Posted inଜାତୀୟ

ଗରିବୀରେ ବଞ୍ଚୁଛନ୍ତି ଭାରତର ୫କୋଟି ଶିଶୁ: ୟୁନିସେଫ୍‌

ନୂଆଦିଲ୍ଲୀ,୧୬।୯: ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି।
ବିଶ୍ୱ ବ୍ୟାଙ୍କ ଏବଂ ୟୁନିସେଫ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଭାରତରେ ପ୍ରାୟ ୧୧.୫ପ୍ରତିଶତ ଅର୍ଥାତ୍‌ ୫.୨କୋଟି ଶିଶୁ ଗରିବୀରେ ବଞ୍ଚୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷକରୁ କମ ପିଲାମାନଙ୍କ ମଧ୍ୟରେ ଦାରିଦ୍ର୍ୟ ହାର ସର୍ବାଧିକ। ଏହି ତାଲିକାରେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍‌ ବର୍ଷର ପ୍ରାୟ ୧୮.୩ ପ୍ରତିଶତ ଅର୍ଥାତ୍‌ ୯.୯ କୋଟି ଶିଶୁ ଦାରିଦ୍ରତାରେ ବଞ୍ଚୁଛନ୍ତି।

ବିଶ୍ୱରେ ସର୍ବାଧିକ ଦରିଦ୍ରରେ ବଞ୍ଚୁଥିବା ଲୋକଙ୍କ ମଧ୍ୟରେ ୫୨.୫ ପ୍ରତିଶତ ଶିଶୁ ଅଛନ୍ତି। ଗରିବୀରେ ଜୀବନ ବିତାଉଥିବା ପ୍ରତି ଦୁଇଟି ମଣିଷ ମଧ୍ୟରେ ଗୋଟିଏ ଶିଶୁ ରହିଛନ୍ତି। ଅଧ୍ୟୟନ ଅନୁଯାୟୀ, ୨୦୧୩ରେ ଏହି ସଂଖ୍ୟା ୪୭.୩ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୫୨.୫ପ୍ରତିଶତକୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ବୟସ୍କଙ୍କ ତୁଳନାରେ ଶିଶୁମାନେ ଅଧିକ ଗରିବୀରେ ବଞ୍ଚୁଛନ୍ତି। ୨୦୨୨ରେ ସର୍ବଭାରତୀୟ ସ୍ତରରେ କରାଯାଇଥିବା ଅଧ୍ୟୟନରେ ଜଣାପଡିଛି କି, ଗୋଟିଏ ଗରିବ ପରିବାରରେ ବୟସ୍କଙ୍କ ସଂଖ୍ୟା ୬.୬ପ୍ରତିଶତ ହୋଇଥିବାବେଳେ ସେହି ପରିବାରରେ ଶିଶୁଙ୍କ ସଂଖ୍ୟା ୧୫.୯ପ୍ରତିଶତ। ପିଲାମାନଙ୍କର ଶାରୀରିକ, ସାମାଜିକ ଏବଂ ଭାବଗତ ବିକାଶ ଉପରେ ଦାରିଦ୍ର୍ୟତାର ଅଧିକ ପ୍ରଭାବ ପଡୁଛି। ଯାହାଦ୍ୱାରା ଶିଶୁଙ୍କର ଆୟୁଷ ମଧ୍ୟ କମୁଛି ବୋଲି ରିପୋର୍ଟରେ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସହକର୍ମୀଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ସରକାରୀ କର୍ମଚାରୀ, ଅଶ୍ଳୀଳ ଭିଡିଓ କରି କରୁଥିଲେ…

ଲକ୍ଷ୍ନୌ,୫।୧: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା...

ପାଇପଲାଇନରୁ ONGC ଗ୍ୟାସ ଲିକ୍: ଅନେକ ସ୍ଥାନରେ ଲାଗିଲା ନିଆଁ, ଖାଲି ହେଲା ଗାଁ

ନୂଆଦିଲ୍ଲୀ,୫।୧: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍...

ସରକାରଙ୍କ ସହ ଆଲୋଚନା ବିଫଳ: ବଡ ନିଷ୍ପତ୍ତି ନେଲେ ମିଲର, ମୁଣ୍ଡରେ ହାତ ଦେଲେ ଚାଷୀ

ଭୁବନେଶ୍ୱର,୫ା୧: ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର...

ଜନଜାତି ସମ୍ମେଳନ: ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ଆରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ଗାଁରେ ଗୁଳିମାଡ଼ କଲେ ପ୍ରେମିକ, ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ…

ମୋହନା୫ା୧( ମନ୍ମଥ ମିଶ୍ର ): ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri