Posted inଫୁରସତ

ମାତ୍ର ୯ ବର୍ଷରେ ବିବାହ କରିଥିଲେ ଦେଶର ପ୍ରଥମ ମହିଳା ଡାକ୍ତର

ଜୁଲାଇ ୧, ଅର୍ଥାତ୍‌ ଆଜି ପାଳନ କରାଯାଉଛି ଡାକ୍ତର ଦିବସ। କରୋନା ଭଳି ମହାମାରୀରୁ ଲୋକଙ୍କୁ ବଞ୍ଚାଇବାରେ ଡାକ୍ତରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଦେଶ ତାଙ୍କୁ ସଲାମ କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। ଏହି ଅବସରରେ ଦେଶର ପ୍ରଥମ ମହିଳା ଡାକ୍ତର ଆନନ୍ଦୀ ଗୋପାଳ ଯୋଶୀଙ୍କ କଥା ମନେ ପଡିଯାଏ। ଯେତେବେଳେ ଆନନ୍ଦୀ ଡାକ୍ତର ହୋଇ ବିଦେଶରୁ ଫେରିଥିଲେ ସେତେବେଳେ ଦେଶରେ ମହିଳାମାନଙ୍କୁ ପାଠପଢା ପାଇଁ ଅନୁମତି ଦିଆଯାଉ ନ ଥିଲା।
ପୁଣେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ଆନନ୍ଦିବାଇ ମାତ୍ର ୯ ବର୍ଷରେ ୨୫ ବର୍ଷୀୟ ଗୋପାଳରାଓ ଯୋଶୀଙ୍କୁ ବିବାହ କରିଥିଲେ। ଗୋପାଳରାଓ ଆନନ୍ଦୀଙ୍କୁ ବିବାହବେଳେ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ସେ ପଢିବେ। ବିବାହବେଳେ ଆନନ୍ଦୀଙ୍କୁ ଅକ୍ଷର ଜ୍ଞାନ ମଧ୍ୟ ନ ଥିଲା। ପରେ ଗୋପାଳ ତାଙ୍କୁ କ, ଖ, ଗ, ଘ.. ଶିଖାଇଥିଲେ। ଆନନ୍ଦୀଙ୍କ ପାଠପଢାରେ ଆଦୌ ରୁଚି ନ ଥିଲା। ସେ ଭାବୁଥିଲେ ପାଠପଢିଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବ। କିନ୍ତୁ ଗୋପାଳ ତାଙ୍କୁ ରାଗିକି ପାଠ ପଢାଉଥିଲେ। ଜୀବନରେ ଗୋଟିଏ ଝଟ୍‌କା ତାଙ୍କ ମା’ ହେବାକୁ ପ୍ରେରିତ କରିଥିଲା। ମାତ୍ର ୧୪ ବର୍ଷର ଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ସନ୍ତାନ ଜନ୍ମର ୧୦ ଦିନ ମଧ୍ୟରେ ସେ ନବଜାତକଙ୍କୁ ହରାଇଥିଲେ। ଏହା ତାଙ୍କ ପାଇଁ ବଡ ଆଘାତ ଥିଲା। ସେଦିନ ହିଁ ସେ ପଣ କରିଥିଲେ ଦିନେ ଡାକ୍ତର ହେବେ। ଏହାପରେ ସେ ପାଣିଜାହାଜରେ ଆମେରିକା ଯାଇଥିଲେ। ୧୯ ବର୍ଷରେ ସେ ଏମ୍‌ଡି ଡିଗ୍ରୀ ହାସଲ କରି ଭାରତ ଫେରିଥିଲେ। ୨୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri