ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି। ୨୦୨୩ରେ ଦୁଇଦେଶ ମଧ୍ୟରେ ୮ ବିଲିୟନ ଡଲାର ଅର୍ଥାତ ୬୭ହଜାର କୋଟି ଟଙ୍କା ବାଣିଜ୍ୟ କାରବାର ହୋଇଥିଲା। ତେବେ ଏଭଳି ପରିସ୍ଥିତି ଲାଗି ରହିଲେ ଅର୍ଥନୀତିରେ ପ୍ରାୟ ୬୭ହଜାର କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି। ଦୁଇ ଦେଶର ଏହି ଅର୍ଥନୈତିକ ଯୁଦ୍ଧରେ ସାଧାରଣ ଲୋକ ବଳି ପଡିବେ। ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ନଷ୍ଟ ହେବାର ସମ୍ଭାବନା ରହିଛି। ଏଥି ସହିତ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇପାରେ।

ଭାରତୀୟଙ୍କ ଥାଳିରେ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ଡାଲି। ଏଭଳି ପରିସ୍ଥିତିରେ ଭାରତ ଏବଂ କାନାଡା ମଧ୍ୟରେ ଥିବା ତିକ୍ତତା ଡାଲି ଉପରେ ପ୍ରଭାବ ପକାଇପାରେ। ଭାରତ କାନାଡାରୁ ବହୁ ପରିମାଣର ମସୁର ଡାଲି ଆମଦାନୀ କରିଥାଏ। ତେବେ ଏହି ପ୍ରକାର ବିବାଦ ହେତୁ ସେଠାରୁ ଡାଲି ଆମଦାନୀ ପ୍ରଭାବିତ ହେବାର ସମ୍ଭାବନା ଅଛି। ବିଶେଷକରି ମସୁର ଆମଦାନୀ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଭାରତ କାନାଡାରୁ ବହୁ ପରିମାଣରେ ମସୁର ଆମଦାନୀ କରିଥାଏ। ୨୦୨୨-୨୩ବର୍ଷରେ ଭାରତ ୮.୫୮ ଲକ୍ଷ ଟନ ମସୁର ଡାଲି ଆମଦାନୀ କରିଥିଲା। ସେଥିମଧ୍ୟରୁ କେବଳ କାନାଡାରୁ ୪.୮୫ଲକ୍ଷ ଟନ ଆମଦାନୀ ହୋଇଥିଲା। ଚଳିତ ବର୍ଷ ଜୁନରେ କାନାଡାରୁ ୨କ୍ଷ ଟନ ଡାଲି ଆମଦାନୀ ହୋଇଥିଲା। ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଜାରି ରହିଲେ ଭାରତରେ ଡାଲିର ମୂଲ୍ୟ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri