Posted inଜାତୀୟ

ଆଜିର ଦିନରେ ପ୍ରଥମ ପରମାଣୁ ପରୀକ୍ଷା କରିଥିଲା ଭାରତ, ସାହସର ସହ କାର୍ଯ୍ୟ କରିଥିଲେ ଇନ୍ଦିରା, ତିଆରି ପାଇଁ ଲାଗିଥିଲା…

ନୂଆଦିଲ୍ଲୀ,୧୮ା୫: ଆଜି ଭାରତର ପ୍ରଥମ ପରମାଣୁ ପରୀକ୍ଷଣର ୫୧ ତମ ବାର୍ଷିକୀ। ୧୯୭୪ ମେ’ ୧୮ରେ, ଦେଶ ପୋଖରାନରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା। ଏହି ପରମାଣୁ ପରୀକ୍ଷଣ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କରାଯାଇଥିଲା। ରବିବାର କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଛି ଯେ, ପ୍ରଧାନମନ୍ତ୍ରୀ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାହସର ସହିତ କାର୍ଯ୍ୟ କରିଥିଲେ।

କଂଗ୍ରେସ ‘ଏକ୍ସ’ରେ ଲେଖିଥିଲା ୧୮ ମେ’ ୧୯୭୪ ଭାରତ ପାଇଁ ଏକ ସୁବର୍ଣ୍ଣ ଦିନ ଥିଲା କାରଣ ଦେଶ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ପ୍ରଥମ ସଫଳ ପରମାଣୁ ପରୀକ୍ଷଣ କରିଥିଲା। ଯାହାକୁ ‘ସ୍ମାଇଲିଂ ବୁଦ୍ଧ’ ନାମ ଦିଆଯାଇଥିଲା। ଏହା ସହିତ ଦଳ ଲେଖିଛି ଯେ ଏହି ପରୀକ୍ଷଣ ଦେଶର ବୈଜ୍ଞାନିକ କ୍ଷମତା ଏବଂ ଦୃଢ଼ ରାଜନୈତିକ ନେତୃତ୍ୱର ପ୍ରତୀକ ପାଲଟିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ୍‌ଗେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ୫୧ ବର୍ଷ ପୂର୍ବେ ଭାରତ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା ଏବଂ ଏପରି ପରମାଣୁ ପରୀକ୍ଷଣ କରି ଭାରତ ବିଶ୍ୱର ଷଷ୍ଠ ଦେଶ ପାଲଟିଥିଲା। ଖାର୍ଗେ ଆହୁରି ଲେଖିଛନ୍ତି, ‘ଆମର ବୈଜ୍ଞାନିକମାନଙ୍କ ପ୍ରତିଭା ଏବଂ ସମର୍ପଣ ବିନା ଏହି ସଫଳତା ଅସମ୍ଭବ ଥିଲା।’ ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ। ଏହା ପରେ, ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ତାଙ୍କର ସାହସ ଦେଖାଇ ଏହି ପରୀକ୍ଷଣକୁ ସଫଳ କରିଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ୫୧ ବର୍ଷ ପୂର୍ବେ ପୋଖରାନରେ ଅପରେଶନ ‘ସ୍ମାଇଲିଂ ବୁଦ୍ଧ’ର ପରୀକ୍ଷଣ ସଫଳତାର ସହିତ କରିଥିଲା। ଏହା ପରେ ସେ ଲେଖିଲେ, ‘ମୁଁ ସେହି ପ୍ରତିଭାବାନ ବୈଜ୍ଞାନିକ ଏବଂ ଗବେଷକଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି ଯାହାଙ୍କ ଉତ୍ସର୍ଗତା ଏହାକୁ ସମ୍ଭବ କରିଛି।’

ଏହି ପରମାଣୁ ପରୀକ୍ଷଣକୁ ସଫଳ କରିବା ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା। ଏହି ପରୀକ୍ଷଣର ସଫଳତାର ସମସ୍ତ ଶ୍ରେୟ ଦେଶର ବୈଜ୍ଞାନିକମାନଙ୍କୁ ଯାଉଛି। ବୈଜ୍ଞାନିକ ଏବଂ ରାଜନୀତିଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ଦେଶ ପରମାଣୁ ପରୀକ୍ଷଣ କରିବାରେ ସଫଳ ହୋଇଥିଲା। ୭୫ ଜଣ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଏକ ଦଳ ୧୯୬୭ ରୁ ୧୯୭୪ ପର୍ଯ୍ୟନ୍ତ ୭ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ। ଏହା ପୂର୍ବରୁ, କେବଳ ଆମେରିକା, ରୁଷ, ଫ୍ରାନ୍ସ, ୟୁକେ ଏବଂ ଚୀନ, ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟଙ୍କ ପାଖରେ ପରମାଣୁ ଶକ୍ତି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?