Posted inଖେଳ

କର ବା ମର ସ୍ଥିତିରେ ଭାରତ: ହାରିଲେ ଟି-୨୦ ବିଶ୍ୱକପ୍‌ରୁ ହେବ ବିଦା

ଚେନ୍ନାଇ,୨୫ା୨(ପି.ଟି.): ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ବଡ଼ ପରାଜୟ ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଟିମ୍‌ ଇଣ୍ଡିଆକୁ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଦରକାର। ତେବେ ଟପ ଅର୍ଡର ବ୍ୟାଟରଙ୍କ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ପୂର୍ବରୁ ଇଶାନ କିଶନ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଘରୋଇ ସିରିଜ୍‌କୁ ଭାରତ ସହଜରେ ଜିତି ନେଇଥିଲା। ହେଲେ ପେଟ ସଂକ୍ରମଣ ହେବା ପରଠାରୁ ଅଭିଷେକଙ୍କ ବ୍ୟାଟିଂ ପ୍ରଭାବିତ ହୋଇଛି। ଧିମା ପିଚ୍‌ ଓ ଅଫ ସ୍ପିନରଙ୍କ କାରଣରୁ ତାଙ୍କଠାରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁନାହିଁ। ସେ ଏପର୍ଯ୍ୟନ୍ତ ୪ ମ୍ୟାଚ୍‌ରେ ୩.୭୫ ଆଭରେଜରେ ମାତ୍ର ୧୫ ରନ କରିଛନ୍ତି। ତାଙ୍କ ବ୍ୟତୀତ ତିଲକ ବର୍ମାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ମଧ୍ୟ ଚିନ୍ତାର କାରଣ ପାଲିଛି। ଅବଶ୍ୟ ସେ ଫର୍ମରେ ଥିବା ଇଶାନ କିଶନଙ୍କୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଯୋଗାଇଛନ୍ତି। କିନ୍ତୁ ପାଓ୍ବରପ୍ଲେରେ ୧୧୮ ଷ୍ଟ୍ରାଇକ୍‌-ରେଟ୍‌ରେ ରନ କରିବା ଦଳକୁ ସହଯୋଗ କରୁ ନାହିଁ। ଅନ୍ୟପକ୍ଷରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟୁର୍ନାମେଣ୍ଟରେ ୧୮୦ ରନ କରିଛନ୍ତି। ହେଲେ ସେ ତାହା ୧୨୭ ଷ୍ଟ୍ରାଇକ-ରେଟ୍‌ରେ କରିଛନ୍ତି, ଯାହାକି ତାଙ୍କ କ୍ୟାରିୟର ଷ୍ଟ୍ରାଇକ୍‌ରେଟ ୧୬୧ଠାରୁ ଖୁବ କମ୍‌। ମଧ୍ୟକ୍ରମରେ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଗତିରେ ରନ କରି ନ ଥିଲେ ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚ୍‌ରେ ସମ୍ମାନଜନକ ସ୍କୋର ଛିଡ଼ା କରିପାରି ନ ଥାନ୍ତା।
ସାମ୍‌ସନ ଫେରିବେ କି
ଟିମ୍‌ ସିଲେକ୍ସନରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ସଞ୍ଜୁ ସାମସନ ଫେରିବେ କି। ଭାରତୀୟ ଦଳର ଟପ୍‌ ଅର୍ଡରରେ ଅଭିଷେକ, ଇଶାନ ଓ ତିଲକଙ୍କ ରୂପେ ୩ ବାମହାତୀ ବ୍ୟାଟର ରହିଛନ୍ତି। ଏଥିଯୋଗୁ ଗତ ମ୍ୟାଚ୍‌ରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ପାଓ୍ବରପ୍ଲେରେ ଅଫ୍‌ ସ୍ପିନରଙ୍କୁ ଲଗାଇଥିଲେ, ଯାହା ଫଳରେ ଭାରତର ରନ ସ୍କୋରିଂ ହାର ହ୍ରାସ ପାଇଥିଲା। ଏଣୁ ସାମସନଙ୍କୁ ସାମିଲ କରିବା ଦ୍ୱାରା ଟପ ଅର୍ଡର ସମସ୍ୟା ଦୂର ହୋଇପାରେ। ହେଲେ କେରଳ ବ୍ୟାଟର ବର୍ତ୍ତମାନ ସେତେ ଭଲ ଫର୍ମରେ ନାହାନ୍ତି। ଜଣେ ସଂଘର୍ଷ କରୁଥିବା ବ୍ୟାଟରଙ୍କୁ କଷ୍ଟକର କାମ କରିବାକୁ ଦେବା ଦଳକୁ ବିପଦରେ ପକାଇପାରେ। ଏଭଳି ପରିସ୍ଥିତିରେ ଟିମ ମ୍ୟାନେଜମେଣ୍ଟ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିପାରେ। ନଂ-୩ରେ ସୂର୍ଯ୍ୟଙ୍କୁ ପଠାଇବା ଦ୍ୱାରା ଟପ୍‌ ଅର୍ଡରରେ ଜଣେ ଡାହାଣହାତୀ ବ୍ୟାଟର ଖେଳିପାରିବ। ଏହି କ୍ଷେତ୍ରରେ ତିଲକ ନଂ-୪ରେ ବ୍ୟାଟିଂ କରିପାରନ୍ତି। ଗତ ମ୍ୟାଚ୍‌ରେ ପ୍ଲେଇଂ ଇଲେଭେନରୁ ବାଦ୍‌ ପଡ଼ିଥିବା ଅକ୍ଷର ପଟେଲ ଏଥର ଦଳକୁ ଫେରିବେ ବୋଲି ଆଶା କରାଯାଉଛି।
ଗ୍ରାଉଣ୍ଡରେ ସର୍ବଦା ସ୍ପିନରଙ୍କୁ ଫାଇଦା ମିଳେ। ହେଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଏକ ବ୍ୟବହୃତ ପିଚ୍‌ରେ ଖେଳାଯିବ, ଯାହାକୁ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବ୍ୟବହାର କରାଯାଇଥିଲା। ପୂର୍ବାହ୍ନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସହଜରେ ୧୮୦ ରନର ଟାର୍ଗେଟକୁ ହାସଲ କରି ନେଇଥିଲା। ଜିମ୍ବାଓ୍ବେ ପାଖରେ ଗ୍ରେମ କ୍ରେମର, ସିକନ୍ଦର ରଜା ଓ ରିଆନ ବର୍ଲଙ୍କ ଭଳି ସ୍ପିନର ଅଛନ୍ତି। ବ୍ଲେସିଂ ମୁଜରବାନି, ରିଚାର୍ଡ ଏନଗରାଭା ଓ ବ୍ରାଡ ଇଭାନ୍ସଙ୍କୁ ନେଇ ଗଠିତ ପେସ ଆଟାକ ଭାରତୀୟ ବ୍ୟାଟିଂ ଲାଇନକୁ କଷ୍ଟକର ପ୍ରଶ୍ନ ପଚାରିପାରେ।
ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ଇଶାନ କିଶନ(ଉଇକେଟକିପର), ତିଲକ ବର୍ମା/ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ଜିମ୍ବାଓ୍ବେ ଦଳ: ବ୍ରିଆନ ବେନେଟ, ତାଦିଓ୍ବାନଶେ ମାରୁମାନି, ରିଆନ ବର୍ଲ, ସିକନ୍ଦର ରଜା, ଡିଅନ ମାୟର୍ସ, ଟୋନି ମୁନୟୋଙ୍ଗା, ତାଶିଙ୍ଗା ମୁସେକିଓ୍ବା, ବ୍ରାଡ ଇଭାନ୍ସ, ଗ୍ରେମ କ୍ରେମର/ଓ୍ବେଲିଂଟନ ମାସ୍‌କାଡଜା, ରିଚାର୍ଡ ଏନଗରଭା, ବ୍ଲେସିଂ ମୁଜରବାନୀ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ମାଆଙ୍କୁ ‘I LOVE U’ ଲେଖି କାହିଁକି ଜୀବନ ହାରିଲେ ୟୁଟ୍ୟୁବର? ଜାଣନ୍ତୁ ଏହା ପଛର କାରଣ

ହାଇଦ୍ରାବାଦ,୨୬।୨: ସୋମବାର (୨୩ ଫେବୃଆରୀ) ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଭଡା ଘରେ (ଆପାର୍ଟମେଣ୍ଟ)ରେ ୨୧ ବର୍ଷୀୟା ୟୁଟ୍ୟୁବର ବୋନୁ କୋମାଲିଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର…

ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଏହି ଦିନ ହେବ…

ଭୁବନେଶ୍ୱର,୨୬।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୬ରେ ଯାଞ୍ଚ…

ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ

ଜେରୁଜେଲମ୍‌,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ…

ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ…

ପୋଲରେ ଝୁଲିପଡ଼ିଲା ବସ୍‌: ପ୍ରାଣ ବିକଳରେ ଯାତ୍ରୀ…

ଅତାବିରା, ୨୬।୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ନଂ ଜାତୀୟ ରାଜପଥର ଅତାବିରାରେ ଏକ ବସ ଦୁର୍ଘଟଣା l ଆଜି ସକାଳ ୮ଟା ସମୟରେ ବଣ୍ଟି ନାମକ ଏକ ଘରୋଇ…

ପନିପରିବା ପାଇଁ ଗଞ୍ଜାମ ଭରସା: କଲରା ୧୦୦, କଞ୍ଚାଲଙ୍କା ୧୧୦

ଦାରିଙ୍ଗବାଡି,୨୬।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ପନିପରିବା ସଙ୍କଟ ବଢିବାରେ ଲାଗିଛି। ପୁର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରୁ ପନିପରିବା ଆସୁଥିବା ବେଳେ ଏବେ ଗଞ୍ଜାମ ଭରସା।…

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri