାର୍କ ତିଆରି କରାଯାଇଥିଲା। ତେଣୁ ଦ୍ୱିତୀୟ ଟେଷ୍ଟରେ ନାଥନ ଲିୟନ୍‌ ଓ ଟଡ୍‌ ମର୍ଫିଙ୍କ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।
ରାହୁଲଙ୍କ ପାଇଁ ଶେଷ ସୁଯୋଗ: ନୂଆଦିଲ୍ଲୀ ଟେଷ୍ଟ ଓପନିଙ୍ଗ ବ୍ୟାଟର ଲୋକେଶ ରାହୁଲଙ୍କ ପାଇଁ ଶେଷ ସୁଯୋଗ। ଭାରତୀୟ ଦଳରେ ଓପନିଙ୍ଗ ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଛି। ରେଡ୍‌ ହଟ୍‌ ଫର୍ମରେ ଥିବା ଶୁବମନ ଗିଲ୍‌ଙ୍କୁ ବାଦ୍‌ ଦେଇ ଦଳ ଲୋକେଶ ରାହୁଲଙ୍କୁ ଦଳରେ ସ୍ଥାନ ଦେଇଛି। ରାହୁଲ ଭାରତ ପାଇଁ ୪୬ ଟେଷ୍ଟ ଖେଳି ସାରିଥିବା ବେଳେ ତାଙ୍କର ଆଭରେଜ ମାତ୍ର ୩୪ ରହିଛି। ଦ୍ୱିତୀୟ ଟେଷ୍ଟରେ ବିଫଳ ହେଲେ ରାହୁଲଙ୍କ ପାଇଁ ଭାରତୀୟ ଦଳର ରାସ୍ତା ବନ୍ଦ ହେବାର ସମ୍ଭାବନା ରହିଛି। ଶୁବମାନ ଗିଲ୍‌ଙ୍କ ଅଷ୍ଟ୍ରେଲିଆ ବିପକ୍ଷ ରେକର୍ଡ ଚମତ୍କାର ଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ନ ଦେଲେ ରାହୁଲ ବାଦ୍‌ ପଡିବାର ସମ୍ଭାବନା ଅଧିକ।
ମଧ୍ୟକ୍ରମ ଉପରେ ଗୁରୁତ୍ୱ: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମଧ୍ୟକ୍ରମ ବ୍ୟାଟିଂକୁ ବେଶ୍‌ ପ୍ରଶଂସା କରିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ନିକଟ ଅତୀତରେ ଭାରତୀୟ ଦଳର ଟପ୍‌ ଅର୍ଡର ସଂଘର୍ଷ କରିଥିବା ବେଳେ ଶ୍ରେୟସ ଆୟାର, ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ହିଁ ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ପ୍ରଥମ ଟେଷ୍ଟରେ ମଧ୍ୟ ଜାଡେଜା ଓ ଅକ୍ଷର ପଟେଲ ସମାନ ଦାୟିତ୍ୱ ନିର୍ବାହ କରିଥିଲେ। ଜମଥା ପରି ଧିମା ନ ହେଲେ ମଧ୍ୟ ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍‌ ଧିମା ରହିବ। ଏହା ସହିତ ପୁନର୍ବାର ଭାରତୀୟ ମିଡିଲ ଅର୍ଡର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ଏହି ଷ୍ଟାଡିୟମର ଉଭୟ ପାର୍ଶ୍ୱର ବାଉଣ୍ଡାରି ସାମାନ୍ୟ ଛୋଟ ଥିବାରୁ ବ୍ୟାଟର ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିପାରନ୍ତି।
ଶ୍ରେୟସ ବନାମ ସୂର୍ଯ୍ୟକୁମାର: ୩୧ ଦିନ ଧରି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟରୁ ଦୂରେଇ ରହିବା ପରେ ଶ୍ରେୟସ ଆୟାର ଦଳକୁ ଫେରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ସେ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ତେବେ ପ୍ରତ୍ୟାବର୍ତ୍ତନ ପରେ ତୁରନ୍ତ ୫ ଦିନିଆ ମ୍ୟାଚର କାର୍ଯ୍ୟଭାର ସମ୍ଭାଳିବାରେ ଆୟର ସମର୍ଥ ହେବେ କି ନାହିଁ ତାହା ବଡ ପ୍ରଶ୍ନ ରହିଛି। ଅନ୍ୟ ପକ୍ଷରେ ଯଦି ଆୟର ନ ଖେଳନ୍ତି ତେବେ ସୂର୍ଯ୍ୟକୁମାରଙ୍କୁ ଆଉ ଏକ ସୁଯୋଗ ମିଳିବ।
ପୂଜାରାଙ୍କ ଶତକୀୟ ଟେଷ୍ଟ:
ଭାରତୀୟ ଟେଷ୍ଟ ବ୍ୟାଟିଂର ମେରୁଦଣ୍ଡ ଭାବରେ ବିଗତ ୧୩ ବର୍ଷ ଧରି ଖେଳିଥିବା ଚେତେଶ୍ୱର ପୂଜାରା ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ନିଜର ୧୦୦ ତମ ଟେଷ୍ଟ ଖେଳିବେ। ୧୩ତମ ଭାରତୀୟ ଖେଳାଳି ଭାବରେ ସେ ଏହି ସଫଳତା ହାସଲ କରିବାକୁ ଯାଉଛନ୍ତି। ୯୯ ଟେଷ୍ଟରୁ ୪୪ ଆଭରେଜରେ ୧୯ ଶତକ ଓ ୩୪ ଅର୍ଦ୍ଧଶତକ ସହିତ ୭୦୨୧ ରନ୍‌ ସଂଗ୍ରହ କରିଛନ୍ତି। ଶତକୀୟ ଟେଷ୍ଟରେ ପୂଜାରା କ୍ୟାରିୟରର ବିଂଶତମ ଶତକ ହାସଲ କରିବା ଲକ୍ଷ୍ୟରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri