ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌ କୋଟି କୋଟି ଟଙ୍କାର ଅଟେ। କିପରି ଲୋକମାନେ କେବଳ କେଶ ବିକ୍ରୟ କରି ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ କେଉଁ ସ୍ଥାନରେ ଏହି କେଶଗୁଡିକ ବ୍ୟବହାର କରାଯାଉଛି ଆସନ୍ତୁ ଜାଣିବା।

କେଶ ମହିଳା ଏବଂ ପୁରୁଷଙ୍କ ସୌନ୍ଦର୍ଯ୍ୟର ପ୍ରତୀକ ଅଟେ। କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱରେ ସର୍ବାଧିକ ପରିମାଣର କେଶ ରପ୍ତାନି ଭାରତରୁ କରାଯାଏ। ବିଶ୍ୱ ବଜାରରେ ଭାରତୀୟ କେଶର ଚାହିଦା ଅଧିକ। କେବଳ ଏତିକି ନୁହେଁ, ଆମ ଦେଶ ହେଉଛି ବିଶ୍ୱର ସବୁଠାରୁ ବଡ କେଶ ରପ୍ତାନୀକାରୀ। ଏହାର କାରଣ ହେଉଛି ଭାରତର ଲୋକମାନଙ୍କର କେଶ ପତଳା ଏବଂ ଅନ୍ୟାନ୍ୟ ଦେଶର ଲୋକମାନଙ୍କର କେଶ ମୋଟା।

ଭାରତରେ କେଶ ବ୍ୟବସାୟ କୋଟି କୋଟି ଟଙ୍କାର ଅଟେ। ସାରା ବିଶ୍ୱର ଲୋକମାନେ ଭାରତୀୟ ମହିଳାଙ୍କ କେଶକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। ତେଣୁ ସବୁଠି ଏହାର ଚାହିଦା ଅଧିକ। ଭାରତୀୟଙ୍କ କେଶ ଚୀନ, ମାଲେସିଆ, ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ବର୍ମାକୁ ପଠାଯାଏ । ଭାରତର ମନ୍ଦିରଗୁଡିକୁ ଦାନ କରାଯାଇଥିବା କେଶ ମଧ୍ୟ ବିଶ୍ୱର କୋଣ ଅନୁକୋଣକୁ ରପ୍ତାନି ହୁଏ। କେଶ ବ୍ୟବସାୟରେ, କେଶର ଏକ ବଡ଼ ଅଂଶ ମନ୍ଦିରରୁ ଆସିଥାଏ। ଏହା ବ୍ୟତୀତ, ମହିଳାମାନଙ୍କର ସାଧାରଣ ନିତ୍ୟକର୍ମରେ, ମୁଣ୍ଡରୁ ଉପୁଡି ଯାଉଥିବା କେଶ କିମ୍ବା ସେଲୁନରେ କାଟି ଦିଆଯାଇଥିବା କେଶ ମଧ୍ୟ ବିକ୍ରୟ ପାଇଁ ବ୍ୟବହୃତ ହୁଏ।

ସେହିପରି ସାରା ବିଶ୍ୱରେ ୱିଗ୍‌ଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଉଛି । କ୍ୟାନସର ରୋଗୀଙ୍କ ପାଇଁ ଏହା ସବୁଠୁ ଦରକାର ପଡୁଛି। ସାରା ବିଶ୍ୱରେ ଭାରତୀୟ କେଶର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଭାରତ ବିଶ୍ୱରେ ମାନବ କେଶର ପ୍ରମୁଖ ଯୋଗାଣକାରୀ ହୋଇପାରିଛି। ସୂଚନାନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତ କେଶ ବିକ୍ରି କରି ୨,୬୫୦ କୋଟିରୁ ଅଧିକ ଆୟ କରିଛି। ଗତ ବର୍ଷ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଭାରତ ସରକାର ଏହି ସୂଚନା ଦେଇଛନ୍ତି।

ଭାରତରେ ଅଧିକାଂଶ କେଶ ମନ୍ଦିରଗୁଡିକରୁ ରପ୍ତାନୀ କରାଯାଏ। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତିରୁପତି ବାଲାଜୀ ମନ୍ଦିରରେ ଅଧିକ କେଶ ଆମଦାନୀ କରାଯାଏ। ତିରୁପତିରେ କେଶ ଦାନ କରିବା ପରେ ତାହା କେଶ ବଜାରରେ ପହଞ୍ଚେ। ଏହି ଦାନ ହୋଇଥିବା କେଶକୁ ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ଦ୍ୱାରା ନିଲାମ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri