Posted inଫୁରସତ

ମାତ୍ର ୯ ବର୍ଷରେ ବିବାହ କରିଥିଲେ ଦେଶର ପ୍ରଥମ ମହିଳା ଡାକ୍ତର

ଜୁଲାଇ ୧, ଅର୍ଥାତ୍‌ ଆଜି ପାଳନ କରାଯାଉଛି ଡାକ୍ତର ଦିବସ। କରୋନା ଭଳି ମହାମାରୀରୁ ଲୋକଙ୍କୁ ବଞ୍ଚାଇବାରେ ଡାକ୍ତରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଦେଶ ତାଙ୍କୁ ସଲାମ କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। ଏହି ଅବସରରେ ଦେଶର ପ୍ରଥମ ମହିଳା ଡାକ୍ତର ଆନନ୍ଦୀ ଗୋପାଳ ଯୋଶୀଙ୍କ କଥା ମନେ ପଡିଯାଏ। ଯେତେବେଳେ ଆନନ୍ଦୀ ଡାକ୍ତର ହୋଇ ବିଦେଶରୁ ଫେରିଥିଲେ ସେତେବେଳେ ଦେଶରେ ମହିଳାମାନଙ୍କୁ ପାଠପଢା ପାଇଁ ଅନୁମତି ଦିଆଯାଉ ନ ଥିଲା।
ପୁଣେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ଆନନ୍ଦିବାଇ ମାତ୍ର ୯ ବର୍ଷରେ ୨୫ ବର୍ଷୀୟ ଗୋପାଳରାଓ ଯୋଶୀଙ୍କୁ ବିବାହ କରିଥିଲେ। ଗୋପାଳରାଓ ଆନନ୍ଦୀଙ୍କୁ ବିବାହବେଳେ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ସେ ପଢିବେ। ବିବାହବେଳେ ଆନନ୍ଦୀଙ୍କୁ ଅକ୍ଷର ଜ୍ଞାନ ମଧ୍ୟ ନ ଥିଲା। ପରେ ଗୋପାଳ ତାଙ୍କୁ କ, ଖ, ଗ, ଘ.. ଶିଖାଇଥିଲେ। ଆନନ୍ଦୀଙ୍କ ପାଠପଢାରେ ଆଦୌ ରୁଚି ନ ଥିଲା। ସେ ଭାବୁଥିଲେ ପାଠପଢିଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବ। କିନ୍ତୁ ଗୋପାଳ ତାଙ୍କୁ ରାଗିକି ପାଠ ପଢାଉଥିଲେ। ଜୀବନରେ ଗୋଟିଏ ଝଟ୍‌କା ତାଙ୍କ ମା’ ହେବାକୁ ପ୍ରେରିତ କରିଥିଲା। ମାତ୍ର ୧୪ ବର୍ଷର ଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ସନ୍ତାନ ଜନ୍ମର ୧୦ ଦିନ ମଧ୍ୟରେ ସେ ନବଜାତକଙ୍କୁ ହରାଇଥିଲେ। ଏହା ତାଙ୍କ ପାଇଁ ବଡ ଆଘାତ ଥିଲା। ସେଦିନ ହିଁ ସେ ପଣ କରିଥିଲେ ଦିନେ ଡାକ୍ତର ହେବେ। ଏହାପରେ ସେ ପାଣିଜାହାଜରେ ଆମେରିକା ଯାଇଥିଲେ। ୧୯ ବର୍ଷରେ ସେ ଏମ୍‌ଡି ଡିଗ୍ରୀ ହାସଲ କରି ଭାରତ ଫେରିଥିଲେ। ୨୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିମାନରେ ୧୯୫ ଦେଶ ବୁଲିଛନ୍ତି ଏହି ବ୍ୟକ୍ତି, ତାଙ୍କ ଭ୍ରମଣ କାହାଣୀ ଶୁଣିଲେ ହେବେ ଚକିତ

ଡେନମାର୍କର ଟୋର୍‌ବର୍ନ ପେଡର୍ସନ ଏକ ସଫଳତା ହାସଲ କରିଛନ୍ତି। ଯାହା ଅଧିକାଂଶ ଲୋକ କେବଳ ସ୍ବପ୍ନରେ ଭାବିଥାନ୍ତି। ସେ ଗୋଟିଏ ବି ବିମାନ ନ ନେଇ...

ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ ମହିଳା, ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚାଇନାର ଜଣେ ୩୦ ବର୍ଷୀୟା ମହିଳା ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ। ଏଥିପାଇଁ ସେ ଡାକ୍ତରଙ୍କ ନିକଟକୁ ପରୀକ୍ଷା କରାଇବାକୁ ଯାଇଥିଲେ। ଯାଞ୍ଚ...

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା...

ନିର୍‌ମା ଗର୍ଲ

ଓ୍ବାଶିଂ ପାଉଡର୍‌ ନିର୍‌ମା… ବିଜ୍ଞାପନଟି ସମସ୍ତେ ଦେଖିଥିବେ। ଯାହାର ସୁନ୍ଦର ଜିଙ୍ଗଲ୍‌ ଏବଂ ପ୍ୟାକେଟ୍‌ରେ ଥିବା ଫ୍ରକ ପିନ୍ଧା କୁନି ଝିଅର ଫଟୋ ତ ଆଜିଯାଏ...

ଜମିରେ ଜୀବନ

ଜାଲନା: କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଭାରତ। ମହାମାରୀ ପାଲଟିଥିବା ଏହି ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଥିବାବେଳେ ଏହାକୁ ଅଟକାଇବା ଲାଗି...

‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ଏହି କାରଣ ଲାଗି ଗାଁରୁ ହୋଇଥିଲେ ବିତାଡ଼ିତ

ଯେକୌଣସି କାର୍ଯ୍ୟକ୍ରମ ହେଉ କି ଧାର୍ମିକ ଅନୁଷ୍ଠାନ। ପ୍ରାରମ୍ଭରେ ‘ଓମ୍‌ ଜୟ ଜଗଦୀଶ ହରେ’ ଆରତି ଅବଶ୍ୟ ଗାନ କରାଯାଇଥାଏ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ରର...

ହଠାତ୍‌ ଚାଲିଗଲା ବିଦ୍ୟୁତ୍‌, ପ୍ରେମିକାଙ୍କୁ ପ୍ରପୋଜ କରିବା ବଦଳରେ ପ୍ରେମିକ କଲେ ଏମିତି କାମ

ଜଣେ ପ୍ରେମିକ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ପାଇଁ ଗୋଲାପ ଫୁଲ ଧରି ପହଞ୍ଚିଥିଲେ। ଠିକ୍‌ ସେହି ସମୟରେ ବିଦ୍ୟୁତ୍‌ ଚାଲିଗଲା। ପରେ ଯାହା ଘଟିଲା ଜାଣିଲେ...

ପୁଟିନଙ୍କ ସହିତ ସୈନ୍ୟ ପୋଷାକରେ ଥିବା ମହିଳା ଜଣକ କିଏ ? ସୋସିଆଲ ମିଡ଼ିଆରେ ଭାଇରାଲ…

ମସ୍କୋ,୨।୧ : ଜଣେ ମହିଳା ପ୍ରାୟତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦେଖାଯାଇଥାନ୍ତି। ଏହି ରହସ୍ୟମୟୀ ମହିଳାଙ୍କୁ ନେଇ ରୁଷିଆରେ ଏକ ପୃଥକ ବିତର୍କ...

Advertisement
Archives

Model This Week