Posted inଖେଳ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି୨୦ ଆଜି:ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୨୫।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଆହତ ସମସ୍ୟାରୁ ମୁକୁଳିବାପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ମ୍ୟାଚରେ ସୁଯୋଗ ପାଇ ନ ଥିଲେ। ଫଳରେ ତାଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠିଥିଲା। ପ୍ରଥମ ଟି୨୦ରେ ଭାରତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୭ ଉଇକେଟରେ ସହଜ ବିଜୟ ହାସଲ କରିଥିଲା। ଦ୍ୱିତୀୟ ଟି୨୦ରେ ମଧ୍ୟ ସେହିପ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ଘରୋଇ ଦଳ। ଏପରିସ୍ଥିତିରେ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉଛନ୍ତି କି ନାହିଁ ତା ଉପରେ ନଜର ରହିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀଲାଭ କରିଛି।
୩୪ ବର୍ଷୀୟ ଶାମି ନେଟ୍ସରେ ଯେପରି ଆକ୍ଟିଭ ଥିଲେ ପ୍ରଥମ ଟି୨୦ରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ତାହା ହୋଇ ନ ଥିଲା। କୋଲକାତା ମ୍ୟାଚରେ ଭାରତ ତାଙ୍କ ଅନୁପସ୍ଥିତି ମଧ୍ୟ ଅନୁଭବ କରି ନ ଥିଲା। ଅର୍ଶଦୀପ ସିଂ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାବେଳେ ମିଡିଲ ଅର୍ଡରରେ ବରୁଣ ଚକ୍ରବର୍ତ୍ତୀ ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ଶାମି ଯଦି ସ୍ଥାନ ପାଆନ୍ତି ତେବେ ନୀତୀଶ କୁମାର ରେଡ୍ଡୀଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଚେପକ୍‌ରେ ପିଚ୍‌ ସ୍ପିନରଙ୍କୁ ସୁହାଇବା ସମ୍ଭାବନା ରହିଛି। ଅତୀତରେ ମଧ୍ୟ ତାହା ହୋଇଛି। ଏପରିସ୍ଥଳେ ବରୁଣ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇଙ୍କୁ ନେଇ ଭାରତୀୟ ଲାଇନ୍‌ଅପ୍‌ରେ କ୍ୱାଲିଟି ଏବଂ ଭେରାଇଟି ଥିବାରୁ ଇଂଲଣ୍ଡ ପୁଣି ଅସୁବିଧାରେ ପଡ଼ିପାରେ। ଇଂଲଣ୍ଡ କ୍ଷେତ୍ରରେ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇବାପାଇଁ ହେଲେ ଅଭିଜ୍ଞ ଆଦିଲ ରଶିଦ ଓ ଲିଆମ ଲିଭିଂଷ୍ଟୋନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଥମ ଟି୨୦ରେ ଜୋଫ୍ରା ଆର୍ଚରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଇଂଲଣ୍ଡ ଦ୍ରୁତ ବୋଲର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ପ୍ରଭାବୀ ହୋଇ ପାରି ନ ଥିଲେ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପୁଣି ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଫର୍ମକୁ ଫେରିବା ଆବଶ୍ୟକ ହେଉଛି।
ଚେପକ୍‌ ପିଚ୍‌କୁ ଦୃଷ୍ଟିରେ ରଖି ଇଂଲଣ୍ଡ ଯୁବ ଲେଗ୍‌ ସ୍ପିନର ରେହନ ଅହମଦଙ୍କୁ ଦଳରେ ନେବାକୁ ଚିନ୍ତା କରିପାରେ। ଏହା ବ୍ୟତୀତ ଗସ୍‌ ଆଟକିନସନଙ୍କ ସ୍ଥାନରେ ଡାହାଣହାତୀ ପେସର ବ୍ରେଡନ କର୍ସଙ୍କୁ ଦଳରେ ସାମିଲ ସାମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସନ୍ଧ୍ୟା ୬:୩୦ରେ ହେବ। ଏହି ସିରିଜର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟସ ପାଖରେ ଅଛି। ସିରିଜର ପ୍ରଥମ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଉପଲବ୍ଧ ହେବ। Disney+ Hostar ରେ ଅନଲାଇନରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?