Posted inଖେଳ

୨୦୨୩ କ୍ରିକେଟ ବିଶ୍ୱକପ୍‌: ସେମିଫାଇନାଲରେ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କଲା ଭାରତ

ମୁମ୍ବାଇ,୨।୧୧: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୩୦୨ ରନ୍‌ର ଐତିହାସିକ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ଭାବେ ବିଶ୍ୱକପ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୭ ରନ୍‌ କରିଥିଲା। ଫଳରେ ଶ୍ରୀଲଙ୍କା ଆଗରେ ୩୫୮ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଥିଲା ଭାରତ। ହେଲେ ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ .୪ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୫୫ ରନ୍‌ କରିବାରେ ସଫଳ ହୋଇଥିଲା।

ବିଶ୍ବକପରେ ଭାରତ ୭ଟି ମ୍ୟାଚ ଖେଳି ୭ଟିରେ ବିଜୟ ହୋଇ ୧୪ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା ୨ଟି ବଲ ଖେଳି ୪ ରନ୍‌ କରି ଆଉଟ ହୋଇଯାଇଥିଲେ। ଫଳରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପରେ ବିରାଟ କୋହଲି ଏବଂ ଶୁବମନ୍‌ ଗିଲ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳି ଶତକୀୟ ଭାଗୀଦାରି କରିଥିଲେ। ବିରାଟ ୯୪ ବଲରେ ୧୧ ଚଉକା ସହାୟତାରେ ୮୮ ରନ୍‌ କରିଥିବା ବେଳେ ଶୁବମନ୍‌ ୯୨ ବଲରେ ୧୧ ଚଉକା ଏବଂ ୨ ଛକା ସହାୟତାରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଶ୍ରେୟସ ଆୟର ୫୬ ବଲ୍‌ରେ ୩ ଚଉକା ଏବଂ ୬ ଛକା ସହାୟତାରେ ୮୨ ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ। ସେହିପରି କେ.ଏଲ୍‌. ରାହୁଲ ୨୧ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୧୨ ରନ କରିଥିଲେ। ଶେଷ ବେଳକୁ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ୨୪ଟି ବଲ ଖେଳି ଗୋଟିଏ ଚଉକା ଏବଂ ଗୋଟିଏ ଛକା ସହାୟତାରେ ୩୫ ରନ୍‌ କରିଥିଲେ। ମହମ୍ମଦ ସାମି ୨ ରନ କରିଥିବା ବେଳେ ଯଶପ୍ରୀତ ବୁମରା ୧ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୭ ରନ କରିବାରେ ସକ୍ଷମ ହୋଇଥିଲା।

ଶ୍ରୀଲଙ୍କାର ଓପନର୍‌ ପଥୁମ ନିଶଙ୍କା ଯଶପ୍ରୀତ ବୁମରାଙ୍କୁ ସାମ୍ନା କରିପାର ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ସେହିପରି ଦିମୁଥ କରୁଣାରତ୍ନେ, ସଦୀରା ସମରବିକ୍ରମା ଏବଂ କୁସାଲ ମେଣ୍ଡିଜ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ସମର ବିକ୍ରମା ୧ ରନ୍‌ କରିଥିବା ବେଳେ ଅନ୍ୟ ୩ ବ୍ୟାଟର ଖାତା ଖୋଲି ନ ଥିଲେ। ସେହିପରି ସୁଶାନ ହେମନ୍ତ ଏବଂ ଦୁଷ୍ମନ୍ତ ଚାମିରା ମଧ୍ୟ କୌଣସି ରନ୍‌ ନ କରି ଆଉଟ୍‌ ହୋଇଯାଇଥିଲେ। ଶ୍ରୀଲଙ୍କାର ବ୍ୟାଟର୍‌ କାସୁନ ରଜିତା ସର୍ବାଧିକ ସର୍ବାଧିକ ୧୪ ରନ୍‌ କରିଥିଲେ। ଆଞ୍ଜେଲୋ ମାଥ୍ୟୁସ ୧୨ ରନ୍‌ କରିଥିବା ବେଳେ ମହେଶ ତୀକ୍ଷଣା ମଧ୍ୟ ୧୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଶ୍ରୀଲଙ୍କା ୧୯ .୪ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୫୫ ରନ୍‌ କରିବାରେ ସଫଳ ହୋଇଥିଲା।

ମହମ୍ମଦ ସାମି ଚମତ୍କାର ବୋଲିଂ କରି ସର୍ବାଧିକ ୫ ଉଇକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ୩ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କାର ପ୍ରଥମ ଉଇକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା ଶେଷ ଉଇକେଟ ନେଇ ଭାରତକୁ ବିଜୟ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri