Posted inଜାତୀୟ

ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ

ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୨୨୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିବାବେଳେ ସେଥିରୁ ୭୦ ନିୟୁତ ଟନ୍‌ ପରିବେଶ ପ୍ରଦୂଷଣର କାରଣ ହେବ ବୋଲି ପ୍ଲାଷ୍ଟିକ୍‌ ଓଭରଶୁଟ୍‌ ଡେ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦ୍ରୁତ ବିକାଶଶୀଳ ଦକ୍ଷିଣ ଏସୀୟ ରାଷ୍ଟ ଭାରତରେ ମୁଣ୍ଡପିଛା ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ବିଶ୍ୱରେ କମ୍‌। ତେବେ ବିଶ୍ୱର ୬୦ ପ୍ରତିଶତ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ବିଫଳତା ପାଇଁ ଦାୟୀ ୧୨ ଦେଶ ମଧ୍ୟରେ ଭାରତ ରହିଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। କାନାଡାର ଓଟ୍ଟାଓ୍ବାରେ ଜାତିସଂଘ ଆନ୍ତଃସରକାରୀ ବୁଝାମଣା କମିଟି (ଆଇଏନ୍‌ସି)ର ଚତୁର୍ଥ ବୈଠକ ବସିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ କୁପରିଚାଳନା ପାଇଁ ଦାୟୀ ୧୨ ଦେଶ ହେଲେ ଚାଇନା, ଭାରତ, ରୁଷିଆ, ବ୍ରାଜିଲ, ମେକ୍ସିକୋ, ଭିଏଟ୍‌ନାମ, ଇରାନ, ଇଣ୍ଡୋନେସିଆ, ଇଜିପ୍ଟ, ପାକିସ୍ତାନ, ଆମେରିକା ଏବଂ ତୁର୍କୀ।
ଭାରତର ମୁଣ୍ଡପିଛା ବାର୍ଷିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ୮ କେଜି ହୋଇଥିବାବେଳେ ଚଳିତ ବର୍ଷ ଦେଶର କୁପରିଚାଳିତ ବର୍ଜ୍ୟ ପରିମାଣ ୭.୪ ନିୟୁତ ଟନ୍‌ରେ ପହଞ୍ଚତ୍ବା ଆଶଙ୍କା କରାଯାଉଛି, ଯାହାକି ବହୁତ ବେଶୀ। ଅନ୍ୟପକ୍ଷରେ ଏହା ଚାଇନାର କୁପରିଚାଳିତ ପ୍ଲାଷ୍ଟିକ୍‌ ବର୍ଜ୍ୟର ଏକ-ପଞ୍ଚମାଂଶରୁ କମ୍‌ ହୋଇଥିବାବେଳେ ଆମେରିକାର ଏକ-ତୃତୀୟାଂଶରୁ କମ୍‌ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଭାରତ ପରିବେଶକୁ ହାରାହାରି ୩,୯୧,୮୭୯ ଟନ୍‌ ମାଇକ୍ରୋପ୍ଲାଷ୍ଟିକ୍‌ ଛାଡ଼ିବାକୁ ଥିବାବେଳେ ଜଳସ୍ରୋତକୁ ୩୧,୪୮୩ ଟନ୍‌ ରାସାୟନିକ ଉପାଦାନ ଛାଡ଼ିବ ବୋଲି ଆକଳନ କରାଯାଇଛି।
ବେଲ୍‌ଜିୟମରେ ମୁଣ୍ଡ ପିଛା ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୧୪୭.୭ କିଲୋଗ୍ରାମ, ଯାହା ଭାରତୀୟଙ୍କ ତୁଳନାରେ ୧୬ ଗୁଣା ଅଧିକ। କୁପରିଚାଳିତ ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଓମାନ ଶୀର୍ଷରେ ରହିଛି। ସେଠାରେ ୨୦୨୪ରେ ମୁଣ୍ଡପିଛା କୁପରିଚାଳିତ ପ୍ଲାଷ୍ଟିକ୍‌ ପରିମାଣ ୧୧୧ କେଜି ହେବ ବୋଲି ଆକଳନ କରାଯାଇଛି। ଏହା ନରଓ୍ବେର ମୁଣ୍ଡପିଛା କୁପରିଚାଳିତ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣର ୩୦ ଗୁଣ। ସେହି ଅନୁଯାୟୀ ଦେଖିଲେ ଭାରତ ୧୨ ଦେଶ ମଧ୍ୟରେ ସବୁଠୁ ତଳେ ରହିଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ସାମର୍ଥ୍ୟ ବାହାରକୁ ଚାଲିଯାଇଥିବା ଅଞ୍ଚଳରେ ବିଶ୍ୱ ଜନସଂଖ୍ୟାର ଅଧା ରହୁଥିବା ରିପୋର୍ଟରେ କୁହାଯାଇଛି। ଏପ୍ରିଲ ୨୩ରେ ଭାରତ ପ୍ଲାଷ୍ଟିକ୍‌ ଓଭରଶୁଟ୍‌ ଡେ’ରେ ପହଞ୍ଚତ୍ବାକୁ ଯାଉଛି, ଅର୍ଥାତ୍‌ ଏହାର ବର୍ଜ୍ୟ ପରିଚାଳନା ବ୍ୟବସ୍ଥାଠାରୁ ବର୍ଜ୍ୟ ଉତ୍ପାଦନ ଅଧିକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri