Posted inଜାତୀୟ

୧୬୧ ର଼୍ୟାଙ୍କ୍‌କୁ ଖସିଲା ଭାରତ

ନୂଆଦିଲ୍ଲୀ, ୪ା୫: ୨୦୨୩ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ୧୬୧ତମ ସ୍ଥାନକୁ ଖସିଛି। ମୋଟ ୧୮୦ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ବିଶ୍ୱ ଗଣମାଧ୍ୟମ ଉପରେ ନଜର ରଖିଥିବା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର (ଆର୍‌ଏସ୍‌ଏଫ୍‌)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଗଣମାଧ୍ୟମ ସ୍ବାଧୀନତାରେ ପାକିସ୍ତାନ ୧୫୦ ର଼୍ୟାଙ୍କରେ ଥାଇ ଭାରତ ତୁଳନାରେ ଭଲ ସ୍ଥିତି ରହିଛି। ଗତବର୍ଷ ଭାରତ ୧୫୦ତମ ସ୍ଥାନରେ ରହିଥିଲା। ବିଶ୍ୱ ଗଣମାଧ୍ୟମ ସ୍ବାଧୀନତାରେ ଶ୍ରୀଲଙ୍କା ଚଳିତ ବର୍ଷ ୧୩୫ତମ ସ୍ଥାନରେ ରହିଛି, ଗତବର୍ଷ ଏହା ୧୪୬ତମ ସ୍ଥାନରେ ରହିଥିଲା। ନରଓ୍ବେ, ଆୟର୍ଲାଣ୍ଡ, ଡେନ୍‌ମାର୍କ ପ୍ରେସ୍‌ ସ୍ବାଧୀନତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଭିଏଟ୍‌ନମା, ଚାଇନା ଏବଂ ଉତ୍ତର କୋରିଆ ତାଲିକାର ସବାତଳେ ଅଛନ୍ତି। ଆର୍‌ଏସ୍‌ଏଫ୍‌ ପ୍ରତିବର୍ଷ ପ୍ରେସ୍‌ ସ୍ବାଧୀନତାର ବିଶ୍ୱ ର଼୍ୟାଙ୍କିଂ ପ୍ରସ୍ତୁତ କରିଥାଏ। ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ତଳକୁ ଖସିବାକୁ ନେଇ ଇଣ୍ଡିଆ ଓ୍ବମେନ୍ସ ପ୍ରେସ୍‌ କର୍ପସ୍‌, ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ ଆସିସିଏଶନ ଉଦ୍‌ବେଗ ପ୍ରକାଶ କରିବା ସହ ମିଳିତ ବିବୃତି ଜାରି କରିଛନ୍ତି। ଭାରତ ସମେତ ବିଭିନ୍ନ ଦେଶରେ ପ୍ରେସ୍‌ ସ୍ବାଧୀନତା ନିମ୍ନଗାମୀ ହୋଇଥିବା ଆର୍‌ଏସ୍‌ଏଫ୍‌ ରିପୋର୍ଟରେ କୁହାଯାଇଛି। ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ବିକାଶଶୀଳ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅସମାନତା ଜାରି ରହିଥିବାବେଳେ ଗଣମାଧ୍ୟମର ଭୂମିକାକୁ ନୂ୍ୟନ ଦର୍ଶାଯାଇପାରିବ ନାହିଁ। ପ୍ରେସ୍‌ ସ୍ବାଧୀନତାକୁ ଅସୁରକ୍ଷିତ କାର୍ଯ୍ୟ ସ୍ଥିତିର କୌଣସି ଅବଦାନ ରହିପାରିବ ନାହିଁ ବୋଲି ଆର୍‌ଏସ୍‌ଏଫ୍‌ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri