Posted inଖେଳ

୨୦୨୩ କ୍ରିକେଟ ବିଶ୍ୱକପ୍‌: ସେମିଫାଇନାଲରେ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କଲା ଭାରତ

ମୁମ୍ବାଇ,୨।୧୧: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୩୦୨ ରନ୍‌ର ଐତିହାସିକ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ଭାବେ ବିଶ୍ୱକପ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୭ ରନ୍‌ କରିଥିଲା। ଫଳରେ ଶ୍ରୀଲଙ୍କା ଆଗରେ ୩୫୮ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଥିଲା ଭାରତ। ହେଲେ ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ .୪ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୫୫ ରନ୍‌ କରିବାରେ ସଫଳ ହୋଇଥିଲା।

ବିଶ୍ବକପରେ ଭାରତ ୭ଟି ମ୍ୟାଚ ଖେଳି ୭ଟିରେ ବିଜୟ ହୋଇ ୧୪ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା ୨ଟି ବଲ ଖେଳି ୪ ରନ୍‌ କରି ଆଉଟ ହୋଇଯାଇଥିଲେ। ଫଳରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପରେ ବିରାଟ କୋହଲି ଏବଂ ଶୁବମନ୍‌ ଗିଲ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳି ଶତକୀୟ ଭାଗୀଦାରି କରିଥିଲେ। ବିରାଟ ୯୪ ବଲରେ ୧୧ ଚଉକା ସହାୟତାରେ ୮୮ ରନ୍‌ କରିଥିବା ବେଳେ ଶୁବମନ୍‌ ୯୨ ବଲରେ ୧୧ ଚଉକା ଏବଂ ୨ ଛକା ସହାୟତାରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଶ୍ରେୟସ ଆୟର ୫୬ ବଲ୍‌ରେ ୩ ଚଉକା ଏବଂ ୬ ଛକା ସହାୟତାରେ ୮୨ ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ। ସେହିପରି କେ.ଏଲ୍‌. ରାହୁଲ ୨୧ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୧୨ ରନ କରିଥିଲେ। ଶେଷ ବେଳକୁ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ୨୪ଟି ବଲ ଖେଳି ଗୋଟିଏ ଚଉକା ଏବଂ ଗୋଟିଏ ଛକା ସହାୟତାରେ ୩୫ ରନ୍‌ କରିଥିଲେ। ମହମ୍ମଦ ସାମି ୨ ରନ କରିଥିବା ବେଳେ ଯଶପ୍ରୀତ ବୁମରା ୧ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୭ ରନ କରିବାରେ ସକ୍ଷମ ହୋଇଥିଲା।

ଶ୍ରୀଲଙ୍କାର ଓପନର୍‌ ପଥୁମ ନିଶଙ୍କା ଯଶପ୍ରୀତ ବୁମରାଙ୍କୁ ସାମ୍ନା କରିପାର ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ସେହିପରି ଦିମୁଥ କରୁଣାରତ୍ନେ, ସଦୀରା ସମରବିକ୍ରମା ଏବଂ କୁସାଲ ମେଣ୍ଡିଜ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ସମର ବିକ୍ରମା ୧ ରନ୍‌ କରିଥିବା ବେଳେ ଅନ୍ୟ ୩ ବ୍ୟାଟର ଖାତା ଖୋଲି ନ ଥିଲେ। ସେହିପରି ସୁଶାନ ହେମନ୍ତ ଏବଂ ଦୁଷ୍ମନ୍ତ ଚାମିରା ମଧ୍ୟ କୌଣସି ରନ୍‌ ନ କରି ଆଉଟ୍‌ ହୋଇଯାଇଥିଲେ। ଶ୍ରୀଲଙ୍କାର ବ୍ୟାଟର୍‌ କାସୁନ ରଜିତା ସର୍ବାଧିକ ସର୍ବାଧିକ ୧୪ ରନ୍‌ କରିଥିଲେ। ଆଞ୍ଜେଲୋ ମାଥ୍ୟୁସ ୧୨ ରନ୍‌ କରିଥିବା ବେଳେ ମହେଶ ତୀକ୍ଷଣା ମଧ୍ୟ ୧୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଶ୍ରୀଲଙ୍କା ୧୯ .୪ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୫୫ ରନ୍‌ କରିବାରେ ସଫଳ ହୋଇଥିଲା।

ମହମ୍ମଦ ସାମି ଚମତ୍କାର ବୋଲିଂ କରି ସର୍ବାଧିକ ୫ ଉଇକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ୩ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କାର ପ୍ରଥମ ଉଇକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା ଶେଷ ଉଇକେଟ ନେଇ ଭାରତକୁ ବିଜୟ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri