ଆଗାମୀ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ସକରାତ୍ମକ ହେବ: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୪।୧୨: ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ ବୋଲି ଆଶା କରାଯାଉଥିବା ଆରବିଆଇ ଗଭନର୍ର୍ର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ,ଦେଶର ଅର୍ଥନୀତି ବର୍ତ୍ତମାନ କରୋନା ସଙ୍କଟରୁ ମୁକ୍ତି ପାଇଛି। ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ। ଆରବିଆଇ ଆସନ୍ତା ତ୍ରୈମାସିକ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ ୦.୧୦ ପ୍ରତିଶତକୁ ବୃଦ୍ଧି କରିଛି। ଏଥି ସହିତ ଚତୁର୍ଥ ତ୍ରୈମାସିକ ଅର୍ଥାତ୍‌ ଜାନୁଆରୀ-ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ୦.୭୦ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ତଥାପି, ସମଗ୍ର ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି -୭.୫ ପ୍ରତିଶତ ହୋଇପାରେ। ସେ କହିଛନ୍ତି ଯେ ଆର୍ଥିକ ଅଭିବୃଦ୍ଧି ପୁନରୁଦ୍ଧାର ଭାରତ ସରକାରଙ୍କ ଦ୍ୱାରା ସହାୟତା ପ୍ୟାକେଜରୁ ଆସିଛି। ଆରବିଆଇ ମନିଟାରୀ ପଲିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏହି ସୂଚନା ଦେଇଛନ୍ତି। ଅର୍ଥବ୍ୟବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି ବୋଲି ଆରବିଆଇ ସଂକେତ ଦେଇଛି। ଏହାସହ ରେପୋ ରେଟ ଏବଂ ରିଭର୍ସ ରେପୋ ରେଟ ବି ଅପରିବର୍ତ୍ତିତ ରହିଛି। ରେପୋ ରେଟ ଏବେ ୪ ପ୍ରତିଶତ ରହିଛି। ରିଭର୍ସ ରେପୋ ରେଟ ୩.୩୫ପ୍ରତିଶତ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋରାଲ ପୋଲିସିଂକୁ ଅନୁମତି ନାହିଁ, ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୩୦।୧ : ଦୁଇ ସାବାଳକ ନିଜ ପସନ୍ଦର ବିବାହ କରିପାରିବେ। ଏକ୍ଷେତ୍ରରେ ମୋରଲ ପୋଲିସିଂକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କ ଦାମ୍ପତ୍ୟ ଜୀନରେ କେହି...

କଳାଧନ ନେଇ ଏଚ୍‌ଏସ୍‌ବିସି ତାଲିକା;ଏନ୍‌ଆର୍‌ଆଇ ମାନ୍ୟତାକୁ ଢ଼ାଲ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୯-୫: ଏଚ୍‌ଏସ୍‌ବିସିସ ତାଲିକାରେ ସାମିଲ ହୋଇଥିବା ଧନୀ ଭାରତୀୟ ଜରିମାନା ଏବଂ ସମ୍ଭବତଃ ମକଦ୍ଦମାରୁ ନିଜକୁ ରକ୍ଷା କରିବା ଲାଗି ଏବେ ନିଜର ଏନ୍‌ଆର୍‌ଆଇ ମାନ୍ୟତା(ପ୍ରବାସୀ...

ଜାମିଆ ଗୁଳିକାଣ୍ଡ ଭଳି କାର୍ଯ୍ୟକୁ ସହ୍ୟ କରାଯିବନି : ଶାହ

ନୂଆଦିଲ୍ଲୀ,୩୦।୧: ଜାମିଆ ଗୁଳିକାଣ୍ଡ ଭଳି ଘଟଣାକୁ କେବେ ବି ସହ୍ୟ କରାଯିବନି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ...

ସୁନା @ ୩୮,୮୨୦ ଟଙ୍କା

ନୂଆଦିଲ୍ଲୀ,୨୨।୮: ସୁନା ଓ ରୁପା ଦର କ୍ରମାଗତ ରେକର୍ଡ କରିଚାଲିଛି। ଦୈନିକ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍‌ କରୁଛି। ବୁଧବାର ବଜାର ବନ୍ଦ ହେବା...

ଗତ ୨୪ ଘଣ୍ଟାରେ ୧୦ ରାଜ୍ୟରେ ଚିହ୍ନଟ ହୋଇ ନାହାଁନ୍ତି କୌଣସି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନୂଆ...

ଏଲ୍‌ଆଇସି-ଭାରତୀୟ ଡାକ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୨୯ା୯ – ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଏବଂ ଡାକ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରିଣ୍ଟ ଟୁ ପୋଷ୍ଟ ସଲ୍ୟୁଶନ ପାଇଁ...

ହର୍ନ ମାରିଲେ ଗଣିବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ,୨୫ା୧୨- ଏଣିକି ହର୍ନ ମାରିଲେ ମଧ୍ୟ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ତେବେ ଏହି ନିୟମ ପୂରା ଦେଶରେ ଲାଗୁ ହୋଇ ନାହିଁ। ଦିଲ୍ଲୀରେ...

୮ ବର୍ଷ ହେଲା ଖୋଜୁଥିଲା ପୋଲିସ: ହସ୍ପିଟାଲରେ ମୃତାବସ୍ଥାରେ ମିଳିଲା ଆସାମୀ

ନୂଆଦିଲ୍ଲୀ, ୨୭।୬: ଦୀର୍ଘ ୮ ବର୍ଷ ଧରି ଜଣେ ହତ୍ୟାକାରୀକୁ କ୍ରାଇମବ୍ରାଞ୍ଚ ପୋଲିସ ଖୋଜୁଥିଲା। ହତ୍ୟାକାରୀ ବିଷୟରେ ସନ୍ଧାନ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର...

Advertisement
Archives

Model This Week